ଏହି ବିଚାରପତିଙ୍କ ନାମ ହେଉଛି ଜଷ୍ଟିସ ଏସ୍ ଏସ୍ ସିନ୍ଧେ । ଜୁନ୍ 9 ତାରିଖ ଅର୍ଥାତ ଗତକାଲି ଜଷ୍ଟିସ ଏସ୍ ଏସ୍ ସିନ୍ଧେ ଏହି ସବୁ ମାମଲାର ଶୁଣାଣି କରିଛନ୍ତି । ଏ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ନିଜ ଟ୍ବିଟର ପେଜରେ ଏହା ସୂଚନା ଦେଇଛନ୍ତି । ଏବଂ ଜଷ୍ଟିସ ସିନ୍ଧେଙ୍କୁ ବହୁତ ପ୍ରଶଂସା କରିଛନ୍ତି । ଏହା ସହ ଟ୍ବିଟରେ ଜଷ୍ଟିସଙ୍କ ଚାମ୍ବରର ଏକ ଫଟୋ ବି ସେୟାର କରିଛନ୍ତି । ସେ ଆହୁରି କହିଛନ୍ତି ସକାଳ 10ଟା 30 ମିନଟରୁ ରାତି 8ଟା ମଧ୍ୟରେ ଜଷ୍ଟିସ ସିନ୍ଧେଙ୍କ ଖଣ୍ଡପିଠ 190 ଟି ମାମଲାର 9 ଘଣ୍ଟାରେ କରିଛନ୍ତି । ଏଥି ପାଇଁ ସେ ବହୁତ୍ ଆନନ୍ଦିତ । 
ବମ୍ବେ ହାଇକୋର୍ଟ ବାର ଆଣ୍ଡ ବେଞ୍ଚର ତଥ୍ୟ ଅନୁସାରେ, ଜଷ୍ଟିସ ସିନ୍ଧେଙ୍କ ଖଣ୍ଡପୀଠରେ ଜୁନ୍ 9 ତାରିଖ ପାଇଁ 2 ଶହରୁ ଅଧିକ ମାମଲାର ଶୁଣାଣି ହେବାର ଥିଲା । ଯାହାକି ଏକ ପ୍ରକାର ଅସମ୍ଭବ । ଆଉ ହାତରେ ସମୟ ଥିଲା ସକାଳ ସାଢେ ଦଶଟାରୁ ଅପରାହ୍ନ ସାଢେ 4ଟା । କାରଣ ଏହି ସମୟ ମଧ୍ୟରେ ହିଁ କୋର୍ଟର ଶୁଣାଣି ଚାଲିଥାଏ । କିନ୍ତୁ ଜଷ୍ଟିସ ସିନ୍ଧେ ଏଥିରେ ବିଚଳିତ ନ ହୋଇ, ସମୟ ଅନ୍ତେ ବା ସାଢେ 4ଟା ପରେ ଅତିରିକ୍ତି ମାମଲାର ଶୁଣାଣି କରିବା ପାଇଁ ସ୍ଥିର କରିଥିଲେ । ଏବଂ ମାତ୍ର 9 ଘଣ୍ଟା ମଧ୍ୟରେ 190ଟି ମାମଲାର ଶୁଣାଣି କରିପାରିଥିଲେ । 
ଏବେ ଆସନ୍ତୁ ଜାଣିବା ଜଷ୍ଟିସ ଏସ୍ ଏସ୍ ସିନ୍ଧେଙ୍କ ସଂପର୍କରେ । ଜଷ୍ଟିସ ସିନ୍ଧେ ନିଜ ପ୍ରାଥମିକ ଜୀବନ ଜଣେ ସାଧାରଣ ଓକିଲ ଭାବେ ଆରମ୍ଭ କରିଥିଲେ । ଏହି ଜୀବନ ସେ ସଫଳତା ଓ ଦକ୍ଷତାର ସହ କରିବା ପରେ,  ମହାରାଷ୍ଟ୍ର ସରକାର ପ୍ରଥମେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ ଭାବେ ସୁପ୍ରିମ କୋର୍ଟରେ ରାଜ୍ୟର ମାମଲା ପରିଚାଳନା କରିବା ପାଇଁ 1997 ଅକ୍ଟୋବର 29ରେ ନିଯୁକ୍ତି କରିଥିଲେ । ଏହି ଦାୟିତ୍ବ ସଫଳତାର ସହ ତୁଲାଇବା ପରେ 16 ମେ 2002ରେ, ତାଙ୍କୁ ସେହି ସୁପ୍ରିମ କୋର୍ଟରେ ପୂର୍ଣ୍ଣ ସରକାରୀ ଓକିଲ ଭାବେ ରାଜ୍ୟ ସରକାରଙ୍କର ମାମଲା ପରିଚାଳନା କରିବା ପାଇଁ ମହାରାଷ୍ଟ୍ର ସରକାର ପୁନଃ ନିଯୁକ୍ତି ପ୍ରଦାନ କରିଥିଲେ । କାର୍ଯ୍ୟରେ ପ୍ରତିବଦ୍ଧତା ଓ ଦକ୍ଷତାରେ ପ୍ରମାଣ ଦେବା ପରେ ମହାରାଷ୍ଟ୍ର ସରକାର ତାଙ୍କୁ ମାର୍ଚ୍ଚ 17, 2008 ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ପରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରିଥିଲେ  । 
ପୂର୍ବରୁ ମଧ୍ୟ ଅନେକ ମାମଲାର ବିଚାର କରି ସେ ଚର୍ଚ୍ଚାରେ ଅଛନ୍ତି । ନିଜର ପରବର୍ତ୍ତୀ ପଦୋନ୍ନତି ଭାବେ ଗୁଜୁରାଟ ହାଇକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବେ ବୋଲି ଚର୍ଚ୍ଚା ଚାଲିଛି । ବମ୍ବେ ହାଇକୋର୍ଟର ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ସିନ୍ଧେଙ୍କ ନାମ ତୃତୀୟ ସ୍ଥାନରେ ରହିଛି । ଏଥି ପାଇଁ ତାଙ୍କ ନାମ ସୁପ୍ରିମ କୋର୍ଟ କଲେଜିୟମ ଦ୍ବାରା ସୁପାରିଶ କରାଯାଇଛି ।   ରେକର୍ଡ ଅନୁସାରେ ଗୋଟିଏ ତାରିଖରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମାମଲା ଶୁଣାଣି କରିବା ନୂଆ କଥା ନୁହେଁ । ନିକଟ ଅତିତରେ ଅବସର ଗ୍ରହଣ କରିଥିବା ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ  ଏସ୍ ଜେ କଠାୱାଲା ଗୋଟିଏ ଦିନରେ 150ଟି ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ ଏସ୍ ଭି ଗଙ୍ଗାପୁରୱାଲାଙ୍କ ନେତୃତ୍ବରେ ଥିବା ଡିଭିଜନ ବେଞ୍ଚ, ଜଷ୍ଟିସ  ପିଡି ନାୟକ ଏବଂ ଜଷ୍ଟିସ ଭାରତୀ ଡାଙ୍ଗ୍ରେଙ୍କ ସିଙ୍ଗଲ ବେଞ୍ଚ ଏଥିରେ ଅନ୍ତର୍ଭୁକ୍ତ ।