Pit Bull Attack : ପିଟବୁଲ୍(Pitbull) ଆକ୍ରମଣରେ ୧୦ ବର୍ଷର ବାଳକ ଗୁରୁତର । ଗାଜିଆବାଦର ଏକ ପାର୍କ(Ghaziabad park)କୁ ବାଳକଟି ବୁଲିବାକୁ ଯାଇଥିବା ସମୟରେ ପିଟବୁଲ୍ ଆକ୍ରମଣର ଶୀକାର ହୋଇଛି । ପାର୍କରେ ପିଟବୁଲର ମାଲିକ ତାକୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ କରୁଥିବାବେଳେ ପିଟବୁଲଟି ହଠାତ୍ ବାଳକ ଉପରକୁ କୁଦି ପଡ଼ିଥିଲା ଏବଂ ନିରନ୍ତର ଭାବରେ କାମୁଡିଥିଲା । ଏହି ଆକ୍ରମଣ ଏତେ ମାରାତ୍ମକ ଥିଲା ଯେ ପିଲାଟିର ଗାଲରେ ୧୫୦ ଟି ଷ୍ଟିଚ୍(150 stitches) ପଡ଼ିଥିଲା ଏବଂ  ତାକୁ ଚାରି ଦିନ କାଳ ଡାକ୍ତରଖାନାରେ ହିଁ ରହିବାକୁ ପଡିଥିଲା । ତେବେ ଗାଜିଆବାଦର ସଞ୍ଜୟ ନଗର(Sanjay Nagar)ରେ ଏହି ଘଟଣା ଘଟିଛି ।


COMMERCIAL BREAK
SCROLL TO CONTINUE READING

ପାର୍କ ନିକଟରେ ଥିବା  ସିସିଟିଭି ଫୁଟେଜ୍ ରୁ ଜଣାପଡିଛି ଯେ କୁକୁରଟି ବାଳକକୁ ଆକ୍ରମଣ କଲାବେଳେ ବାଳକଟି ପାର୍କରେ ଥିଲା । ମାଲିକ ଜଣକ ହଠାତ୍ ବାଳକ ଉପରକୁ ପିଟବୁଲ ଡେଇଁବା ପୂର୍ବରୁ ତାକୁ ନିୟନ୍ତ୍ରଣ କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା, ହେଲେ ପିଟବୁଲ ବାଳକକୁ ଛାଡ଼ିନଥିଲା ଏବଂ ନିରନ୍ତର ଭାବରେ କାମୁଡ଼ୁଥିଲା । ତେବେ କୁକୁରଟି ପଡୋଶୀ ଲଲିତ ତ୍ୟାଗୀ(Lalit Tyagi)ଙ୍କର ବୋଲି ଜଣାପଡ଼ିଛି ।


ତେବେ କୁକୁରମାନେ ଲିଫ୍ଟରେ ଲୋକଙ୍କୁ ଆକ୍ରମଣ କରୁଥିବା ଦୁଇଟି ପଛକୁ ପଛ ଘଟଣାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ଦ୍ୱିତୀୟ ଆକ୍ରମଣର ଭିଡିଓ, ଯେଉଁଠାରେ ଗୋଟିଏ ଜର୍ମାନ ଶେଫାର୍ଡ (German Shephard)ଆକ୍ରମଣ କରିଥିଲା । ସିସିଟିଭିରୁ ଏହା ଦୃଶ୍ୟମାନ ହେଉଛି ଯେ,ଜଣେ ବ୍ୟକ୍ତି ଏହି କୁକୁରକୁ ଜାବୁଡ଼ି ଧରିଥିବାବେଳେ ଆଉଜଣେ ବ୍ୟକ୍ତି ଲିଫ୍ଟ କବାଟ ପାଖରେ କିଛି ଦୂରରେ ଠିଆ ହୋଇଥିଲେ। ଲିଫ୍ଟ ବନ୍ଦ ହେବା ମାତ୍ରେ ବ୍ୟକ୍ତିଜଣକ  ଲିଫ୍ଟରୁ ବାହାରକୁ ଯିବା ପାଇଁ ଉଦ୍ୟତ ହେଉଥିବାବେଳେ କୁକୁରଟି ସେହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲା । ଯେଉଁଥିପାଇଁ ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ତଳେ ପଡ଼ିଯାଇଥିଲେ।


ଉକ୍ତ ବ୍ୟକ୍ତିଙ୍କୁ କୁକୁରଟି କାମୁଡିଛି କି ନାହିଁ ତାହା ଭିଡିଓରୁ ସ୍ପଷ୍ଟ ହୋଇନାହିଁ । କୁକୁରର ମାଲିକ କୁକୁରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବାର ଦୁଇ ଦିନ ପରେ ଅନ୍ୟଏକ ଘଟଣାରେ  ଜଣେ ମହିଳା ତାଙ୍କ  ପୋଷା କୁକୁରକୁ ନେଇ ଲିଫ୍ଟରେ ଯାଉଥିବାବେଳେ ଜଣେ ଯୁବକ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ ।  ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ କୁକୁରଟି ଯୁବକଙ୍କୁ କାମୁଡ଼ି ଦେଇଥିବାବେଳେ ମହିଳା ଜଣକ କୁକୁରକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟାବି  କରିନାହାଁନ୍ତି ଏବଂ ଅନ୍ୟପଟେ ଯୁବକଙ୍କୁ କ୍ଷମା ବି ମାଗି ନାହାଁନ୍ତି। ଗାଜିଆବାଦର ରାଜନଗର ଏକ୍ସଟେନ୍ସନ୍(Rajnagar Extension) ରେ ଅବସ୍ଥିତ ଚାର୍ମସ୍ କାସାଲ୍ ସୋସାଇଟି(Charms Castle society)ର ଏକ ଲିଫ୍ଟରେ ଏହି ଘଟଣା ଘଟିଥିଲା । ଏହି ଘଟଣା ଇଣ୍ଟରନେଟରେ କୁକୁର ମାଲିକଙ୍କ ଅସମ୍ବେଦନଶୀଳତା ଉପରେ କ୍ରୋଧ ସୃଷ୍ଟି କରିଥିଲା ।