Brij Bhushan Statement News In Odia: ଘନେଇବାରେ ଲାଗିଛି ରେସଲିଂ  ଫେଡେରେସନ ଅଫ ଇଣ୍ଡିଆ ବା (WFI) ମୁଖ୍ୟ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଉଠିଥିବା ବିବାଦ । (WFI) ମୁଖ୍ୟ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦୁଇଟି ଏଫଆଇର ପଞ୍ଜିକରଣ କରିଛି। ସେପଟେ ଏହି ବିବାଦ ଲାଗିରହିଥିବା ବେଳେ ବ୍ରିଜ ଭୂଷଣ ଶରଣଙ୍କ ଆଉ ଏକ ମନ୍ତବ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କ ପ୍ରତିକ୍ରିୟାରେ ବ୍ରିଜ ଭୂଷଣ ଶରଣ ସିଂ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି ତଥା ବିଜେପି ସାଂସଦ (BJP Mp Brij bhushan sharan singh) ବ୍ରିଜ ଭୂଷଣ ଶରଣ ସିଂ ମହିଳା କୁସ୍ତିମାନଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏକ ଟିଭି ସାକ୍ଷାତକାରରେ (Brij Bhushan Interview)  ସିଂ କହିଛନ୍ତି ଯେ କେତେକ ଦାବି କରୁଛନ୍ତି ଯେ ସେ ୧୦୦ ମହିଳାଙ୍କୁ ଯୌନ ଶୋଷଣ କରିଛନ୍ତି, ଯେପରି ମୁଁ ଶୀଲାଜିତରେ ତିଆରି ରୁଟି ଖାଉଛି। ସେ ଆହୁରି କହିଛନ୍ତି ଯେ, ଧାରଣାରେ ବସିଥିବା ଯୋଦ୍ଧାମାନଙ୍କ କ୍ରମାଗତ ଭାବରେ ଦାବି ବଦଳୁଛି । ପ୍ରଥମେ ମୋର ଇସ୍ତଫା ମାଗିଥିଲେ , ରାଜି ନ ହେବାରୁ ମୋ ବିରୋଧରେ ଲୋକଙ୍କୁ ଉସୁକାଉଛନ୍ତି । “ଏହାପୂର୍ବରୁ ସେହି ଦାବିଦାର ମାନେ କହୁଥିଲେ ଯେ ମୁଁ କୁଆଡେ ଶହେ ପିଲାଙ୍କୁ ଯୌନ ଶୋଷଣ କରିଛି। ତା’ପରେ ସେମାନେ କହିବା ଆରମ୍ଭ କଲେଣି ଯେ ଏହା ୧୦୦ ନୁହେଁ ୧୦୦୦ ମହିଳାଙ୍କ ସହିତ ଘଟିଛି । ମୁଁ  କଣ ଶୀଳାଜିତରେ (Shilajit Mix Roti) ତିଆରି ରୁଟି ଖାଇଥିଲି କି? 


ସେହିପରି ବ୍ରିଜ ଭୂଷଣ ( Brij Bhushan)ଏକଥା ବି କହିଛନ୍ତି ଯେ, ଏହି ଲୋକମାନେ ଜନ୍ତର ମନ୍ତରକୁ ଯାଆନ୍ତି, ତେବେ ମୁଁ ଇସ୍ତଫା ଦେବି। ହେଲେ କୁସ୍ତିଯୋଦ୍ଧା ଙ୍କ ସହ ଯେଉଁ ନେତା ମାନେ ଯୋଗ ଦେଉଛନ୍ତି ତାହା ଏହା ରାଜନୀତି ପ୍ରଣୋଦିତ ବୋଲି ସେ କହିଛନ୍ତି। ସାତଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ବିଜେପି ସାଂସଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଏବେବି ପ୍ରତିବାଦ ଜାରି ରହିଛି। ହେଲେ ଏହାକୁ ବିରୋଧ କରି ନିଜ ମନ୍ତବ୍ୟରେ ସେ କହିଛନ୍ତି ଯେ, “ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ତେଣୁ ମୁଁ ଅପରାଧୀ ଭାବରେ ପଦରୁ ଇସ୍ତଫା ଦେବି ନାହିଁ। ମୋର କାହାରି ଉପରେ କୌଣସି କ୍ରୋଧ ନାହିଁ। ଗୋଟିଏ ପରିବାର ଓ ଗୋଟିଏ ରେସଲିଂଙ୍କ ପାଇଁ ମୋତେ ବଦନାମ କରାଯାଉଛି । ମୁଁ ତଦନ୍ତରେ ସହଯୋଗ କରିବି । ମୋର ବିଶ୍ୱାସ ଅଛି ଯେ ମୁଁ ନ୍ୟାୟ ପାଇବି ବୋଲି କହିଛନ୍ତି ବ୍ରିଜ ଭୂଷଣ ଶରଣ ସିଂ।


ଆନ୍ତର୍ଜାତୀୟ ପ୍ରତିଯୋଗିତାରୁ ଦେଶ ପାଇଁ ପୁରସ୍କାର ଆଣିଥିବା ଅନେକ କୁସ୍ତିଯୋଦ୍ଧା ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରି ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରୁଥିବା ଏକ ତଦାରଖ ପ୍ୟାନେଲର ତଥ୍ୟ ପ୍ରକାଶ କରିବାକୁ ସରକାର ଦାବି କରିଛନ୍ତି। ସେହିପରି ବ୍ରିଜ ଭୂଷଣ ଗିରଫ ନହେବା ପର୍ଯ୍ୟନ୍ତ ସେମାନେ ବିରୋଧ ପ୍ରଦର୍ଶନ ସ୍ଥାନ ଛାଡିବେ ନାହିଁ ବୋଲି କୁସ୍ତିଯୋଦ୍ଧାମାନେ ଅଡ଼ି ବସିଛନ୍ତି। 


Also Read: Ex BDO of Erasama: ପୂର୍ବତନ ବିଡ଼ିଓଙ୍କ ପାଇଁ ବଢୁଛି ଅଡ଼ୁଆ, ଲମ୍ବୁଛି କେଳେଙ୍କାରୀର ଫର୍ଦ୍ଦ


Also Read: Supreme Court Verdict: ସୁପ୍ରିମକୋର୍ଟଙ୍କ ସୁପ୍ରିମ ଫଇସଲା, ସମ୍ପର୍କରେ ସୁଧାର ନଆସିଲେ ଛାଡ଼ପତ୍ର ସୁନିଶ୍ଚିତ...