Budget ରେ କ୍ରିପ୍ଟୋକୁ ନେଇ ବଡ଼ ଘୋଷଣା, ଜାଣନ୍ତୁ କେତେ ଦେବାକୁ ପଡ଼ିବ Tax
ଅନେକ ସମୟରେ ଟିକସଦାତା ଭୁଲ୍ କରନ୍ତି, ବର୍ତ୍ତମାନ ସରକାର ଏହାକୁ ଭରିବାକୁ ଏକ ସୁଯୋଗ ପ୍ରଦାନ କରୁଛନ୍ତି। ଟିକସ ଦାତାମାନଙ୍କ ପାଇଁ ଏହା ଏକ ଭଲ ଆରମ୍ଭ ବୋଲି ବିବେଚନା କରାଯାଉଛି।
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ୬୦ ଲକ୍ଷ ଚାକିରି ନିଯୁକ୍ତି ନେଇ ଯୁବକମାନଙ୍କୁ ପ୍ରତିଶୃତି ଦିଆଯାଇଛି। ଆସନ୍ତା ୨୫ ବର୍ଷ ପାଇଁ ଏହି ବଜେଟରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି କୁହାଯାଇଛି। ଏହି ବଜେଟରେ ସମସ୍ତଙ୍କ ପାଇଁ ସନ୍ତୋଷଜନକ ତଥ୍ୟ ରଖାଯାଇଛି ବୋଲି ସରକାର ଦାବି କରିଛନ୍ତି। ବଜେଟ ଭାଷଣରେ ଅର୍ଥମନ୍ତ୍ରୀ କୃଷକ ଏବଂ ଛାତ୍ରମାନଙ୍କ ବିଷୟରେ ଅନେକ ବଡ଼ ଘୋଷଣା କରିଛନ୍ତି। ଆୟକର ନିୟମ ଉପରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଆୟକର ନିୟମରେ ପ୍ରମୁଖ ସଂସ୍କାର କରାଯିବ ।
ସେ କହିଛନ୍ତି ଯେ, ଟିକସଦାତାଙ୍କୁ ଅପଡେଟେଡ ରିଟର୍ଣ୍ଣ ଭରିବାକୁ ସୁଯୋଗ ମିଳିବ । ସେହିପରି ଇନକମ ଟ୍ୟାକ୍ସ ଭରିବାର ବାର୍ଷିକ ରିହାତି ବିଷୟରେ କିଛି କହିନଥିଲେ ଅର୍ଥମନ୍ତ୍ରୀ (Finance Minister)। ଯାହା ଫଳରେ ବାର୍ଷିକ ଟ୍ୟାକ୍ସ ନେଇ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହାର ଅର୍ଥ ଇନକମ ଟ୍ୟାକ୍ସ ସ୍ଲାବରେ ଚଳିତ ବର୍ଷ ବି କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ପରେ, ବର୍ତ୍ତମାନ ଆପଣ ଜରିମାନା ଦେଇ ୨ ବର୍ଷ ପାଇଁ IT ରିଟର୍ଣ୍ଣ ଅପଡେଟ୍ କରିବାକୁ ସମର୍ଥ ହୋଇପାରିବେ । ଅନେକ ସମୟରେ ଟିକସଦାତା ଭୁଲ୍ କରନ୍ତି, ବର୍ତ୍ତମାନ ସରକାର ଏହାକୁ ଭରିବାକୁ ଏକ ସୁଯୋଗ ପ୍ରଦାନ କରୁଛନ୍ତି। ଟିକସ ଦାତାମାନଙ୍କ ପାଇଁ ଏହା ଏକ ଭଲ ଆରମ୍ଭ ବୋଲି ବିବେଚନା କରାଯାଉଛି। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ଭିନ୍ନକ୍ଷମଙ୍କ ପାଇଁ ଟିକସ ଛାଡ ପାଇଁ ଏକ ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିଛନ୍ତି।
Also Read: Budget ବିଷୟରେ ରୋଚକ ତଥ୍ୟ; ଜାଣନ୍ତୁ ଭାଷା, ଛାପାକାମ ସହ ଆଇକନିକ ବଜେଟ କଣ?
ଏହାପୂର୍ବରୁ ଅର୍ଥମନ୍ତ୍ରୀ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (Reserve Bank Of india) ତରଫରୁ ଡିଜିଟାଲ କରେନ୍ସି ଆଣିବାକୁ ଘୋଷଣା କରିଛନ୍ତି। ତାଙ୍କ କହିବାକଥା, ନୂଆ ଆର୍ଥିକ ବର୍ଷରେ ଡିଜିଟାଲ କରେନ୍ସି ଆସିବାକୁ ଯାଉଛି । ଏହା ଛଡ଼ା ଅର୍ଥମନ୍ତ୍ରୀ ଦେଶର ଆର୍ଥିକ କ୍ଷେତ୍ରରେ ଅନେକ କିଛି ଘୋଷଣା କରିଛନ୍ତି।
ରାଜ୍ୟ କର୍ମଚାରୀଙ୍କ ପାଇଁ NPSରୁ ବାଦ୍ କେନ୍ଦ୍ର ସହ ସହମତି
ଷ୍ଟାର୍ଟଅପ ପାଇଁ ଟ୍ୟାକ୍ସ ରିହାତି ୩୧ ମାର୍ଚ୍ଚ ୨୦୨୩ ଯାଏଁ ବୃଦ୍ଧି
ଭର୍ଚୁଆସ ଡିଜିଟାଲ ଆସେଟ ଟ୍ରାନ୍ସଫର ପ୍ରତି ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁ
କ୍ରିପ୍ଟୋ ଉପହାରରେ ବି ଲାଗିବ ଟ୍ୟାକ୍ସ
କ୍ରିପ୍ଟୋ ଟ୍ରାନ୍ସଫରରେ ବି ଲାଗିବ ଟ୍ୟାକ୍ସ
LTCG ଉପରେ ଥିବା ସରଚାର୍ଜକୁ ୧୫ ପ୍ରତିଶତ ଯାଏଁ ସୀମିତ କରାଯିବ