Building Collapsed: ଉତ୍ତରପ୍ରଦେଶର ବାରବାଙ୍କି(Barabanki)ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ତିନି ମହଲା କୋଠା ହଠାତ୍ ଭୁଶୁଡି(Building Collapsed) ପଡ଼ିବାରୁ ଏହା ପ୍ରାୟ ୧୫ ଜଣ ଲୋକ ଘରର ଭଗ୍ନାଶେଷ ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି । ଏବେ ବି ୪ଜଣ ଭଗ୍ନାଶେଷ ତଳେ ଚାପି ହୋଇ ରହିଥିବା ସୂଚନା ଦେଇଛନ୍ତି ଉଦ୍ଧାରକାରୀ ଦଳ(Rescue Team)। ଖବର ପୋଲିସ-ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। NDRF ଓ SDRF ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧାକାଳୀନ ଭିତ୍ତିରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଲ୍ଡିଂ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସିଏଚସି ଏବଂ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ରୋଶନି ବାନୋ ଏବଂ ଜଣେ ପୁରୁଷ ହାକିମୁଦ୍ଦିନଙ୍କୁ ଭଗ୍ନାଂଶ ତଲେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟପଟେ ୮ ଗୁରୁତର ଆହତ  ବ୍ୟକ୍ତିଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଲକ୍ଷ୍ନୌ ଟ୍ରାମା କେନ୍ଦ୍ରକୁ ପଠାଯାଇଛି । ଅବଶିଷ୍ଟ ପୋତି ହୋଇଥିବା ଲୋକଙ୍କୁ ଯଥା ଶିଘ୍ର ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ତେବେ କୋଠା ଭୁଶୁଡ଼ିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ଜଣାପଡ଼ିଛି।


ତେବେ ଗତ କାଲି ରାତିରେ ସମସ୍ତେ ଶେଇଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରଚଣ୍ଡ ଶବ୍ଦ ଏବଂ କମ୍ପନ ଯୋଗୁଁ ସେମାନେ ଉଠିପଡ଼ିଥିଲେ । ଏହାପରେ ପାଖରେ ଥିବା ତିନି ମହଲା ବିଶିଷ୍ଟ ଘରଟି ଭୁଶୁଡି ପଡିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହି ଦୃଶ୍ୟ ଦେଖି ନିକଟସ୍ଥ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ୧୧୨ ଡାଏଲ କରି ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । କୋଠା ଭୁଶୁଡ଼ିବା ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବରିଷ୍ଠ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ଉଦ୍ଧାର ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫ ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏହି କୋଠାଟି କିଛି ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ଏହି କୋଠାଟି ପୁରୁଣା ନଥିଲା ଏହା ସତ୍ତ୍ୱେ ବି ଏଭଳି ଭୁଷୁଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Also Read: Puri Jagannath Temple: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ