Bus-Truck Accident: ପାକିସ୍ତାନର (Pakistan) ପଞ୍ଜାବ ପ୍ରଦେଶରେ ଏକ ବସ୍ ଟ୍ରକ୍ ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଉଦ୍ଧାରକାରି ଅଧିକାରୀଙ୍କ ଅନୁଯାୟୀ ଶନିବାର ଦିନ ସନ୍ଧ୍ୟାରେ ଲାହୋରଠାରୁ (Lahore) ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ରହୀମ ୟାର ଖାନ ଜିଲ୍ଲାର ବିପରୀତ ଦିଗରୁ ଆସୁଥିବା ଆଖୁ ବୋଝେଇ ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍‌ରେ ସମୁଦାୟ ୧୮ ଜଣ ଯାତ୍ରୀ ଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକାରୀ କହିଛନ୍ତି ଯେ 'ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହ ଆହତମାନଙ୍କୁ ହସ୍ପିଟାଲରେ (Hospital) ଭର୍ତ୍ତି କରିଥିଲେ, ଯେଉଁଠାରେ ୧୩ ଜଣଙ୍କର ମୃତ ଘୋଷଣା ହୋଇଥିବାବେଳେ ଅବଶିଷ୍ଟ ପାଞ୍ଚ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅଛନ୍ତି ।'


ଅଧିକାରୀ ମାନେ କହିଛନ୍ତି ଯେ ଯେଉଁଠାରେ ଦୁର୍ଘଟଣା ଘଟିଥିଲା ​​ସେହି ରାସ୍ତାରେ ବର୍ଷା ଜଳ ଜମା ହୋଇ ରହିଥିଲା । ଦୁର୍ଘଟଣା ପରେ ବସ୍ ଏକ ଆଖୁ ଗଦା ତଳେ ପୋତି ହୋଇଯାଇଥିଲା, ଫଳରେ ଉଦ୍ଧାରକାରୀ ଦଳକୁ ଆହତମାନଙ୍କୁ ହସ୍ପିଟାଲ ନେବାକୁ ଅଧିକ ସମୟ ଲାଗିଥିଲା । ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ, ଯାହାଙ୍କୁ ବର୍ତ୍ତମାନ ଖୋଜା ଚାଲିଛି ।


ଅନ୍ୟପକ୍ଷରେ ଶନିବାର ଦିନ ପାକିସ୍ତାନରୁ ଆଉ ଏକ ଭୟାନକ ଖାଇବର ପକ୍ତୁନଖ୍ୱା ପ୍ରଦେଶରେ ହୋଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି । ଉତ୍ତର ୱାଜିରିସ୍ତାନର ମିର ଅଲି ତହସିଲ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଏକ ବାଇକ୍ ବାରୁଦ ଥିବା ସୁଡ଼ଙ୍ଗକୁ ଧକ୍କା ଦେଇଥିଲା, ଯାହାଦ୍ୱାରା ଦୁଇ ଚକିଆ ଯାନରେ ଚାଳକ ସହ ବସିଥିବା ଲୋକ ପ୍ରାଣ ହରାଇ ଥିଲେ ।


ପାକିସ୍ତାନରେ ସଡକ ଦୁର୍ଘଟଣା ବାରମ୍ବାର ଘଟି ଚାଲିଛି । ପାକିସ୍ତାନର ଜଣେ ଅଧିକାରୀଙ୍କ ଅନୁସାରେ ଭିତ୍ତିଭୂମି, ଭାରି ଯାନ ଓ ଟ୍ରାଫିକ ନିୟମ ପାଳନ ନକରିବା ପାଇଁ ଏହିପରି ପରିସ୍ଥିତି ସୃଷ୍ଟି ହେଉଛି ।


ଏହା ବି ପଢ଼ନ୍ତୁ: ଭାରତର ଅପରାଧୀଙ୍କୁ କାହିଁକି ରକ୍ଷା କରୁଛି ଡ୍ରାଗନ୍? ଚୀନ୍ ରାଷ୍ଟ୍ରଦୂତ ଦେଲେ ଆଶ୍ଚର୍ଯ୍ୟଜନକ ଜବାବ


ଏହା ବି ପଢ଼ନ୍ତୁ: ଭାରତରେ ପ୍ରଥମ ଥର ସୈନ୍ୟଭ୍ୟାସ କରିବ ପାକିସ୍ତାନ ସେନା; ଏହା ରହିଛି କାରଣ