Canada Parliamentary Panel report: ଭାରତ ଉପରେ ପୁଣି ଏକ ସଂଗୀନ ଅଭିଯୋଗ ଲଗାଇଛି କାନାଡ଼ା। ଦେଶର ଗଣତନ୍ତ୍ର ପାଇଁ ଭାରତ ଦ୍ବିତୀୟ ବଡ଼ ବିଦେଶୀ ବିପଦ ବୋଲି କାନାଡ଼ାର ଉଚ୍ଚସ୍ତରୀୟ ସଂସଦୀୟ କମିଟି କ‌ହିଛି। ତେବେ ଏହି କମିଟି ଚୀନକୁ ଏକ ନମ୍ବର ବିପଦ ବୋଲି କହିଛି। ଏହା ପୂର୍ବରୁ ଋଷକୁ ଦ୍ବିତୀୟ ବଡ଼ ବିପଦ ବୋଲି ଦର୍ଶାଇଥିଲା କାନାଡ଼ା। ୨୦୧୯ରେ ଭାରତକୁ ତୃତୀୟ ବିପଦ ପ୍ରବଣ ରାଷ୍ଟ୍ର ତାଲିକାରେ ରଖିଥିଲା। ଏବଂ ଋଷ ଦ୍ଵିତୀୟ ସ୍ଥାନରେ ଥିଲା ।


COMMERCIAL BREAK
SCROLL TO CONTINUE READING

କାନାଡ଼ା ଜାତୀୟ ସୁରକ୍ଷା ଓ ସଂସଦୀୟ ରିପୋର୍ଟର ପାର୍ଟର ଗୁଇନ୍ଦା ବିଭାଗ କହିଛି "କାନାଡ଼ାର ଗଣତାନ୍ତ୍ରିକ ସଂସ୍ଥା ଓ ପ୍ରକ୍ରିୟା ପାଇଁ ଭାରତ ଦ୍ଵିତୀୟ ବଡ଼ ବିଦେଶ ହସ୍ତକ୍ଷେପ ବିପଦ।" ସଂସଦୀୟ ରିପୋର୍ଟରେ କୁହାଯାଇଛି ଯେ ଭାରତର ପ୍ରଭାବ ଧୀରେ ଧୀରେ ବଢୁଛି। ରିପୋର୍ଟର ସମୀକ୍ଷା ପରେ ଏହା ସ୍ପଷ୍ଟ ଜଣାପଡ଼ିଛି ଯେ କାନାଡାର ବଢ଼ୁଥିବା ଖାଲିସ୍ତାନ ସମର୍ଥକ ଉଦ୍ୟମକୁ ପ୍ରତିହତ କରିବା ଠାରୁ ବଡ ଏହା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ସଂସ୍ଥାନରେ ହସ୍ତକ୍ଷେପ କରିଛି ଅଧିକ। ଏମିତିକି କାନାଡ଼ାର ନେତା ଜାତୀୟ ଗଣମାଧ୍ଯମ ଓ ୨୬୬ କାନାଡ଼ିଆନ ଜାତୀୟ ସଂସ୍କୃତିକୁ ଆକ୍ରମଣ କରିବା ମଧ୍ୟ ଦେଖାଯାଉଛି।


ସଂସଦୀୟ ଦଳର ଜାତୀୟ ସୁରକ୍ଷା ଏବଂ ଗୁଇନ୍ଦା କମିଟି ହେଉଛି ମେମ୍ବର ଅଫ୍ ଦି ହାଉସ୍ ଅଫ କମ୍ ଏବଂ ସିନେଟର ସଦସ୍ୟମାନଙ୍କୁ ନେଇ ଏକ ସଂସ୍ଥା। କମିଟିର ରିପୋର୍ଟ ପାକିସ୍ତାନ ଓ ଇରାନର ହସ୍ତକ୍ଷେପ ନେଇ  ମଧ୍ୟ ଇଙ୍ଗିତ କରିଛି। ଏନେଇ ଉପ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆ ଫ୍ରିଲାଣ୍ଡ ରିପୋର୍ଟରମାନଙ୍କୁ କହିଛନ୍ତି ଯେ ଆମେ ବିଦେଶୀ ବିପଦକୁ ଗୁରୁତର ସହ ନେଉ ଆମ ଗଣତନ୍ତ୍ରକୁ ଦୁର୍ବଳ କରୁଥୂବା କ୍ଷମତାଶୀଳ ସରକାରଙ୍କ ବିରୋଧରେ ଆମେ ଚୁପ୍ ଧରି ବସିବୁ ନାହିଁ ବୋଲି ଫ୍ରିଲାଣ୍ଡ କହିଛନ୍ତି।


ତେବେ ଏହି ମାମଲାରେ ଭାରତ ପକ୍ଷରୁ କୌଣଷି ବୟାନ ଦିଆଯାଇ ନାହିଁ। ତେବେ ପୂର୍ବରୁ କାନାଡ଼ା ଲଗାଇଥିବା ସମସ୍ତ ଅଭିଯୋଗର ଖଣ୍ଡନ କରି ସାରିଛି ଭାରତ।


Written By- Tapasa gyanadarsini samal