Megha Engineering Corruption Case: ୩୧୫ କୋଟି ଟଙ୍କା NISP ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ଇସ୍ପାତ ମନ୍ତ୍ରଣାଳୟ ଓ ମେଗା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶନିବାର ଦିନ ଏହି ସୂଚନା ଦେଇଛି। ୩୧୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ଇସ୍ପାତ ମନ୍ତ୍ରଣାଳୟର NMDC ଆଇରନ୍ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟର ଆଠଜଣ ଅଧିକାରୀଙ୍କ ସହ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ବିରୋଧରେ ଏକ ମାମଲା ରୁଜୁ କରିଛି ବୋଲି ତଦନ୍ତକାରୀ ସଂସ୍ଥା କହିଛି।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଅଧିକାରୀମାନେ ଶନିବାର ଦିନ କହିଛନ୍ତି ଯେ ଜଗଦଲପୁର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ସହ ଜଡିତ କାମ ପାଇଁ ମେଗା ଇଞ୍ଜିନିୟରିଂର ୧୭୪ କୋଟି ଟଙ୍କାର ବିଲ୍ କ୍ଲିୟର କରିବାରେ ପ୍ରାୟ ୭୮ ଲକ୍ଷ ଟଙ୍କା ଲାଞ୍ଚ ପ୍ରଦାନ କରାଯାଇଛି। ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଏଫ୍ଆଇଆର NISP ଏବଂ NMDC ର ଆଠ ଜଣ ଅଧିକାରୀ ଏବଂ MECON ର ଦୁଇଜଣ ଅଧିକାରୀଙ୍କ ନାମ ମଧ୍ୟ ରହିଛି।


ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ଖବରରେ ଥିଲା। ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ମେଗା ଇଞ୍ଜିନିୟରିଂ ଆଣ୍ଡ  ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ନିର୍ବାଚନ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକ ପାଇଁ ଦ୍ୱିତୀୟ ବୃହତ୍ତମ ଦାତା ଅଟେ। ୨୦୧୯-୨୦ ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏହା ମୋଟ ୯୬୬ କୋଟି ଟଙ୍କା ମୂଲ୍ୟର ବଣ୍ଡ କିଣିଛି। ନିର୍ବାଚନ ବଣ୍ଡ କିଣିବା କ୍ଷେତ୍ରରେ ଏହି କମ୍ପାନୀ ଦ୍ୱିତୀୟ ସ୍ଥାନରେ ରହିଛି।


ଏହି ତାଲିକାଭୁକ୍ତ ସଂସ୍ଥା ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଜେପିକୁ ପ୍ରାୟ ୫୮୫ କୋଟି ଟଙ୍କା ସର୍ବାଧିକ ଦାନ ଦେଇଥିଲା। କମ୍ପାନୀ BRS କୁ ୧୯୫ କୋଟି, DMK କୁ ୮୫ କୋଟି ଏବଂ YSRCP କୁ ୩୭ କୋଟି ଟଙ୍କା ଦାନ କରିଛି। କମ୍ପାନୀରୁ ଟିଡିପି ପ୍ରାୟ ୨୫ କୋଟି ଟଙ୍କା ପାଇଥିବାବେଳେ କଂଗ୍ରେସ ୧୭ କୋଟି ଟଙ୍କା ପାଇଛି।


ଏହି କମ୍ପାନୀ ୧୯୮୯ ରେ ମେଗା ଇଞ୍ଜିନିୟରିଂ ଏଣ୍ଟରପ୍ରାଇଜେସ୍ ଭାବରେ ଶିଳ୍ପପତି ପାମିରେଡି ପିଚି ରେଡ୍ଡୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ୨୦୦୬ ରେ, ଏହା ଏହାର ନାମ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଭାବରେ ବଦଳାଇଲା ଓ ବନ୍ଧ, ପ୍ରାକୃତିକ ଗ୍ୟାସ ବିତରଣ ନେଟୱାର୍କ, ପାୱାର ପ୍ଲାଣ୍ଟ ଓ ସଡକ ପରି ବୃହତ ଭିତ୍ତିଭୂମି ପ୍ରକଳ୍ପରେ ସକ୍ରିୟ ହେଲା।