କୋଲକାତା: ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଦୁର୍ନୀତି ଘଟଣାରେ ଗତକାଲି କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ । ଆଜି ସନ୍ଦିପଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ରିମାଣ୍ଡରେ ନିଆଯାଇଛି । ମେଡିକାଲ କଲେଜରେ ଅର୍ଥ ହେରଫେର ମାମଲାରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ତାଙ୍କୁ ସହଯୋଗ କରିଥିବା ଅନ୍ୟ ତିନିଜଣଙ୍କୁ ସିବିଆଇ ଆଜି କୋଲକାତା ସ୍ଥିତ ଅଲ୍ଲୀପୁର ଜଜ୍ କୋର୍ଟରେ ହାଜର କରିଥିଲା । କୋର୍ଟରେ ମାମଲାର ଶୁଣାଣି ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଅର୍ଥ ହେରଫେର ତଥା ଦୁର୍ନୀତି ମାମଲାରେ ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି CBI । ଗିରଫ କରିବା ପରେ ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା ସୂଚନା ମିଳିଛି । ଅଭୟା ଦୁଷ୍କର୍ମ ମାମଲାକୁ ନେଇ ବର୍ତ୍ତମାନ ଆର୍‌ଜି କର ହସ୍ପିଟାଲ୍‌ ଚର୍ଚ୍ଚାରେ ରହିଛି ।


କିଛିଦିନ ହେବ ଆରଜି କର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ତଦନ୍ତ କରୁଥିଲା ସିବିଆଇର ଏକ ଟିମ୍ । ପୂର୍ବରୁ ରୋଗୀ ସେବା ଉପକରଣ କିଣା ବିକାରେ ଅନିୟମିତତା ହେଉଥିବାର ଅଭିଯୋଗ ରହିଥିଲା । ତଦନ୍ତରେ ସୁରାକ ମିଳିବା କାରଣରୁ ଅଚାନକ ସନ୍ଦୀପଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖ ଦିନ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହା ପରେ ଘଟଣାକୁ ନେଇ ପୂରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଘଟଣାର ଦୁଇ ଦିନ ପରେ ସନ୍ଦୀପ ଘୋଷ ପ୍ରିନ୍ସିପାଲ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।


Also Read- Astrology: ୪ଟି ରାଶି ବ୍ୟକ୍ତିଙ୍କ ଜୀବନର ଦୁଃଖ ଦୂର କରିବେ ପ୍ରଭୁ ଗଜାନନ


Also Read- Jio Plan: ଜିଓର କେଉଁ ପ୍ଲାନରେ ମିଳୁଛି ବଡ଼ ଲାଭ ? ଜାଣନ୍ତୁ