CBSE ଦ୍ୱାଦଶ ପରୀକ୍ଷାରେ ବଡ ଅପଡ଼େଟ, ଏହି ତାରିଖରେ କରାଯାଇପାରେ ପରୀକ୍ଷା
CBSE 12th Board Exams: CBSE ବୋର୍ଡ ପରୀକ୍ଷା ଜୁଲାଇ ୧୫ ରୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରେ । ଯଦିଓ ପରୀକ୍ଷାର ପାର୍ଟନ ବଦଳିଯିବ ।
ନୂଆଦିଲ୍ଲୀ: CBSE 12th Board Exams date and time: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୧୫ ଜୁଲାଇରୁ ୨୬ ଅଗଷ୍ଟ ମଧ୍ୟରେ କ୍ଲାସ୍ ୧୨ ବୋର୍ଡ ପରୀକ୍ଷା କରିପାରେ।ଯଦିଓ ଏଗୁଡ଼ିକ କେବଳ କଳ୍ପନାଜଳ୍ପନା । ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ୧ ଜୁନ୍ ରେ ପ୍ରକାଶ ପାଇବ । ଅଫଲାଇନ୍ ମୋଡରେ ବୋର୍ଡ ପରୀକ୍ଷା (CBSE Board Exam 2021) କରାଯିବ । ଗୋଟିଏ ପଟେ ବିଶେଷଜ୍ଞମାନେ ପରୀକ୍ଷା ବାତିଲ କରିବାକୁ ଏକମତ ନୁହଁନ୍ତି । ଅନ୍ୟପକ୍ଷରେ ସୋସିଆଲ ମିଡିଆ (Social Media) ପ୍ଲାଟଫର୍ମରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା (12th Board Exam) ବାତିଲ କରିବାକୁ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି ।
ଅଧିକ ପଢ଼ନ୍ତୁ:-Viral Video: କମଲା ହାରିସ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ପରେ କପଡ଼ାରେ ପୋଛିଲେ, ହେଲା ହଙ୍ଗାମା
ସୂଚନାନୁସାରେ ସିବିଏସ୍ଇ ୧୫ ଜୁଲାଇରୁ ୨୬ ଅଗଷ୍ଟ ମଧ୍ୟରେ ଦ୍ୱାଦଶ ପରୀକ୍ଷାକୁ କରିବାକୁ ଓ ସେପ୍ଟେମ୍ବରରେ ଫଳାଫଳ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି । ଏହା ଉପରେ ଅନ୍ତିମ ନିଷ୍ପତ୍ତି ୧ ଜୁନରେ ନିଆଯିବ ।
ପରୀକ୍ଷା ଯଦିଓ ନିୟମିତ ପ୍ରୋଟୋକଲ୍ ଅନୁଯାୟୀ କରାଯିବ ନାହିଁ । ସିବିଏସ୍ଇ ପରାମର୍ଶ ଦେଇଥିଲା ଯେ କେବଳ କିଛି ବିଷୟର ପରୀକ୍ଷା କରିବ କିମ୍ବା ତିନି ଘଣ୍ଟା ପରିବର୍ତ୍ତେ ୧.୫ ଘଣ୍ଟା ପରୀକ୍ଷା କରାଯିବ । ହାଇ ପ୍ରୋଫାଇଲ୍ ମନ୍ତ୍ରୀ ଓ ରାଜ୍ୟ ଶିକ୍ଷା ସଚିବଙ୍କ ମଧ୍ୟରେ ଏକ ବୈଠକରେ ଅଧିକାଂଶ ରାଜ୍ୟ ଶେଷ ବିକଳ୍ପ ଆଡକୁ ମନସ୍ତ କରିଛନ୍ତି । ତେବେ କିଛି ସମ୍ଭାବ୍ୟ ମିଶ୍ରଣ ପାଇଁ କିଛି ମନ୍ତ୍ରୀ ଦାବି କରିଥିଲେ ।
ଅଧିକ ପଢ଼ନ୍ତୁ:-ମାଡ଼ି ଆସୁଛି ବାତ୍ୟା: ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା 'ୟାସ୍', ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି
ପରୀକ୍ଷା ପାର୍ଟନରେ ପରିବର୍ତ୍ତନ:
ଯଦି ପ୍ଲାନ୍ ବି ଗ୍ରହଣ କରାଯାଏ, ତେବେ ପରୀକ୍ଷା ପାର୍ଟନରେ ମଧ୍ୟ ପରିବର୍ତ୍ତନ ହେବ । ୧.୫ ଘଣ୍ଟିଆ ପରୀକ୍ଷା ପାଇଁ, ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ସମାପ୍ତ କରିବାକୁ କେବଳ MCQ ଆଧାରିତ ଓ ବହୁତ କ୍ଷୁଦ୍ର ପ୍ରକାରର ପ୍ରଶ୍ନ ପାଇପାରିନ୍ତି ।
ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ପରୀକ୍ଷା ତିନି ଘଣ୍ଟା ପରିବର୍ତ୍ତେ ୯୦ ମିନିଟର ଅବଧି ହେବ ଓ ଛାତ୍ରଛାତ୍ରୀମାନେ ନାମ ଲେଖାଇଥିବା ସେହି ବିଦ୍ୟାଳୟରେ ପରୀକ୍ଷା କରାଯିବ । ପ୍ରଶ୍ନଗୁଡ଼ିକ ଅବଜେକ୍ଟିଭ୍ ଟାଇପ୍ ଓ ବହୁତ କ୍ଷୁଦ୍ର ଉତ୍ତର ମୂଳକ ହେବ । ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଭାଷାରେ ଓ ତିନୋଟି ଚୟନକାରୀ ବିଷୟଗୁଡ଼ିକପାଇଁ ଉପସ୍ଥିତ ରହିବାକୁ ପଡିବ । ଅନୁମାନ କରାଯାଉଛି ଯେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୧୫ ରୁ ଆରମ୍ଭ ହେବ ଯାହା ଅଗଷ୍ଟ ୧ ପର୍ଯ୍ୟନ୍ତ ଚାଲିବ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୮ ଅଗଷ୍ଟରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ସ୍ଥଗିତ ରଖାଯାଇଥିବା ପରୀକ୍ଷା ରବିବାର ଅନୁଷ୍ଠିତ ହେବ ।