Cement Price Hike, ନୂଆଦିଲ୍ଲୀ: ସ୍ୱପ୍ନ ହୋଇ ରହିଯିବ ଗରିବ ଓ ମଧ୍ୟବିତ୍ତଙ୍କ ସ୍ୱପ୍ନର ଘର! ସେମାନେ ଘର ଖଣ୍ଡେ ତିଆରି କରିବାକୁ ଭାବିବେ ଦଶ ଥର। କାରଣ ଖୁବଶୀଘ୍ର ସିମେଣ୍ଟ ମହଙ୍ଗା ହେବାକୁ ଯାଉଛି। ଚଳିତ ମାସରେ ସିମେଣ୍ଟ କମ୍ପାନୀଗୁଡିକ ବ୍ୟାଗ ପିଛା ୧୦ରୁ ୩୦ ଟଙ୍କା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଏମକେ ଗ୍ଲୋବାଲ ଫାଇନାନସିଆଲ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ମାସରେ ସିମେଣ୍ଟ ବ୍ୟାଗ ପିଛା ୩ରୁ ୪ ପ୍ରତିଶତ ମହଙ୍ଗା ହୋଇଥିଲା। ଲଗାତର ଏପରି ସିମେଣ୍ଟ ଦର ବୃଦ୍ଧି ଘର ତିଆରି କରୁଥିବା କିମ୍ବା କରିବାକୁ ଯୋଜନା କରୁଥିବା ଲୋକଙ୍କ ଚିନ୍ତା ବଢାଇ ଦେଇଛି।


COMMERCIAL BREAK
SCROLL TO CONTINUE READING

ଏମକେ ଗ୍ଲୋବାଲର ଜଣେ ଅଧିକାରୀ କହିଛନ୍ତି ଯେ, ଅକ୍ଟୋବର ୨୦୨୨ରେ ହାରାହାରି ପାନ-ଇଣ୍ଡିଆ ସିମେଣ୍ଟ ମୂଲ୍ୟ ବ୍ୟାଗ ପିଛା ପ୍ରାୟ ୩-୪  ବୃଦ୍ଧି ହୋଇଥିଲା। MoM ଆଧାରରେ ପୂର୍ବ ଏବଂ ଦକ୍ଷିଣରେ ମୂଲ୍ୟ ୨-୩ ପ୍ରତିଶତ ଏବଂ ପଶ୍ଚିମରେ ପ୍ରାୟ ଏକ ପ୍ରତିଶତ ବୃଦ୍ଧି ପାଇଥିଲା। ଉତ୍ତର ଏବଂ କେନ୍ଦ୍ରୀୟ ଅଞ୍ଚଳରେ ୧ରୁ ୨ ପ୍ରତିଶତ ହ୍ରାସ ହୋଇଥିଲା। ନଭେମ୍ବର ୨୨ରେ ସିମେଣ୍ଟ କମ୍ପାନୀଗୁଡିକ ପୁଣି ୧୦ରୁ ୩୦ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଏହି ନୂଆ ମୂଲ୍ୟ ଆସିପାରେ।


Also Read: Winter Foods: ଶୀତଦିନେ ଫିଟ୍ ରହିବା ପାଇଁ ଖାଆନ୍ତୁ ଏହି ୫ଟି ଖାଦ୍ୟ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ


ଗତ ବର୍ଷ ଅକ୍ଟୋବର-ନଭେମ୍ବର ଉତ୍ସବର ଋତୁରେ ସିମେଣ୍ଟ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଏବେ ଗତ ବର୍ଷ ତୁଳନାରେ ବଦ୍ଧିତ ହାର କମ ରହିଛି। ରିପୋର୍ଟ ଅନୁଯାୟୀ, ମୌସୁମୀର ବିଳମ୍ବରେ ଫେରିବା ଏବଂ ଶ୍ରମ ଅଭାବ ହେତୁ ଅକ୍ଟୋବର ୨୨ରେ ସମେଣ୍ଟ ଚାହିଦା ପ୍ରଭାବିତ ହୋଇଥିଲା।
ଆଗାମୀ ସପ୍ତାହରେ ସମସ୍ତ ପ୍ରମୁଖ ପର୍ବ ସମାପ୍ତ ହେବା ସହ ବ୍ୟସ୍ତବହୁଳ ନିର୍ମାଣ ଋତୁ ଆରମ୍ଭ ହେବ। ତେଣୁ ସମେଣ୍ଟର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଇନଫ୍ରା ସଂସ୍ଥା ଗୁଡିକଙ୍କ ପାଇଁ ଆଗାମୀ କ୍ୱାର୍ଟରରେ ଅଧିକ ଚାପ ପଡିବାର ସମ୍ଭାବନା ଅଛି।


ଅନ୍ତର୍ଜାତୀୟ ବଜାରରେ ସିମେଣ୍ଟ ଟନ ପିଛା ୧୯୫ ଡଲାର ଥିବା ବେଳେ ସେଥିରେ ୩୦ ପ୍ରତିଶତ ହ୍ରାସ ହୋଇଛି। ଆଗାମୀ ଦିନରେ ଯଦି ତୈଳ ଦର ହ୍ରାସ ପାଏ ତେବେ ସିମେଣ୍ଟ ମୂଲ୍ୟ ଟନ ପିଛା ୧୫୦ରୁ ୨୦୦ ଟଙ୍କା କମିବାର ସମ୍ଭାବନା ଅଛି। ସେହି ସମୟ ଆସିବା ପର୍ଯ୍ୟନ୍ତ ଭାରତର ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ଚିନ୍ତା ବୃଦ୍ଧି ପାଇବ। 


Also Read: Daman: ବିବାଦରେ ଫସିଲା ଯୁଗାନ୍ତକାରୀ ସିନେମା ଦମନ, ପୋଷ୍ଟରରେ ବର୍ଷିଆନ କଳାକାରଙ୍କୁ ଦର୍ଶାଇଲା ମୃତ


Also Read: Wedding Ceremony: ଭୁଲ ହାତରେ ପଡ଼ିଲା ବିବାହ ଉପହାର, ଘର ଲୋକଙ୍କ ଉପରେ କାର ଚଢ଼ାଇଦେଲା ବର


Also Read: Lord Jagannath: ଆଜିଠୁ ପବିତ୍ର ପଞ୍ଚୁକ ବ୍ରତର ଅୟମାରମ୍ଭ, ପାଞ୍ଚ ଦିନ ଏହି ସବୁ ବେଶରେ ଦର୍ଶନ ଦେ