CBSE CTET Exam 2023: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହା ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ସ୍ଥଗିତ ରଖିଛି। ଏହି ପରୀକ୍ଷା ଚଳିତ ବର୍ଷ ୯ ତାରିଖରେ ଅନୁଷ୍ଠିତ ହେବା ନେଇ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା। ହେଲେ ଚଳିତ ବର୍ଷ ସିବିଏସଇ ଦ୍ୱାରା ପରିଚାଳିତ ସିଟିଇଟି ପରୀକ୍ଷା ଆସନ୍ତା ଫେବୃଆରୀ ୭ ତାରିଖରେ ଅନୁଷ୍ଠିତ ହେବ। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (Central Teacher Eligibility Test) ସିଟିଇଟି ପରୀକ୍ଷା ୨୦୨୩ (CTET Exam 2023) ଦେବାକୁ ଆବେଦନ କରିଥିବା ପ୍ରାର୍ଥୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (Central Board of Secondary Education) ସିବିଏସଇ (CBSE) ୱେବସାଇଟ୍-- ctet.nic.in ଜରିଆରେ ଅଫିସିଆଲ୍ ନୋଟିସ୍ ବାବଦରେ ଯାଞ୍ଚ କରିପାରିବେ। ଏହି ନିଷ୍ପତ୍ତି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀଙ୍କ ସମର୍ଥନରେ ଆସିଛି। ଯେଉଁମାନେ ସିଟିଇଟି ପରୀକ୍ଷା ତାରିଖକୁ ଆଗକୁ ବଢାଇବାକୁ ସିବିଏସଇ ବୋର୍ଡ ନିକଟରେ ଦାବି କରୁଥିଲେ।


ଏନେଇ ଜାରି କରାଯାଇଥିବା ବିଜ୍ଞପ୍ତି ଜରିଆରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଦେଶରେ ୨୧୧ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା। ସିଟିଇଟି ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (Computer Based Test) ଜରିଆରେ ଅନୁଷ୍ଠିତ ହେବ।