Toll Plazas on Highways, ନୂଆଦିଲ୍ଲୀ: ଟ୍ରାଫିକ୍ ଜାମ୍ ହେବାର ଅନ୍ୟତମ କାରଣ ହେଉଛି ଟୋଲ୍ ପ୍ଲାଜା । ବର୍ତ୍ତମାନ ସରକାର ମଧ୍ୟ ଏହି ସମସ୍ୟାର ସମାଧାନ ପାଇଛନ୍ତି । ରାଜପଥରେ ଯାତାୟାତ ଜନିତ ସମସ୍ୟାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ରାଜପଥରୁ ସମସ୍ତ ଟୋଲ୍ ପ୍ଲାଜା ହଟାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଟୋଲ ପ୍ଲାଜା ବଦଳରେ କ୍ୟାମେରା ଲଗାଇ ଯିବ । ଏହା ମାନବ ହସ୍ତକ୍ଷେପର ଆବଶ୍ୟକତା ବିନା ଟିକସ କାଟିବାରେ ସାହାଯ୍ୟ କରିବ । ନୂତନ ଯୋଜନା ପଛରେ ଥିବା କାରଣଗୁଡିକ ଏବଂ କେନ୍ଦ୍ର ସରକାର ଆଲୋଚନା କରୁଥିବା ବିକଳ୍ପ ଯୋଜନା ବିଷୟରେ ଆସନ୍ତୁ ଜାଣିବା..


COMMERCIAL BREAK
SCROLL TO CONTINUE READING

ସମସ୍ତ ଜାତୀୟ ରାଜପଥରୁ ଟୋଲ ପ୍ଲାଜା ହଟାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ରାଜପଥରେ ଏଭଳି କ୍ୟାମେରା ଲଗାଯିବ ଯାହା ଗାଡିର ନମ୍ବର ପ୍ଲେଟ୍ ସ୍କାନ୍ କରିବ ଏବଂ ତା’ପରେ ଟୋଲ୍ ଟଙ୍କା ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କଟାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ, ରାଜପଥରେ ଯାତ୍ରା କରିବା ସମୟରେ ଆପଣଙ୍କୁ ବାରମ୍ବାର ଟୋଲରେ ଅଟକି ରହିବାକୁ ପଡିବ ନାହିଁ । ଟୋଲ ପ୍ଲାଜାରେ ଗାଡି ଅଟକିବ ନାହିଁ ଏବଂ ଟୋଲ୍ ସ୍ୱୟଂଚାଳିତ ଭାବରେ କଟାଯିବ । ଏଥିପାଇଁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଏକ ପାଇଲଟ୍ ପ୍ରକଳ୍ପ ମଧ୍ୟ ଆରମ୍ଭ କରିଛି । ଥରେ ଏହି ନୂତନ ସିଷ୍ଟମ ଲାଗୁ ହେବା ପରେ ସମସ୍ତ ଟୋଲ୍ ପ୍ଲାଜା ଏବଂ ଫାଷ୍ଟ ଟ୍ୟାଗ୍ ସିଷ୍ଟମ୍ ରଦ୍ଦ ହୋଇଯିବ । 


Also Read: ରେଲୱେ ବାତିଲ କଲା ପୁଣି ୧୨୭ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଚେକ୍ କରନ୍ତୁ ଲିଷ୍ଟ୍


ଫେବୃଆରୀ ୨୦୨୧ରେ ଭାରତରେ FASTag ବାଧ୍ୟତାମୂଳକ କରାଯାଇଥିଲା । ଟୋଲ୍ ପ୍ଲାଜାରେ ଲମ୍ବା ଟ୍ରାଫିକ୍ ଜାମ୍ ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କିନ୍ତୁ ଏହି ସିଷ୍ଟମ୍ ମଧ୍ୟ ସଫଳ ହେଲାନାହିଁ, ଯେଉଁଥିପାଇଁ ଟୋଲ୍ ପ୍ଲାଜାରେ ଏବେ ମଧ୍ୟ ଯାନବାହାନର ଲମ୍ବା ଲାଇନ ଲାଗୁଛି । ବେଳେବେଳେ ଏକ FASTag କାମ କରେ ନାହିଁ ଏବଂ ବେଳେବେଳେ FASTag ସ୍କାନିଂ ସିଷ୍ଟମ ଖରାପ ହୋଇଯାଏ । ଏହା ବ୍ୟତୀତ ଦୂର ଦୂରାନ୍ତର ଟୋଲ ପ୍ଲାଜାରେ ଇଣ୍ଟରନେଟ ସଂଯୋଗର ସମସ୍ୟା ହୋଇପାରେ, ଯେଉଁଥିପାଇଁ ଟୋଲ ସଂଗ୍ରହରେ ବିଳମ୍ବ ହେଉଛି ଏବଂ ଏହି ବିଳମ୍ବ ଲମ୍ବା ଟ୍ରାଫିକ ଜାମ୍ ହେବାର କାରଣ ପାଲଟୁଛି ।


ବର୍ତ୍ତମାନ ଟୋଲ୍ ସଂଗ୍ରହର ୯୭ ପ୍ରତିଶତ FASTag ମାଧ୍ୟମରେ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୪୦ ହଜାର କୋଟି ଟଙ୍କା ହେବ । FASTag ଥିଲେ ମଧ୍ୟ ଗୋଟିଏ ଗାଡିକୁ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ହାରାହାରି ୪୭ ସେକେଣ୍ଡ ସମୟ ଲାଗେ । ସରକାରୀ ତଥ୍ୟ ଅନୁଯାୟୀ, ମାନୁଆଲ ଟୋଲ ସଂଗ୍ରହ ମାଧ୍ୟମରେ ଘଣ୍ଟାକୁ ୧୧୨ଟି ଗାଡ଼ି ଟୋଲ ଅତିକ୍ରମ କରେ । FASTagରେ ଏହି ସଂଖ୍ୟା ୨୬୦ ହୋଇଥାଏ । ସରକାର ଯୋଜନା କରିଛନ୍ତି ଯେ, ଟୋଲ ସଂଗ୍ରହର ନୂତନ ଯୋଜନା କାର୍ଯ୍ୟକାରୀ ହେବା ପରେ ଟୋଲ ସଂଗ୍ରହ ପାଇଁ FASTag ବ୍ୟବସ୍ଥା ରଦ୍ଦ ହେବ।


Also Read: ପୁଣି ନିଜ ସରକାରଙ୍କୁ ଟାର୍ଗେଟ କଲେ ଗଡ଼କରୀ! ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତାର କଲେ ଖୁଲାସା


ନୂତନ ପ୍ରକ୍ରିୟା କିପରି କାର୍ଯ୍ୟ କରିବ?


ଟୋଲ ରାସ୍ତାର ଏଣ୍ଟ୍ରୀ ଏବଂ ଏକ୍ସିଟ୍ ପଏଣ୍ଟରେ କ୍ୟାମେରା ଲଗାଯିବ । ANPR କ୍ୟାମେରା କାରଗୁଡିକର ନମ୍ବର ପ୍ଲେଟ୍ ସ୍କାନ କରିବ ଏବଂ ସମ୍ପୃକ୍ତ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଟ୍ୟାକ୍ସ କଟାଯିବ । 


କେବଳ ୨୦୧୯ ପରେ ତିଆରି ହୋଇଥିବା ନମ୍ବର ପ୍ଲେଟଗୁଡିକ କ୍ୟାମେରା ଦ୍ୱାରା ସ୍ୱୟଂଚାଳିତ ଭାବରେ ସ୍କାନ୍ ହେବ ।


ଏହି ସିଷ୍ଟମକୁ ବୃହତ ଆକାରରେ କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ଗାଡି ଗୁଡିକରେ ଅତ୍ୟାଧୁନିକ ନମ୍ବର ପ୍ଲେଟ୍ ଲଗାଇବା ଆବଶ୍ୟକ ।


କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ଏହିପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପାଇଁ କିଛି ସମୟ ଲାଗିବ, ପାଇଲଟ୍ ଅଧ୍ୟୟନ ଚାଲିଛି ।


ଆସନ୍ତା ଛଅ ମାସ ମଧ୍ୟରେ ନୂଆ ସିଷ୍ଟମ କାର୍ଯ୍ୟକାରୀ ହେବ ଓ ଟୋଲ୍ ପ୍ଲାଜା ହଟିବ ବୋଲି ଆଶା କରାଯାଉଛି ।