ନୂଆଦିଲ୍ଲୀ: ସନ୍ଦେହ ଘେରରେ PM-CARES Fund। ପ୍ରଥମରୁ ଏହି ପାଣ୍ଠିକୁ ନେଇ ପ୍ରଶ୍ନ ଉଠୁଛି। କିନ୍ତୁ ନିକଟରେ RTIରେ ମଗାଯାଇଥିବା ଏକ ପ୍ରଶ୍ନର ଉତ୍ତର ସେହି ପ୍ରଶ୍ନକୁ ଆହୁରି ଦୃଢିଭୁତ କରୁଛି। ପ୍ରଥମେ PM-CARES Fundକୁ ବେସରକାରୀ ବୋଲି କହୁଥିବା ସରକାର ତାଙ୍କ ବୟାନରୁ ୟୁଟର୍ଣ୍ଣ ମାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମହାମାରୀ କୋରୋନା କାଳରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ PM-CARES Fund ଗଠନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଅପିଲ କ୍ରମେ ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତି ବିଶେଷ କୋଟି କୋଟି ଟଙ୍କା ଦାନ କଲେ। କିନ୍ତୁ ସରକାର ଏହାର କୌଣସି ହିସାବ ଦେଲେ ନାହିଁ। ଫଳରେ ପାଣ୍ଠିର ବୈଧତା ନେଇ ବିରୋଧି ପ୍ରଶ୍ନ ଉଠାଇଥିଲେ। 


Also Read: ନୂଆବର୍ଷରେ କୋଟି କୋଟି କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଆକାଉଣ୍ଟକୁ ଆସିବ PF ଟଙ୍କା, ଜାଣନ୍ତୁ କିପରି କରିବେ ଚେକ୍


ଅନେକ ଲୋକ RTI ଜରିଆରେ PM-CARES Fundର ତଥ୍ୟ ମାଗିଥିଲେ। କିନ୍ତୁ ସରକାର ଏହାକୁ ଏକ ଘରୋଇ ପାଣ୍ଠି ବୋଲି କହିବା ସହ RTIର ଜବାବ ଦେବାକୁ ମନା କରିଦେଇଥିଲା। କିନ୍ତୁ ବର୍ତ୍ତମାନ ଅନ୍ୟ ଏକ RTIରେ ଏହାର PM-CARESର ଗୁମର ଖୋଲିଛି। ସେତେବେଳେ ଘରୋଇ ପାଣ୍ଠି ବୋଲି କହୁଥିବା ସରକାର ଏବେ ତାକୁ ସରକାରଙ୍କ ଦ୍ୱାରା ସ୍ଥାପିତ ଏବଂ ପରିଚାଳତ ପାଣ୍ଠି ବୋଲି ସ୍ୱିକାର କରିଛନ୍ତି। ସେହି ତଥ୍ୟ ଅନୁସାରେ PM-CARES Fund ସମ୍ପୂର୍ଣ୍ଣ ରୂପେ ସରକାରୀ ପାଣ୍ଠି। 


ଡିସେମ୍ବର ୨୪ରେ RTIର ଉତ୍ତରରେ କେନ୍ଦ୍ର ସରକାର କହିଛନ୍ତି, "PM-CARES Fund ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତି, ସଙ୍ଗଠନ, CSR, ବେଦେଶୀ ପାଣ୍ଠି ଓ PSUରୁ ପ୍ରାପ୍ତ ଅନୁଦାନରେ ଚାଲୁଛି। ଏଥିରେ ସରକାରୀ ଅର୍ଥ ବିନିଯୋଗ ହେଉନାହିଁ। ଟ୍ରଷ୍ଟି ଭାବେ ଘରୋଇ ବ୍ୟକ୍ତି ହିଁ ପାଣ୍ଠିର ପରିଚାଳନା କରୁଛନ୍ତି। ତେଣୁ  RTI ଆଇନର ଧାରା 2(H) ଅଧିନକୁ ଆସୁନାହିଁ। ତେଣୁ PM-CARESକୁ ସାର୍ବଜନିକ ସଂସ୍ଥା ବୋଲି ବିବେଚନା କରାଯିବ ନାହିଁ।"


Also Read: କୃଷକ ଆନ୍ଦୋଳନ: ଖୋଲବ ସମାଧାନର ବାଟ, ୨୯ରେ ୭ମ ପର୍ଯ୍ୟାୟ ବୈଠକ


ତେବେ ପୂର୍ବରୁ ସରକାର କହିଥିଲେ, "PM-CARES Fund ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ। କୋରୋନା ପରି ମହାମାରୀ ଓ ବିପର୍ଯୟର ମୁକାବିଲା ପାଇଁ ଏହି ପାଣ୍ଠି ଗଠିତ ହୋଇଛି। ପ୍ରଧାନମନ୍ତ୍ରୀ PM-CARESର ଅଧ୍ୟକ୍ଷ। ଏହି ପାଣ୍ଠି ଉପରେ କୌଣସି ପ୍ରକାର କର ଲାଗୁ ହେବନାହିଁ।" କିନ୍ତୁ ଏବେ ଏହାକୁ ସରକାରୀ ନିୟନ୍ତ୍ରଣାଧିନ ସଂସ୍ଥା ବୋଲି ସ୍ୱୀକାର କରିଛନ୍ତି।