Parliament Winter Session: ଭୁବନେଶ୍ୱର: ଡିସେମ୍ବର ୨ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସରକାରଙ୍କ ପକ୍ଷରୁ ଏହି ସର୍ବଦଳୀୟ ବୈଠକ ଡକାଇଛନ୍ତି। ଶୀତକାଳୀନ ଅଧିବେଶନରେ କିପରି ଦେଶବାସୀଙ୍କ ବହୁ ପ୍ରତୀକ୍ଷିତ ପ୍ରସଙ୍ଗଗୁଡ଼ିକୁ ଶାଣିତ ଭାବେ ଆଲୋଚନା କରାଯାଇପାରିବ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରତିଥରା ସଂସଦ ଆରମ୍ଭ ପୂର୍ବଦିନ ଏପରି ସର୍ବଦଳୀୟ ବୈଠକ ଡକାଇ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ବାବଦରେ ସୂଚନା ଦିଆଯାଇଥାଏ। ହେଲେ ଏଥର ଏହିଦିନ ୫ ରାଜ୍ୟ ନିର୍ବାଚନ ଫଳାଫଳ ବାହାରିବା ଦିନ ଥିବାରୁ ସର୍ବଦଳୀୟ ବୈଠକକୁ ଗୋଟିଏଦିନ ପୂର୍ବରୁ ଡକାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏଥର ଲୋକସଭା ଆରମ୍ଭରୁ ସରଗରମ ହେବାର ସମ୍ଭାବନା ରହିଛ। ପ୍ରଥମେ ୫ ରାଜ୍ୟର ନିର୍ବାଚନ ଫଳଫଳକୁ ନେଇ ଆଲୋଚନା ହୋଇପାରେ। ଦ୍ୱିତୀୟରେ ବହୁ ପ୍ରତୀକ୍ଷିତ ସିଆରପିସି, ଆଇପିସି ଏବଂ ଏଭିଡେନ୍ସ ଆକ୍ଟର ସଂଶୋଧନ ବିଧେୟକକୁ ସରକାର ଗୃହରେ ଉପସ୍ଥାପନ କରିପାରନ୍ତି। ବାସ୍ତବରେ କହିବାକୁ ଗଲେ ଏହି ଅଧିବେଶନ ସରକାରଙ୍କ ପାଇଁ ନିର୍ବାଚନକୁ ଯିବା ପୂର୍ବରୁ ସବୁଠାରୁ ଉତ୍କୃଷ୍ଟ ପ୍ଲାଟ୍‍ଫର୍ମ ସାବ୍ୟସ୍ତ ହେବ। ଏହି ସମୟରେ ଭୋଟ୍‍ ଆକର୍ଷଣ କରିବା ପାଇଁ କିଛି ପ୍ରସ୍ତାବ ସରକାର ଆଣିପାରନ୍ତି। 


‘ପ୍ରଶ୍ନ ପାଇଁ ଲାଞ୍ଚ’ ଘଟଣାରେ ସଦାଚାର କମିଟି ଦେଇଥିବା ରିପୋର୍ଟକୁ ସରକାର ଗୃହରେ ଉପସ୍ଥାପନ କରିପାରନ୍ତି।  କମିଟି ତାଙ୍କୁ ଗୃହରୁ ବହିଷ୍କାର ପାଇଁ ପରାମର୍ଶ ଦେଇଛନ୍ତି। ଏହି ରିପୋର୍ଟକୁ ନେଇ ସରକାରଙ୍କୁ ବିରୋଧୀ କଡ଼ା ସମଲୋଚନା କରିପାରନ୍ତି। ସରକାର ବିଭିନ୍ନ ବିଧେୟକକୁ ଆଣିବାର ଚେଷ୍ଟା କରିବେ। ଠିକ୍‍ ସେହିପରି ସାମ୍ପ୍ରତିକ ପ୍ରସଙ୍ଗଗୁଡ଼ିକୁ ଉଠାଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହିଁବେ ବିରୋଧୀ। ଏଣୁ ବାହାରେ ଥଣ୍ଡା ପାଗ ରହିଥିବା ବେଳେ ନୂଆ ସଂସଦ ଭବନ ଭିତରେ କିନ୍ତୁ ପ୍ରସଙ୍ଗ ଭିତ୍ତିକ ଆଲୋଚନା ପରିବେଶକୁ ସରଗରମ କରିପାରେ।