ୱାଶିଂଟନ; ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଆସନ୍ତା ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ପ୍ରସ୍ତାବିତ ରାଷ୍ଟ୍ରପତି ବାଇଡେନ। କୋରୋନା ସଂକଟ ଜାରି ରହିଥିବା ବେଳେ ନୂତନ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ। 


COMMERCIAL BREAK
SCROLL TO CONTINUE READING

ଏଥର ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ (White House) ପରିସରରେ ଥିବା ଇଷ୍ଟଫ୍ରଣ୍ଟ (East Front) ଠାରେ "ପାସ ଇନ ରିଭ୍ୟୁ" (Pass in Review) ସହ ହ୍ୱାଇଟ ହାଉସ ପର୍ଯ୍ୟନ୍ତ ରାଷ୍ଟ୍ରପତି (President) ଙ୍କ ଲାଗି ଏସକର୍ଟ କରାଯିବ। ତେବେ ଶପଥ ଗ୍ରହଣ ପରେ ଜୋ ବାଇଡେନ (Joe Biden) ଙ୍କ କଣ ରହିବ ପ୍ରଥମ ପଦକ୍ଷେପ ସେ ବିଷୟରେ ଆମେ ଆପଣଙ୍କୁ ଜଣାଉଛୁ । ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ଦେଶ ସମ୍ମୁଖୀନ ହେଉଥିବା ଚାରୋଟି ଆହ୍ୱାନ ସେଗୁଡ଼ିକ ହେଲା, କୋଭିଡ-19 (Covid-19) ସଙ୍କଟ, ଅର୍ଥନୈତିକ ସଙ୍କଟ  (Financial Problem) , ପରିବେଶ (Environment) ସଙ୍କଟ ଏବଂ ଜାତିଗତ ଅସାମାନତା (Racism) କୁ ସମାଧାନ କରିବା ନେଇ ଏକ ଡର୍ଜନ ପ୍ରସ୍ତାବରେ ଦସ୍ତଖତ କରିବେ ।


Also Read; ମନବଦଳାଇଲା ହ୍ୱାଟସଆପ୍; ୟୁଜର୍ସଙ୍କୁ ଦେଲା ନୂଆ ନୋଟିଫିକେସନ୍
    
ହ୍ୱାଇଟ ହାଉସର ନୂତନ ଭାବେ ନିଯୁକ୍ତ ମୁଖ୍ୟ ରୋନ୍ କ୍ଲିନ୍ (Ron Klain) ଶନିବାର ହ୍ୱାଇଟ ହାଉସର ବରିଷ୍ଠ କର୍ମକର୍ତ୍ତାଙ୍କୁ ଏକ ସ୍ମାରକପତ୍ରରେ କହିଛନ୍ତି, 'ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ଏମିତି ସମୟରେ ଦାୟିତ୍ୱ ଗ୍ରହଣ କରୁଛନ୍ତି, ଯେତେବେଳେ ଦେଶ ଏକ ଗମ୍ଭୀରତାର ସମ୍ମୁଖୀନ ହେଉଛି । ଆମର ଚାରୋଟି ପ୍ରମୁଖ ସଙ୍କଟ ଅଛି, ଯାହା ପରସ୍ପର ସହିତ ଜଡିତ । 


ସେ ଆହୁରି କହିଛନ୍ତି ଯେ, ଏହି ସମସ୍ତ ସଙ୍କଟ ଦୂର କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ଏବଂ ବାଇଡେନ ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦ ଦିନରେ ଏହି ସଙ୍କଟଗୁଡିକର ମୁକାବିଲା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । କ୍ଲିନ୍ ଏକଥା ବି କହିଛନ୍ତି ଯେ ଶପଥ ଗ୍ରହଣ ଦିନ ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ (Joe Biden) ଚାରୋଟି ସଙ୍କଟର ମୁକାବିଲା ପାଇଁ ପ୍ରାୟ ଏକ ଡର୍ଜନ ପ୍ରସ୍ତାବରେ ଦସ୍ତଖତ କରିବାକୁ ଯାଉଛନ୍ତି।


Also Read; କୋରୋନା ଟିକା ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଭୁତି ବଖାଣିଲେ ସ୍ୱାସ୍ଥ୍ୟସେବା କର୍ମଚାରୀ


ତେବେ ପୁରା ବିଶ୍ୱର ନଜର ଏବେ ଜାନୁଆରୀ ୨୦ ଉପରେ । ସେହିଦିନ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ (Newly elected President Joe Biden) 
ଶପଥ ନେବା ପରେ ତାଙ୍କ କାର୍ଯ୍ୟକୁ ନେଇ ପୁରା ବିଶ୍ୱ ଚାହିଁ ବସିଛି।