ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ବିଜେପି ପାଇଁ ସେତେଟା ସହଜ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟକାଇବା ପାଇଁ ବିରୋଧୀ ଅନେକ ରଣନୀତି ପ୍ରସ୍ତୁତ କରିସାରିଲେଣି। ତୃତୀୟ ସାମୁଖ୍ୟ ଗଠନ ପାଇଁ ରଚା ସରିଲାଣି ଚକ୍ରବ୍ୟୁହ। ଏହି କ୍ରମରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏକ ନୂତନ ଦଳ ଗଠନ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଜନତା ଦଳ(ସେକ୍ୟୁଲାର) ନେତା ଏଚଡ଼ି କୁମାରସ୍ୱାମୀ ତାଙ୍କୁ ସମର୍ଥନ ଦେବା ନେଇ ମଧ୍ୟ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଦିନକ ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ହାଇଦ୍ରାବାଦଠାରେ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ। ରବିବାର ହିଁ କେସିଆର ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିଥିଲେ। ଏଥିପାଇଁ ସମସ୍ତ ବିପକ୍ଷ ଦଳ ଓ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ହିଁ ଏହି ଦଳ ଗଠନ କରିବେ ବୋଲି କେସିଆର ସୂଚନା ଦେଇଥିଲେ। 


ସେପଟେ ତୃତୀୟ ସାମୁଖ୍ୟକୁ ନେଇ କୁମାରସ୍ୱାମୀ କହିଥିଲେ କି ତୃତୀୟ ସାମୁଖ୍ୟର ପ୍ରଶ୍ନ ଉଠୁନାହିଁ। ଦେଶରେ ବିଭିନ୍ନ ସମସ୍ୟା ରହିଛି। ଏହାର ସମାଧାନ ପାଇଁ କେସିଆରଙ୍କ ନିକଟରେ ସ୍ୱତନ୍ତ୍ର ବିଚାରଧାରା ରହିଛି। ଆମେମାନେ କାଲି ଏହା ଉପରେ ପ୍ରାୟ ତିନି ଘଣ୍ଟା କାଳ ଆଲୋଚନା କରିଛୁ। କୃଷକ ସମୁଦାୟ ଓ ସାତଟି ପ୍ରମୁଖ ସହର ଉପରେ ଉନ୍ନତିକରଣ ଉପରେ ଆଲୋଚନା କରିଛୁ। ଏଥିପାଇଁ କେସିଆରଙ୍କର ସ୍ୱତନ୍ତ୍ର ବିଚାରଧାରା ରହିଛି। ରାଷ୍ଟ୍ରୀୟ ସ୍ତରରେ କିପରି ଏହା ଲାଗୁ ହୋଇପାରିବ ସେ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛୁ। 


କୁମାର ସ୍ୱାମୀ ଆହୁରି ମଧ୍ୟ କହିଥିଲେ କି କେସିଆର ନିଜ ପ୍ରୟାସରେ ଜନତା ଦଳ ଠାରୁ ସହଯୋଗ ମାଗିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି଼ ଦେବଗୌଡ଼ାଙ୍କୁ ପୁଅ କୁମାରସ୍ୱାମୀ କହିଛନ୍ତି କି ଏକ ଛୋଟ ଦଳ ଭାବରେ ଆମେ ଅଭିଜ୍ଞତା ଉପରେ ଆଧାର କରି ମୁଁ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶୃତି ଦେଉଛି। କୃଷକ ତଥା ଦେଶର ଲୋକଙ୍କ ହିତ ପାଇଁ ସେମାନଙ୍କ ସହ ହାତ ମିଳାଇବାକୁ ନିଶ୍ଚିତ କରିଛି।


ବିଜେପି ଏବଂ କଂଗ୍ରେସକୁ ଏକ ଜାତୀୟ ବିକଳ୍ପ ଯୋଗାଇବାକୁ ଚେଷ୍ଟା କରୁଥିବା ରାଓ କହିଛନ୍ତି ଯେ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ଜାରି ରଖି ଏକ ବିକଳ୍ପ ଜାତୀୟ ଏଜେଣ୍ଡା ଉପରେ ଟିଆରଏସ ଏକ ସହମତି ପ୍ରକାଶ କରିବ। ଜନତା ଦଳ (ସିକ୍ୟୁଲାର) ନେତା ଏଚ୍ ଡି କୁମାରସ୍ୱାମୀ କହିଛନ୍ତି ଯେ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାଙ୍କ ଦଳ ପାଇଁ ଏକ ଅଗ୍ନି ପରୀକ୍ଷା ହେବ। ଏହାର ଫଳାଫଳ ଆସନ୍ତା ୨୦ ରୁ ୨୫ ବର୍ଷ ପର୍ଯ୍ୟନ୍ତ ରାଜନୈତିକ ଭବିଷ୍ୟତକୁ ପ୍ରଭାବିତ କରିବ। 


ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ତାଙ୍କ ପୁଅ ତଥା ଜନତାଦଳର (ଏସ) ଯୁବ ୱିଙ୍ଗ ମୁଖ୍ୟ ନିଖିଲ କୁମାରସ୍ୱାମୀଙ୍କ ନିକଟରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। ନିଖିଲ ତାଙ୍କ ବିବୃତ୍ତିରେ ସୂଚାଇ ଦେଇଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ଦଳ ପାଇଁ ଶେଷ ନିର୍ବାଚନ ହେବ।