ଉତ୍ତରାଖଣ୍ଡ ସରକାର ନେଲେ U-Turn, ଚାରିଧାମ ଯାତ୍ରା ଉପରେ ଲଗାଇଲେ ସ୍ଥଗିତାଦେଶ
ଉତ୍ତରାଖଣ୍ଡ ସରକାର ଚାରି ଧାମ ଯାତ୍ରାକୁ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ପୂର୍ବରୁ ସରକାର ୧ ଜୁଲାଇରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବାକୁ ଘୋଷଣା କରିଥିଲେ ।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର (Uttarakhand Government) ଚାରିଧାମ ଯାତ୍ରା ୨୦୨୧ କୁ (Char Dham Yatra 2021) ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସୋମବାର ହାଇକୋର୍ଟ (High Court) କ୍ୟାବିନେଟର (Cabinet) ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ଯେଉଁଥିରେ ଚାରିଧାମ ଯାତ୍ରା ପାଇଁ ସୀମିତ ସଂଖ୍ୟକ ଯାତ୍ରୀଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର କିଛି ଘଣ୍ଟା ପରେ ସରକାର ଜୁଲାଇ ୧ ତାରିଖରୁ ପ୍ରଥମ ପର୍ଯ୍ୟାୟ (First Phase) ଆରମ୍ଭ କରିବାକୁ ଘୋଷଣା କରିଥିଲେ ।
ସରକାର ନେଲେ U-Turn
ଉତ୍ତରାଖଣ୍ଡ ସରକାର ପୂର୍ବ ଘୋଷଣାରେ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟ ଜୁଲାଇ ୧ ରୁ ଓ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୧ ରୁ ଆରମ୍ଭ ହେବ । ଯାତ୍ରୀମାନଙ୍କ ପାଇଁ ଏହି ଯାତ୍ରାରେ ଯୋଗଦେବା ପାଇଁ COVID-19 ର ନକାରାତ୍ମକ ରିପୋର୍ଟ ରହିବା ବାଧ୍ୟତାମୂଳକ । ଏହାପୂର୍ବରୁ ଜୁନ୍ ୨୫ ରେ ରାଜ୍ୟ କ୍ୟାବିନେଟ୍ ସୀମିତ ସଂଖ୍ୟକ ସ୍ଥାନୀୟ ଲୋକଙ୍କୁ ଜୁଲାଇ ୧ ରୁ ଚାରିଧାମ ଯାତ୍ରା କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭରେ ନିଷ୍ପତ୍ତି ନିଆଯାଇଥିଲା ଯେ ଚାମୋଲି, ଉତ୍ତରାଶି ଓ ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦାଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହି ସମୟ ମଧ୍ୟରେ କେବଳ ସୀମିତ ସଂଖ୍ୟକ ତୀର୍ଥଯାତ୍ରୀଙ୍କୁ (Pilgrims) ପ୍ରତିଦିନ ମନ୍ଦିର (Temples) ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ।
ତେବେ ଏହାର କିଛି ସମୟ ପରେ ସରକାର ୟୁ-ଟର୍ନ ନେଇ ଏହାର ନିଷ୍ପତ୍ତି ପ୍ରତ୍ୟାହାର କରି ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଗସ୍ତକୁ ସ୍ଥଗିତ ରଖିଛନ୍ତି । ଉତ୍ତରାଖଣ୍ଡର ୪ ଟି ପ୍ରମୁଖ ତୀର୍ଥସ୍ଥାନ ବଦ୍ରିନାଥ, କେଦାରନାଥ, ଯମୁନୌତ୍ରି ଓ ଗାଙ୍ଗୋତ୍ରିରେ ରହିଛି ।
ଅଧିକ ପଢ଼ନ୍ତୁ: ଭାରତ ଜାତିସଂଘରେ ଉଠଇଲା ଡ୍ରୋନ୍ ପ୍ରସଙ୍ଗ, ସମସ୍ତ ଦେଶକୁ ଦେଲା ଏହି ବାର୍ତ୍ତା