ନୂଆଦିଲ୍ଲୀ: Cow Urine: ଛତିଶଗଡର ଭୁପେଶ ବଘେଲ ସରକାର (Bhupesh Baghel Government) ଦେଶରେ ପ୍ରଥମ ଗୋବର (Cow Dung) କ୍ରୟ କରୁଥିବା ସରକାର ଭାବରେ ଜଣାଶୁଣା । କିନ୍ତୁ ବର୍ତ୍ତମାନ ଛତିଶଗଡ଼ ସରକାର (Chhattisgarh Govt) ଚାଷୀ (Farmers) ଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ୨ ଟଙ୍କା ପ୍ରତି କିଲୋଗ୍ରାମ ଗୋବର କିଣିବା ପରେ ସରକାର ଏବେ ଗୋମୂତ୍ର (Cow Urine) କିଣିବା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ସରକାର ଲିଟର ପିଛା ଅତି କମରେ ୪ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ଗୋଠାନ ପରିଚାଳନା କମିଟି ସ୍ଥାନୀୟ ସ୍ତରରେ ଗୋମୂତ୍ର କ୍ରୟ ଦର ମଧ୍ୟ ସ୍ଥିର କରିପାରିବ । ଏହି ଯୋଜନା ଜୁଲାଇ ୨୮ରୁ ହରେଲି ତିହାର ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ଦୁଇଟି ମନୋନୀତ ସ୍ୱୟଂ ସହାୟକ ଗଠାନରେ ଗୋମୂତ୍ର କ୍ରୟ କରାଯିବ ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଗୋମୂତ୍ର କିଣିବାକୁ ଘୋଷଣା କରିଥିଲେ । ଏହା ପରେ କୃଷି ବିଭାଗ କାମଧେନୁ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟରୁ ଗୋମୂତ୍ରର ଭେଲ୍ୟୁ ଏଡିଶନ ଉପରେ ଏକ ଅଧ୍ୟୟନ କରାଇଥିଲା । ଏହା ପରେ ଏହା ପର୍ଯ୍ୟାୟକ୍ରମେ ଆରମ୍ଭ ହେଉଛି । ଏହି ଯୋଜନା ମାଧ୍ୟମରେ ସରକାର ଗୋ ପାଳନ ସହ ଜଡିତ ଲୋକଙ୍କ ପାଇଁ ଆୟର ଉତ୍ସ ବୃଦ୍ଧି କରିବାକୁ ଓ ଜୈବ ଚାଷକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି । ଏଥି ସହିତ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ଏହା ଆଗକୁ ବଢ଼ୁଛି ।


ଏହା ବି ପଢ଼ନ୍ତୁ:-ଆଖୁ ରସ ପିଇବାରୁ ମିଳିଥାଏ ଏହି ୫ଟି ଆଶ୍ଚର୍ଯ୍ୟଜନକ ଲାଭ, ଜାଣି ଚକିତ ହେବେ ଆପଣ


ଏହା ବି ପଢ଼ନ୍ତୁ:-RBI ଏହି ବ୍ୟାଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ, ୧୫୦୦୦ରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ଗ୍ରାହକ


ଏହା ବି ପଢ଼ନ୍ତୁ:-ଅଗ୍ନିପଥ ଯୋଜନା ନିଯୁକ୍ତିରେ ଜାତି ପ୍ରମାଣପତ୍ର ମାଗିବା ଉପରେ ଉଠିଲା ପ୍ରଶ୍ନ, ଏବେ ସେନା ତରଫରୁ ଆସିଲା ଏହି ସ୍ପଷ୍ଟୀକରଣ


ସୂଚନା ଅନୁଯାୟୀ ଛତିଶଗଡ ସରକାରଙ୍କ ଗୋଧନ ନ୍ୟାୟ ମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଗୋଠାନରେ ଗୋମୂତ୍ର କ୍ରୟ ପାଇଁ ସମସ୍ତ ପ୍ରସ୍ତୁତି ନିଶ୍ଚିତ କରିବାକୁ କହିଛି । ଗୋଧନ ନ୍ୟାୟ ମିଶନର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅୟ୍ୟାଜ ତମ୍ବୋଲି କହିଛନ୍ତି ଯେ, ଗୋଧନ ନ୍ୟାୟ ଯୋଜନା ଠାରୁ ପ୍ରାପ୍ତ ପରିମାଣ ରାଶି ଓ ଗଠାନ ପରିଚାଳନା କମିଟି ଆକାଉଣ୍ଟରେ ଉପଲବ୍ଧ ସୁଧ ରାଶିରୁ ଗୋମୂତ୍ର କ୍ରୟ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାର କଲେକ୍ଟରମାନେ ନିଜ ନିଜ ଜିଲ୍ଲାର ଦୁଇଟି ସ୍ୱୟଂ ସହାୟକ ଗୋଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ଚୟନ କରିବେ । ଗୋଠାନ ପରିଚାଳନା କମିଟି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରିବା ସହିତ ଗୋମୂତ୍ର ପରୀକ୍ଷା ସମ୍ୱନ୍ଧୀୟ କିଟ୍ ଏବଂ ଉତ୍ପାଦ ସଂରକ୍ଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଗୋଧନ ନ୍ୟାୟ ​​ମିଶନ୍ ସମସ୍ତ ଜିଲ୍ଲାର କଲେକ୍ଟରଙ୍କୁ ମନୋନୀତ ଗୋଠାନ ଓ ସ୍ୱୟଂ ସହାୟକ ଗୋଷ୍ଠୀର ତାଲିକା ଶୀଘ୍ର ଉପଲବ୍ଧ କରାଇବାକୁ କହିଛି ।