ବାଂଲାଦେଶକୁ ଔକାତ ଦେଖାଇଦେଲା ଚୀନ, କୋରୋନା ଟୀକା ପରୀକ୍ଷଣ ପାଇଁ ମାଗିଲା ଟଙ୍କା
ଏନେଇ ଚୀନ ପକ୍ଷରୁ ବାଂଲାଦେଶ ଉଦ୍ଦେଶ୍ୟରେ କୁହାଯାଇଛି କୋରୋନା ଟୀକାର ପରୀକ୍ଷଣ ମାଗଣା କରାଯିବ ନାହିଁ । ଏଥିଲାଗି ଅର୍ଥ ଦେବାକୁ ହେବ । ଟଙ୍କା ପରୀକ୍ଷଣ କାର୍ଯ୍ୟ ଆଗକୁ ବଢିବ ବୋଲି ଚୀନୀ ପକ୍ଷରୁ କୁହାଯାଇଛି ।
ନୂଆଦିଲ୍ଲୀ: ଚୀନ (China) ପ୍ରରୋଚନାରେ ଭାରତ (India) ଠାରୁ ଧିରେ ଧିରେ ଦୂରେଇ ଯାଉଥିବା ବାଲାଂଦେଶ (Bangladesh) କୁ ଲାଗିଛି ତଗଡା ଝଟକା । ଚୀନକୁ ଦକ୍ଷିଣ ଏସୀୟାରେ ମହାଶକ୍ତି ବୋଲି ବିଚାର କରୁଥିବା ବାଲାଂଦେଶକୁ ଏବେ ମିଳିଛି ଏକ ଶିକ୍ଷା । ପାରସ୍ପରିକ ସହଯୋଗକୁ ବଢାଇ ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହେବା ଲାଗି ବାଲାଂଦେଶକୁ ସ୍ୱପ୍ନ ଦେଖାଉଥିବା ଚୀନ ଏବେ ନିଜର ପ୍ରକୃତ ରୂପ ଦେଖାଇଛି ।
କୋରୋନା ଟୀକା ପରୀକ୍ଷା ମାମଲାରେ ଏବେ ବାଲାଂଦେଶକୁ ଶକ୍ତ ଝଟକା ଦେଇଛି ଚୀନ । ଯାହାକୁ ସହଜେ ଭୁଲିପାରିବେ ନାହିଁ ବାଂଲାଦେଶ ସରକାର । ବିଶ୍ୱ ମହାମାରୀର (World Pandemic) କୋରୋନାର ମୁକାବିଲା ଲାଗି ଆବଶ୍ୟକ ହେଉଥିବା ଟୀକା (Corona Vaccine) ପରୀକ୍ଷା ଲାଗି ବାଲାଂଦେଶ ଠାରୁ ପଇସା ମାଗିଛି ଚତୁର ଚୀନ ।
ଏନେଇ ଚୀନ ପକ୍ଷରୁ ବାଂଲାଦେଶ ଉଦ୍ଦେଶ୍ୟରେ କୁହାଯାଇଛି କୋରୋନା ଟୀକାର ପରୀକ୍ଷଣ ମାଗଣା କରାଯିବ ନାହିଁ । ଏଥିଲାଗି ଅର୍ଥ ଦେବାକୁ ହେବ । ଟଙ୍କା ପରୀକ୍ଷଣ କାର୍ଯ୍ୟ ଆଗକୁ ବଢିବ ବୋଲି ଚୀନୀ ପକ୍ଷରୁ କୁହାଯାଇଛି । ପ୍ରକୃତ କଥା ହେଉଛି ଚୀନର ସିନୋବେକ କମ୍ପାନୀ ଟଙ୍କା କାରବାରକୁ ନେଇ ବାଂଲାଂଦେଶରେ ଚାଲିଥିବା କୋରୋନା ଭାଇରସ ଟୀକା ପରୀକ୍ଷଣକୁ ବନ୍ଦ ରଖିଛି ।
ଏନେଇ ସିନୋବେକ କମ୍ପାନୀ ପକ୍ଷରୁ ବାଂଲାଦେଶ ସରକାରଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଆମେ ଚୀନରେ କୋରୋନା ଟୀକା ପରୀକ୍ଷଣ କାର୍ଯ୍ୟ ମାଗଣାରେ କରୁନାହିଁ । ଯଦି ନିଜ ଦେଶରେ ବାଂଲାଦେଶ ସରକାର କୋରୋନା ଟୀକା ପରୀକ୍ଷଣ କାର୍ଯ୍ୟ ଜାରି ରହିବାକୁ ଚାହାଁନ୍ତି ତାହେଲେ ଟଙ୍କା ଦେବାକୁ ହେବ । ବର୍ତ୍ତମାନ ଏହି ପ୍ରସଙ୍ଗରେ ବାଂଲାଦେଶ ସରକାରଙ୍କ ପକ୍ଷରୁ କୌଣସି ମତାମତ ରଖାଯାଇନାହିଁ ।