China-Pakistan: ପାକିସ୍ତାନ (Pakistan)ର ପ୍ରକୃତ ବନ୍ଧୁ ଚୀନ (China) ବୋଲି ଅନେକ ସମୟରେ ଏହା ନଜରକୁ ଆସିଥାଏ । କିନ୍ତୁ, ଏହା ସତ ନୁହେଁ । ପାକିସ୍ତାନରେ ଭୟଙ୍କର ବନ୍ୟା (Pakistan Flood) ପରିସ୍ଥିତି ଦେଖାଦେବାର କାରଣ ହେଉଛି ଚୀନ । ଚୀନର ବିକାଶ କାର୍ଯ୍ୟ (China Development Work) ଯୋଗୁଁ ପାକିସ୍ତାନରେ ଜଳବାୟୁ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି । ଚୀନ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛି । ସେଗୁଡ଼ିକ ମଧ୍ୟରେ ପାକିସ୍ତାନର ଖୈବର-ପାଖ୍ତୁନଖୱା, ଗିଲଗିଟ-ବାଲ୍ଟିସ୍ତାନ, ପଞ୍ଜାବ, ବଲୁଚିସ୍ତାନ, ସିନ୍ଧ ଏବଂ ପାକ ଅଧିକୃତ କାଶ୍ମୀର ଅଞ୍ଚଳ ସାମିଲ ରହିଛି । ଏହି ପ୍ରକଳ୍ପ ଗୁଡ଼ିକକୁ ଚୀନ ଓ ପାକିସ୍ତାନ ନାମ ଦେଇଛନ୍ତି ଚାଇନା ପାକିସ୍ତାନ ଇକୋନୋମିକ୍ କରିଡର (CPEC)। 


COMMERCIAL BREAK
SCROLL TO CONTINUE READING

ପାକିସ୍ତାନ ଅଧିକୃତ କାଶ୍ମୀର (POK), ଗିଲଗିଟ୍-ବାଲ୍ଟିସ୍ତାନ ଏବଂ ଖୈବର ପାଖ୍ତୁନଖୱା ଏଗୁଡ଼ିକ ବହୁତ ଉଚ୍ଚରେ ଅଛନ୍ତି । ସର୍ବାଧିକ ଉଚ୍ଚତା ୮,୪୬୯ ମିଟର ଅର୍ଥାତ ୨୭,୭୮୫ ଫୁଟ । ଚୀନ୍ ଗିଲଗିଟ୍-ବାଲ୍ଟିସ୍ତାନ ଓ ଖୈବର-ପାଖ୍ତୁନଖୱାରେ ଚାରୋଟି ରାସ୍ତା ନିର୍ମାଣ କରୁଛି । ଗିଲଗିଟର ଖୁନଜ୍ରେବରେ ରେଳ ଲାଇନ ନିର୍ମାଣ କରାଯାଉଛି । ମୋଟ ୫ଟି ରେଳ ପ୍ରକଳ୍ପରେ କାମ କରୁଛି । ଏହା ବ୍ୟତୀତ ଅନେକ ଡ୍ୟାମ ନିର୍ମାଣ କରାଯାଇଛି । ସେଥିମଧ୍ୟରୁ କିଛି ପାକିସ୍ତାନ ଅଧିକୃତ କାଶ୍ମୀର, ଗିଲଗିଟ-ବାଲ୍ଟିସ୍ତାନ ଏବଂ ଖାଇବର ପାଖ୍ତୁଖୱାରେ ଅବସ୍ଥିତ ।


ସେପଟେ ବନ୍ୟା ଯୋଗୁଁ କ୍ଷୟକ୍ଷତିର ଆକଳନ ପାକିସ୍ତାନ ବିପର୍ଯ୍ୟୟ ପରିଚାଳନା ଦ୍ୱାରା ଦିଆଯାଇଛି । ଏହି ଭୟଙ୍କର ବନ୍ୟାରେ ୧୩୫୦ ଜଣଙ୍କର ମୃତ୍ୟୁ ଘଟିଛି । ୫ କୋଟି ଲୋକ ବିସ୍ଥାପିତ ହୋଇଛନ୍ତି । ୯୦ ଲକ୍ଷ ଗୃହପାଳିତ ପଶୁ ପ୍ରାଣ ହରାଇଛନ୍ତି । ୧୦ ଲକ୍ଷ ଘର ପାଣିରେ ଧୋଇ ଯାଇଛି । ୪୦ରୁ ଅଧିକ ନଦୀଗୁଡ଼ିକ ବନ୍ୟା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ୨୨୦ରୁ ଅଧିକ ବ୍ରିଜ, ପୋଲ ଭାଙ୍ଗି ନଦୀରେ ମିଶିଯାଇଛି । ୯୦ ପ୍ରତିଶତ ଫସଲ ନଷ୍ଟ ହୋଇସାରିଛି । ଦେଶର ତୃତୀୟାଂଶ ଭାଗ ପାଣିରେ ବୁଡି ରହିଛି । ପାକିସ୍ତାନ ଏବେ ସୁଦ୍ଧା ୧୦ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮୦ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏବେ ପ୍ରଶ୍ନ ଏପରି ସଙ୍କଟ ପାଇଁ କିଏ ଦାୟୀ?


ଅଧିକାଂଶ ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ଶକ୍ତି ଉତ୍ପାଦନକାରୀ ୟୁନିଟ୍ କୋଇଲା ଉପରେ ଚାଲିଥାଏ । ଯେଉଁ କାରଣରୁ ପ୍ରଦୂଷଣ ଯୋଗୁଁ ପର୍ବତ ଉପରେ ପରିବେଶ ଖରାପ ହେଉଛି । ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ପର୍ବତଗୁଡିକର କ୍ଷତି ଘଟାଉଛି । ପାକିସ୍ତାନ ଅଧିକୃତ କାଶ୍ମୀର (POK), ଗିଲଗିଟ୍-ବାଲ୍ଟିସ୍ତାନ ଓ ଖୈବର ପାଖ୍ତୁଖୱା ହେଉଛି ପୁରା ପାର୍ବତ୍ୟ ଅଞ୍ଚଳ । କାରାକୋରାମ ରେଞ୍ଜ ଏଠାରେ ଅଛି । ଏହି ପରିସର ସମେତ ପାକିସ୍ତାନର ଉପର ମୁଣ୍ଡରେ ୭୨୦୦ରୁ ଅଧିକ ଗ୍ଲେସିୟର୍ସ ଅଛି । ଚୀନର କାର୍ଯ୍ୟକଳାପ କାରଣରୁ ତାପମାତ୍ରା ବୃଦ୍ଧି ହେତୁ ଗ୍ଲେସିୟର ତରଳି ଯାଉଛି । ଏହା ମୌସୁମୀ ବର୍ଷାରେ ବିପଦକୁ ଆହୁରି ବଢାଉଛି ।