ପିଏଲଏ ଉପରେ ନାହିଁ ଜିନପିଙ୍ଗଙ୍କ ବିଶ୍ୱାସ, ଏଲଏସିରେ ଚୀନ ସେନା କରୁଛି କବର୍ ମାର୍ଚ୍ଚ!
ଏଲଏସିରେ ମୁତୟନ ହୋଇଥିବା ଯବାନଙ୍କୁ ଦେଶର ଶାସନ ମୁଖ୍ୟ ଜିନପିଙ୍ଗଙ୍କ ନିର୍ଦ୍ଦେଶ ରହିଛି ସେମାନେ ପ୍ରତ୍ୟେକ ଦିନର ମିଲିଟାରୀ ପାଟ୍ରୋଲିଂ ଭିଡିଓ ଚୀନ ସରକାରଙ୍କ ନିକଟକୁ ପଠାଇବେ। ଏପରି ନିର୍ଦ୍ଦେଶନାମାରୁ ସ୍ପଷ୍ଟ ହେଉଛି ଚୀନ ସେନାର ସୁପ୍ରିମ କମାଣ୍ଡର୍ ଅର୍ଥାତ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନିଜ ଦେଶର ସୈନ୍ୟଙ୍କ ଉପରେ ଭରସା ନାହିଁ।
ଅମିତ ମହାନ୍ତି, ନୂଆଦିଲ୍ଲୀ: ପାରମ୍ପରିକ ପ୍ରତିଦ୍ୱନ୍ଦୀ (Traditionally Competator) ପାକିସ୍ତାନ (Pakistan) ପରେ ଏବେ ଭାରତୀୟ ସେନା (Indian Army) ଚୀନ (China) ସହ ଲଢିବା ପାଇଁ ପ୍ରସ୍ତୁତ ହେଉଛି। ପ୍ରତିଦ୍ୱନ୍ଦୀ ଭାରତର ମୁକାବିଲା କରିବା ଲାଗି ଚୀନ ସେନା (Chinese Army) ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲାଣି।
ବିଶ୍ୱରେ ଡ୍ରାଗନ ଆର୍ମୀ (Dragon Army) ଭାବେ ଜଣାଶୁଣା ଚୀନ ସେନାକୁ ତାଙ୍କର ସୁପ୍ରିମ କମାଣ୍ଡର (Chinese Supreme Commander) ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭାରତ ସୀମା ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି (LAC-Line of Actual Control) ନିକଟରେ ମିଲିଟାରୀ ପାଟ୍ରୋଲିଂ (Military Patroling) ଜୋରଦାର କରିବା ସହ ପ୍ରତ୍ୟେକ ଦିନର ଭିଡିଓ ରେକର୍ଡ କରି ଦେଶର ରାଷ୍ଟ୍ରମୁଖ୍ୟ ସି ଜିନପିଙ୍ଗ (Xi Jinping) ନିକଟକୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ଚୀନ ସୈନ୍ୟ ଜାଣି ସାରିଲେଣି ଯଦି ଏମିତି ନିର୍ଦ୍ଦେଶ ଜାରି ରହିବ, ତାହେଲେ ବିଯୁକ୍ତ ୪୫ ଡିଗ୍ରୀ (-45 Degree Temperature) ତାପାମତ୍ରାରେ ତାଙ୍କ ମୃତ୍ୟୁ ହେବା ସୁନିଶ୍ଚିତ। ଏଲଏସିରେ ଭାରତ ସହ ମୁକାବିଲା କରିବା ଲାଗି ଏବେ ଶେଷ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଚୀନ ସେନା। ଦେଶର ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (PLA-Peoples Liberation Army) ସୈନ୍ୟଙ୍କୁ ଜଣାପଡି ଯାଇଛି ଯଦି ଅତ୍ୟାଧିକ ଥଣ୍ଡା ତାପମାତ୍ରା ଅନୁଭୂତ ହେଉଥିବା ଅଞ୍ଚଳରେ ମୁତୟନ ରହିବାକୁ ନିର୍ଦ୍ଦେଶ ଜାରି ରହେ ତାହେଲେ ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଲଏସିରେ ମୁତୟନ ହୋଇଥିବା ଯବାନଙ୍କୁ ଦେଶର ଶାସନ ମୁଖ୍ୟ ଜିନପିଙ୍ଗଙ୍କ ନିର୍ଦ୍ଦେଶ ରହିଛି ସେମାନେ ପ୍ରତ୍ୟେକ ଦିନର ମିଲିଟାରୀ ପାଟ୍ରୋଲିଂ ଭିଡିଓ ଚୀନ ସରକାରଙ୍କ ନିକଟକୁ ପଠାଇବେ। ଏପରି ନିର୍ଦ୍ଦେଶନାମାରୁ ସ୍ପଷ୍ଟ ହେଉଛି ଚୀନ ସେନାର ସୁପ୍ରିମ କମାଣ୍ଡର୍ ଅର୍ଥାତ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନିଜ ଦେଶର ସୈନ୍ୟଙ୍କ ଉପରେ ଭରସା ନାହିଁ। ଏଥିପାଇଁ ଚୀନ ସୈନ୍ୟବାହିନୀର ପ୍ରତ୍ୟେକ ଦଳକୁ ସଜାଗ ରହିବାକୁ ଜଣାଇ ଦିଆଯାଇଛି। ସରାକରଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ମିଳିବା ପରେ ଚୀନ ସୈନ୍ୟଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି।
ଏଲଏଲସି ଠାରେ ମୁତୟନ ହୋଇଥିବା ଚୀନ ସେନାବାହିନୀର ଅନେକ ଭିଡିଓ ସାମ୍ନାକୁ ଆସିସାରିଲାଣି। ଏପରିକି ଗଲୱାନ୍ ଉପତ୍ୟାକା (Galwan Valley) ଉପତ୍ୟାକ ନିକଟସ୍ଥ ସହ ଫିଙ୍ଗର୍ ଏରିଆ (Finger Area) ନିକଟରେ ଚୀନଙ୍କ ଉପସ୍ଥିତି ବାବଦରେ ସ୍ପଷ୍ଟ ହୋଇସାରିଛି। ଚୀନ ସୈନ୍ୟ ନାଲି ପତାକା ନେଇ ଏଠାରେ ପ୍ରତି ଦିନ ପାଟ୍ରୋଲିଂ କରୁଛନ୍ତି। ଏହା ପୂର୍ବରୁ ଜିନପିଙ୍ଗ ଏଲଏସି ଠାରେ ମୁତୟନ ହୋଇଥିବା ସମସ୍ତ ଯବାନଙ୍କୁ Good Bye ଚିଠି ଲେଖାଇ ସାରିଛନ୍ତି। ଏହି ଚିଠି ସେହି ସୈନ୍ୟଙ୍କୁ ଲେଖିବାକୁ କୁହାଯାଇଥାଏ, ଯେଉଁମାନେ ଯୁଦ୍ଧକୁ ଯାଇଥାନ୍ତି। କିଛି ଦିନ ପୂର୍ବେ ଜିନପିଙ୍ଗ ସରକାର ଚୀନ ଯବାନଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଏପରିକି ଚୀନ ସୈନିକଙ୍କ କାନ୍ଦୁଥିବା ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରୁ ସ୍ପଷ୍ଟ ହୋଇଯାଇଥିଲା ଭୟାଳୁ ଚୀନ ସେନା ଯୁଦ୍ଧକୁ ନେଇ କେତେ ଭୟଭୀତ ହୋଇପଡିଛି। ଯୁଦ୍ଧ ଲଢିବା କଥା ଉଠିଲେ ସେମାନଙ୍କ ହୃଦଘାତ ଆରମ୍ଭ ହୋଇଯାଉଛି।