Prophet Muhammad Row: ପ୍ରଫେଟ ମହମ୍ମଦକୁ ନେଇ ନିଲମ୍ବିତ ବିଜେପି ନେତ୍ରୀ ନୁପୁର ଶର୍ମା ଦେଇଥିବା ବୟାନକୁ ନେଇ ଏବେ ବିଶ୍ୱବ୍ୟାପି ଚର୍ଚ୍ଚା ଚାଲିଛି। ନୁପୁରଙ୍କ ବୟାନକୁ ମୁସଲିମ ତଥା ମଧ୍ୟପାଶ୍ଚ୍ୟ ଦେଶ କଡା ନିନ୍ଦା କରିଛନ୍ତି। ଏବେ ଏହି ମାମଲାରେ ପଡୋଶୀ ଚୀନର ଏଣ୍ଟ୍ରୀ ହୋଇଛି। ସୋମବାର ସରକାରୀ ବିବୃତ୍ତି ଜାରି କରି ଚୀନ କହିଛି ଯେ, ସମସ୍ତ ଧର୍ମ ଏବଂ ସଭ୍ୟତାକୁ ସମ୍ମାନ ଦିଆଯିବା ଉଚିତ୍। ପରିସ୍ଥିତିକୁ ସଂପୃକ୍ତ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଠିକ ଭାବରେ ପରିଚାଳନା କରିବ ବୋଲି ବେଜିଂ ଆଶା ପ୍ରକଟ କରିଛି।


COMMERCIAL BREAK
SCROLL TO CONTINUE READING

ଚୀନରେ ମୁସଲମାନମାନ (Chinese Muslim) ଙ୍କୁ ନିର୍ଯାତନା ଦିଆଯାଉଥିବା ସବୁବେଳେ ଅଭିଯୋଗ ଆସୁଛି। ଜିନଜିଆଙ୍ଗ ପ୍ରଦେଶରେ ଉଇଗୁରୁ ମୁସଲମାନମାନଙ୍କ ଉପରେ ସରକାର ଅମାନୁଷିକ ଅତ୍ୟାଚାର କରୁଛି ବୋଲି ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ନିଜ ଦେଶରେ ମୁସଲମାନଙ୍କୁ ଦ୍ୱିତୀୟ ନାଗରିକ ଭାବେ ବେଜିଂ ବ୍ୟବହାର କରୁଛି। କିନ୍ତୁ ନୁପୁର ଶର୍ମା ମାମଲାରେ ମୁଣ୍ଡ ପୁରାଇ କହିଛି ଯେ, ବିଭିନ୍ନ ସଭ୍ୟତା ଏବଂ ଧର୍ମ ପରସ୍ପରକୁ ସମ୍ମାନ ଦେବା ଉଚିତ ଏବଂ ସମାନ ଭାବରେ ବଞ୍ଚିବା ଉଚିତ ବୋଲି ଚୀନ୍ ସର୍ବଦା ବିଶ୍ୱାସ କରେ।


Also Read: Prophet Muhammad row : ନୁପୁର ଶର୍ମାଙ୍କ ସମର୍ଥନରେ ବିଜେପି ସାଂସଦ ଗୌତମ ଗମ୍ଭୀର


ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ (Chaina Foreign Ministry) କହିଛି ଯେ, ଗର୍ବ ଏବଂ କୁସଂସ୍କାରକୁ ତ୍ୟାଗ କରିବା, ନିଜ ସଭ୍ୟତା ଏବଂ ଅନ୍ୟ ସଭ୍ୟତା ମଧ୍ୟରେ ପାର୍ଥକ୍ୟକୁ ଭଲଭାବେ ବୁଝିବା ଏବଂ ସଭ୍ୟତା ମଧ୍ୟରେ ଭାବର ଆଦାନ ପ୍ରଦାନ, କଥାବାର୍ତ୍ତା ଏବଂ ସୁସଙ୍ଗତ ସହଭାଗିତାକୁ ପ୍ରୋତ୍ସାହିତ କରିବା ଜରୁରୀ ଅଟେ। ଚୀନ ବୈଦେଶିକ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟରେ ଏହି ବିବୃତ୍ତିକୁ ପୋଷ୍ଟ କରାଯାଇଛି। ଇରାନ, ସାଉଦି ଆରବ, କାତାର ଏବଂ କୁଏତ ଭଳି ଅନେକ ଦେଶ ଗତ ମାସରେ ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ। ପରେ ଚାପରେ ଆସି ବିଜେପି, ମୁଖପାତ୍ର ନୁପୁରଙ୍କୁ ଦଳରୁ ବହିଷ୍କାର କରିଥିଲା।


ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା (Nupur Sharma) ଙ୍କ ପରେ ଦିଲ୍ଲୀର ମିଡିଆ ସେଲ୍ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲ ମଧ୍ୟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥଲେ। ଶୁକ୍ରବାର ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଦେଶର ୧୪ଟି ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। କିଛି ସ୍ଥାନରେ ହିଂସାତ୍ମକ ଆଚରଣ ମଧ୍ୟ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି। ନୁପୁର ଶର୍ମାଙ୍କ ନିଲମ୍ବନ ଯଥେଷ୍ଟ ନୁହେଁ ଏବଂ ତାଙ୍କୁ ଗିରଫ କରାଯିବା ଉଚିତ୍ ବୋଲି ଅନେକ ବିକ୍ଷୋଭକାରୀ କହିଛନ୍ତି।