ବେଜିଂ: Xi Jinping: ଚୀନରେ ଚଳିତ ସପ୍ତାହରେ ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡ ଓ ୪ ଶୀର୍ଷ ଅଧିକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ସହ ଜଡିତ ଥିବା ସମସ୍ତେ ଏକ 'ରାଜନୈତିକ ଗୋଷ୍ଠୀ'ର ଅଂଶ ଥିଲେ । ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟିର (Communist Party of China) ୨୦ତମ ଜାତୀୟ କଂଗ୍ରେସ ପୂର୍ବରୁ ରାଷ୍ଟ୍ରପତି (Chinese President) ସି ଜିନପିଙ୍ଗ (Xi Jinping) ଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଚାଲିଛି । ଚୀନରେ ଏହି ଅଧିକାରୀ ତଥା ପୂର୍ବତନ ମନ୍ତ୍ରୀମାନେ ଜିନପିଙ୍ଗଙ୍କ ବିରୋଧରେ ଯାଇଥିବାରୁ ଦଣ୍ଡିତ ହୋଇଛନ୍ତି । ଏହା ଚୀନ ରାଷ୍ଟ୍ରପତିଙ୍କ ଏକଛତ୍ରବାଦୀ ମନୋଭାବକୁ ଦର୍ଶାଉଛି ଯିଏ ଆଗାମୀ କଂଗ୍ରେସରେ ରାଷ୍ଟ୍ରପତି ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ରିପୋର୍ଟରେ କୁହାଯାଇଛି ଯେ, ଚୀନର ପୂର୍ବତନ ପବ୍ଲିକ ସିକ୍ୟୁରିଟି ମନ୍ତ୍ରୀ ସୁନ ଲିଜୁନ (Sun Lijun) ଙ୍କୁ ଶୁକ୍ରବାର ଲାଞ୍ଚ, ଶେୟାର ବଜାରରେ କାରବାର ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା କାରଣରୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଲିଜୁନ୍ ଏକ 'ରାଜନୈତିକ ଗୋଷ୍ଠୀ'ର ନେତୃତ୍ୱ ନେଇଥିବା ଓ ଜିନପିଙ୍ଗଙ୍କୁ ବିରୋଧ କରୁଥିବା ଅଭିଯୋଗ ହୋଇଥିଲା । ଚୀନର ଜାତୀୟ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ସୁନଙ୍କୁ ସାରା ଜୀବନ ପାଇଁ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଇଥିଲା ଓ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଜବତ କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ କହିଛି ଯେ, ସୁନଙ୍କ ଦଣ୍ଡାଦେଶ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ପାଞ୍ଚ ଜଣ ପୂର୍ବତନ ପୋଲିସ ମୁଖ୍ୟ ଏହି ସପ୍ତାହରେ ଜେଲରେ ଯାଇଛନ୍ତି । 


ଅଧିକ ପଢ଼ନ୍ତୁ:-ଋଷ ପାଇଁ ଭାରତ ଠାରୁ ପ୍ରତିଶୋଧ ନେବାକୁ ଆମେରିକା ପାକିସ୍ତାନ ପାଇଁ ନେଲା ଏହି ବଡ଼ ପଦକ୍ଷେପ!


ସୁନ ଲୁଜନଙ୍କ ମୃତ୍ୟୁ ଦଣ୍ଡର ନିଷ୍ପତ୍ତିକୁ ନେଇ ଦୁଇ ବର୍ଷର ପ୍ରକ୍ରିୟା ଚାଲିବ । ଶୁକ୍ରବାର ଦିନ କୋର୍ଟ କହିଛି ଯେ, ଏହା ପ୍ରମାଣିତ ହୋଇଛି ଯେ ସୁନ ୨୦୦୧ରୁ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ପଦବୀର ଲାଭ ଉଠାଇ ମୋଟ ୯୨.୩୦ ମିଲିୟନ ଡଲାରରୁ ଅଧିକ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ପ୍ରାପ୍ତ କରିଛନ୍ତି । ଏହାପୂର୍ବରୁ ଚୀନରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଦୁର୍ନୀତି ଓ କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗରେ କୋର୍ଟ ଦଣ୍ଡିତ କରିଥିଲେ । ଗୁରୁବାର ଉକ୍ତ କୋର୍ଟ ଜଣେ ବରିଷ୍ଠ ପୂର୍ବତନ ନ୍ୟାୟ ମନ୍ତ୍ରୀ ଫୁ ଜେଙ୍ଗୁଆଙ୍କ ସମେତ ଦୁଇଜଣ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ତେବେ ଏହାର କାର୍ଯ୍ୟକାରିତା ଉପରେ ଦୁଇ ବର୍ଷର ପ୍ରକ୍ରିୟା ଚାଲିବ । ଏହାର କିଛି ଘଣ୍ଟା ପରେ ଜିଆଙ୍ଗସୁ ଅଧିକାରୀ ୱାଙ୍ଗ ଲାଇକଙ୍କୁ କୋର୍ଟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି । ସେ ଜିଆଙ୍ଗସୁ ପ୍ରାଦେଶିକ କମିଟି କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି) ର ପୂର୍ବତନ ସଦସ୍ୟ ଅଟନ୍ତି ।