Missed Call For Electricity Subsidy: ଆଜିକାଲି ଦିଲ୍ଲୀର ଶିକ୍ଷା, ସ୍ବାସ୍ଥ୍ୟ ଓ ବିଜୁଳିକୁ ନେଇ ଖୁବ୍ ଚର୍ଚ୍ଚା। ପ୍ରତି ଘରକୁ ୨୦୦ ୟୁନିଟ ବିଜୁଳି (200 Unit Electricity) ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ବାଲ ସରକରଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ହେଲେ ଏହି ସୁବିଧା ଉପଭୋଗ କରୁଥିବା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଖବର ଆସିଛି। ବର୍ତ୍ତମାନ ଆପଣଙ୍କୁ ସରକାର ଦେଇଥିବା ମାଗଣା ବିଦ୍ୟୁତ୍ ପାଇଁ ଆବେଦନ (Apply) କରିବାକୁ ପଡିବ। ମାଗଣା ରେୱାଡି ବିବାଦ ମଧ୍ୟରେ ଦିଲ୍ଲୀର କେଜ୍ରିୱାଲ ସରକାର (Kejriwal Govt) ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ, ବର୍ତ୍ତମାନ ଦିଲ୍ଲୀ ସରକାର ଦିଲ୍ଲୀରେ ୨୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରୁଛନ୍ତି। କିନ୍ତୁ, ବର୍ତ୍ତମାନ ଦିଲ୍ଲୀର ଲୋକମାନେ ଯଦି ବିଦ୍ୟୁତ ସବସିଡି ନେବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଆବେଦନ କରିବାକୁ ପଡିବ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିରେ ବିରୋଧୀ ଆକ୍ରମଣାତ୍ମକ ହେବା ସୁନିଶ୍ଚିତ ।


COMMERCIAL BREAK
SCROLL TO CONTINUE READING

ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଆମେ ଦିଲ୍ଲୀରେ ବିଜୁଳିର ଦୟନୀୟ ଅବସ୍ଥାକୁ ସୁଧାରିଛୁ। ସ୍ଥାନୀୟ ତ୍ରୁଟିକୁ ଛାଡିଦେଲେ ଦିଲ୍ଲୀରେ ଦିନକୁ ୨୪ ଘଣ୍ଟା ବିଜୁଳି ବିତରଣ ହେଉଛି। ଆମେ ଦୁର୍ନୀତିକୁ ମୂଳପୋଛ କରିଛୁ। ଟଙ୍କାର ଅପବ୍ୟବାର ଉପରେ ରୋକ ଲଗାଇଛୁ। ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଉପଲବ୍ଧ କରିଛୁ ଓ ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଅଧା ଟଙ୍କାରେ ଯୋଗାଉଛୁ। ଏଭଳି ସ୍ଥିତିରେ ଦିଲ୍ଲୀର ଅନେକ ସକ୍ଷମ ବ୍ୟକ୍ତି ଦାବି କରିଥିଲେ ଯେ, ଯେତେବେଳେ ସେମାନେ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ସକ୍ଷମ ତେବେ ସେମାନଙ୍କ ଉପରେ ସବସିଡି କାହିଁକି ଲାଗୁ କରାଯାଉଛି? ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର କିଛି ମାସ ପୂର୍ବରୁ ଏକ ନିଷ୍ପତ୍ତି ନେଇଥିଲେ ଯେ, ଯେଉଁମାନେ ବିଦ୍ୟୁତ ସବସିଡି ଚାହୁଁଛନ୍ତି ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ ଏବଂ ବର୍ତ୍ତମାନଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଲ୍ଲୀରେ ମୋଟ ୫୮ ଲକ୍ଷ ଘରୋଇ ଗ୍ରାହକ ଅଛନ୍ତି। ସେଥିମଧ୍ୟରୁ ୪୭ ଲକ୍ଷ ଗ୍ରାହକ ବିଦ୍ୟୁତ୍ ସବସିଡି ପାଆନ୍ତି ଏବଂ ଏଥିରେ ୩୦ ଲକ୍ଷ ଗ୍ରାହକ ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ଶୂନ ଆସିଥାଏ। ଏଥିସହିତ ୧୬.୧୭ ଲକ୍ଷ ଏପରି ଉପଭୋକ୍ତା ଅଛନ୍ତି ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ଅଧା ଅଟେ।


ବିଦ୍ୟୁତ୍ ବିଲ୍ ଉପରେ ସବସିଡି ଜାରି ରଖିବା ପାଇଁ ଆବେଦନ କରିବା ପାଇଁ ଦିଲ୍ଲୀ ସରକାର ମୋବାଇଲ୍ ନମ୍ବର ୭୦୧୧୩୧୧୧୧୧ ଜାରି କରିଛନ୍ତି। ଏହି ନମ୍ବରରେ ଏକ ମିସ୍ କଲ୍ କିମ୍ବା ହ୍ବାଟ୍ସଆପରେ 'ହାଏ' ପଠାଇବା ଦ୍ୱାରା ଏକ ଫର୍ମ ଆସିବ। ଏହାକୁ ପୂରଣ କରି ଦାଖଲ କରିବାକୁ ପଡିବ, ଯାହାର ୩ ଦିନ ମଧ୍ୟରେ ପଞ୍ଜୀକରଣ କରାଯିବ ଏବଂ ସବସିଡି ଜାରି ରହିବ। ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି, ଯାହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ। ଯେଉଁମାନେ ଅକ୍ଟୋବର ୩୧ ସୁଦ୍ଧା ଆବେଦନ କରିବେ, ସେମାନଙ୍କର ଆସନ୍ତା ମାସରୁ ବିଲ୍ ଉପରେ ସବସିଡି ପାଇବା ଜାରି ରହିବ। କିନ୍ତୁ, ଯେଉଁମାନେ ନଭେମ୍ବରରେ ଆବେଦନ କରିବେ, ସେମାନଙ୍କୁ ଅକ୍ଟୋବରର ବିଲ୍ ଭରିବାକୁ ପଡିବ। କେବଳ ଘରୋଇ ଗ୍ରାହକ ମାନେ ଏହି ସୁବିଧା ପାଇପାରିବେ।


ଗୋଆରେ କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗଦେବା ବିଷୟରେ ସିଏମ କେଜ୍ରିୱାଲ କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ ବିଧାୟକ କିଣିବାକୁ ବିଜେପି ଚେଷ୍ଟା କରୁଛି। ଏହି କାରଣରୁ ଦରଦାମ୍ ବୃଦ୍ଧି ପାଉଛି। କିନ୍ତ, ଦୋଷ ମଧ୍ୟ କଂଗ୍ରେସର ରହିଛି। ଆମ ବିଧାୟକଙ୍କୁ ତ ଭାଙ୍ଗିପାରିଲେ ନାହିଁ, ତେଣୁ ମୁଁ ତାଙ୍କର ପର୍ଦ୍ଦାଫାଶ କରିଦେଉଛି। କଂଗ୍ରେସ ନିଜର ବିଧାୟକଙ୍କୁ ବଞ୍ଚାଇବାକୁ ସକ୍ଷମ ନୁହେଁ। ପଞ୍ଜାବରେ ଆମର ୧୦ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏମାନେ ବିଧାୟକଙ୍କୁ କିଣି ସରକାର ଭାଙ୍ଗୁଛନ୍ତି।