Kejriwal Question to Center: ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିଓ୍ବାଲ(CM Arvind Kejriwal) କେନ୍ଦ୍ର ସରକାରଙ୍କୁ ଏକ ବଡ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି, ଭାରତର ଲୋକମାନେ ଦୁନିଆର ସବୁଠାରୁ ପରିଶ୍ରମୀ ଲୋକ ହୋଇଥିବା ବେଳେ ସେମାନେ ବୁଦ୍ଧିମାନ ମଧ୍ୟ। ଭାରତରେ ନଦୀ ଅଛି, ପର୍ବତ ଅଛି, ଦୁନିଆର ସବୁଠାରୁ ବୁଦ୍ଧିମାନ ଲୋକ ଭାରତରେ ଜନ୍ମ ହୋଇଥିଲେ। ବିଶ୍ବର ସମସ୍ତ ସ୍ଥାନରେ ଭଲ ଭଲ ପଦବୀରେ ଆମର କର୍ମଚାରୀ ଅଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଅନେକ ଦେଶ ଭାରତ ଠାରୁ ଆଗକୁ ବଢିଯାଇଛନ୍ତି। ସିଙ୍ଗାପୁର, ଜାପାନ, ଜର୍ମାନୀ ମଧ୍ୟ ଆଗକୁ ଚାଲିଗଲେ। ହେଲେ ଆମ ଭାରତ କାହିଁକି ପଛରେ ପଡିଗଲା ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି, ସ୍ୱାଧୀନତାର ୭୫(75th Independence Day) ବର୍ଷର ଏହି ଶୁଭ ଅବସରରେ ମନରେ ଏକ ପ୍ରଶ୍ନ ଯେ, ବର୍ଷରେ ଆମେ ବହୁତ ପ୍ରଗତି କରିଛୁ। କିନ୍ତୁ, ଅନେକ ଦେଶ ଭାରତକୁ ଅତିକ୍ରମ କରିଯାଇଛନ୍ତି ଯାହା ଭାବିଲେ କଷ୍ଟ ଲାଗେ। ୧୫ ବର୍ଷ ପରେ ସିଙ୍ଗାପୁର ଆମଠାରୁ ସ୍ୱାଧୀନତା ପାଇଲା, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ନଷ୍ଟ ହୋଇଗଲା, ଜର୍ମାନୀ ମଧ୍ୟ ଧ୍ୱଂସ ହୋଇଗଲା କିନ୍ତୁ, ସମସ୍ତେ ଆମଠାରୁ ଆଗରେ ଗଲେ। ଭାରତର ଲୋକମାନେ ଦୁନିଆର ସବୁଠାରୁ ବୁଦ୍ଧିମାନ ଏବଂ ପରିଶ୍ରମୀ ଲୋକ, ତଥାପି ଆମେ କାହିଁକି ପଛରେ ରହିଲୁ? ଭଗବାନ ଆମକୁ ଦେବାରେ କୌଣସି ଅବହେଳା କରିନାହାଁନ୍ତି। କିଛି ଲୋକ ପଚାରୁଛନ୍ତି ଯେ କଣ ଭାରତ ଦୁନିଆର ନେତୃତ୍ବ ନେଇପାରିବ? ହେଲେ କାହିଁକି ନୁହେଁ, ଆଜି ୧୩୦ କୋଟି ଲୋକ ମିଶି ଭାରତକୁ ବିଶ୍ୱର ଏକ ନମ୍ବର ଦେଶ କରିବାକୁ ପଣ କରିବା ଆବଶ୍ୟକ।


ଦିଲ୍ଲୀ ସରକାରଙ୍କ 'ହର ହାଥ ତ୍ରିରଙ୍ଗା' କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଏମ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ମନୀଷ ସିସୋଡଦିଆ ମଧ୍ୟ ଉପସ୍ଥିତ ଥିଲେ। କେଜରିୱାଲ ଦେଶର ଅମର ସହିଦ ମାନଙ୍କୁମନେ ପକାଇ କହିଥିଲେ ଯେ, ସେମାନଙ୍କର ସ୍ୱପ୍ନକୁ ମନେ ରଖିବାର ସମୟ ଆସିଛି, ଯେଉଁମାନଙ୍କ ପାଇଁ ଆମେ ସ୍ୱାଧୀନତା ପାଇଲୁ। ମୁଁ ବିଶେଷ ଭାବରେ ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ କହିବାକୁ ଚାହେଁ। ଜଣେ ହେଉଛନ୍ତି ଆମ୍ବେଦକର, ଯିଏ ଏକ ଗରିବ ପରିବାରରୁ ଆସିଥିବା ବେଳେ ତାଙ୍କର ତମାମ ଜୀବନ ସଂଘର୍ଷ ମୟ ଥିଲା। ସ୍ୱାଧୀନତା ପାଇଁ ସଂଗ୍ରାମ କରିବା ସହିତ ଗରିବ ଲୋକଙ୍କ ଅଧିକାର ପାଇଁ ସଂଗ୍ରାମ କରୁଥିଲେ। ସେ ଦୁଇଟି ଡକ୍ଟରେଟ୍ ହାସଲ କରିଥିଲେ ଏବଂ ଦୁନିଆର ସର୍ବୋତ୍ତମ ସମ୍ବିଧାନ ଦେଇଥିଲେ। ଆଜି ଆମେ ଯେଉଁ ଭାରତ ଦେଖୁଛୁ, ସମାନ ଅଧିକାର ମିଳିଛି, ମୌଳିକ ଅଧିକାର ମିଳିଛି, ଏହିସବୁ ତାଙ୍କର ଅବଦାନ। 


ଆଉ ଜଣେ ଥିଲେ ଭଗତ ସିଂ, ଆଜି ୨୩ ବର୍ଷ ବୟସରେ କେହି ଇଞ୍ଜିନିୟରିଂ କରୁଛନ୍ତି ତ ଆଉ କିଏ ଗାର୍ଲଫ୍ରେଣ୍ଡ ଖୋଜୁଛନ୍ତି। କିନ୍ତୁ, ଭାଗବତ ସିଂ ୨୩ ବର୍ଷ ବୟସରେ ଦେଶ ପାଇଁ ବଳିଦାନ ଦେଇଥିଲେ।


ଏହା ବି ପଢନ୍ତୁ, Azadi Ka Amrit Mahotsav: ବିବାଦରେ ତ୍ରିରଙ୍ଗା! ନରସିଂହାନନ୍ଦ ପରେ ହିନ୍ଦୁ ସଙ୍ଗଠନ ଓ IAS ଅଧିକାରୀ ଦେଲେ ଏମିତି ବୟାନ


କେଜରିୱାଲ କହିଛନ୍ତି ଯେ, ଆଜି ମୁଁ ଦିଲ୍ଲୀରେ ସବୁଠୁ ବଡ ୯ଟି ତ୍ରିରଙ୍ଗା ପତାକା ଦେଖିଲି। ଦିଲ୍ଲୀ ଦେଶର ଗର୍ବ ତ୍ରିରଙ୍ଗାକୁ କେବେ ଭୁଲିବାକୁ ଦେବ ନାହିଁ। ଆମେ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରୁଛୁ। ଜାତୀୟ ରାଜଧାନୀର ୫୦୦ ସ୍ଥାନରେ ଆମେ ଜାତୀୟ ପତାକା ଲଗାଇଛୁ ଓ ସେଥିପାଇଁ ଦିଲ୍ଲୀ ତ୍ରିରଙ୍ଗା ସହର ପରି ଦେଖାଯାଉଛି। ଆଜି ଆମେ ୨୫ ଲକ୍ଷ ପିଲାଙ୍କୁ ତ୍ରିରଙ୍ଗା ବଣ୍ଟନ କରିଛୁ ବୋଲି ସିଏମ କହିଛନ୍ତି। କେଜରିୱାଲ କହିଛନ୍ତି ଯେ, ଆଗାମୀ ସମୟରେ ଆମେ ଭାରତକୁ ବିଶ୍ୱର ସର୍ବୋତ୍ତମ ଭାରତ କରିବୁ। ଆଜି ମୁଁ ତୁମ ସମସ୍ତଙ୍କ ଠାରୁ ବହୁତ ଛୋଟିଆ ଜିନିଷ ପଚାରୁଛି ଯେ, ଆମେ ଆମ ଦେଶକୁ ଅପରିଷ୍କାର କରିବା ନାହିଁ, ଏପରି ହେଲେ ଆଗାମୀ ସମୟରେ ଆମେ ଦେଶ ଭାରତ ଦୁନିଆର ସର୍ବୋତ୍ତମ ଭାରତ ହୋଇପାରିବ।