ନୂଆଦିଲ୍ଲୀ: Lockdown in Kerala: କୋରୋନାର ବଢୁଥିବା ମାମଲାକୁ ରୋକିବା ଉଦ୍ଦେଶ୍ୟରେ କେରଳରେ ମଧ୍ୟ ଲକଡାଉନ୍ ଘୋଷଣା କରାଯାଇଛି । କେରଳରେ ମେ ୮ ସକାଳ ୬ଟାରୁ ମେ ୧୬ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ୍ କରିଦିଆଯାଇଛି । ଏହି ସୂଚନା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ପ୍ରଦାନ କରିଛନ୍ତି । ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକୀୟ ସେବାଗୁଡିକକୁ ହିଁ ଜାରି ରହିବ । ଏଠାରେ କହି ରଖୁଛୁ ଯେ, କେରଳର ବର୍ତ୍ତମାନ ସମୟରେ ରେକର୍ଡ ସଂଖ୍ୟକ କୋରୋନା ମାମଲା ଆସୁଛି । ବୁଧବାର କେରଳରେ କୋରୋନାର ୪୧,୯୫୩ ନୂଆ ମାମଲା ରିପୋର୍ଟ ହୋଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପଲିସି ଧାରକଙ୍କ ପାଇଁ ଜରୁରୀ ଖବର, ମେ ୧୦ରୁ LIC ନିୟମରେ ହେବ ବଡ଼ ପରିବର୍ତ୍ତନ!


ପରିସ୍ଥିତିକୁ ଗୁରୁତର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ଯେ, ସଂକ୍ରମଣକୁ ରୋକିବା ପାଇଁ ଅଧିକ କଠୋର ପଦକ୍ଷେପ ନିଆଯିବ । କେରଳ (Kerala) ରେ କୋଭିଡ-19 ମାମଲାରେ ଦିନକୁ ଦିନ ବୃଦ୍ଧି ପାଇବା ସହିତ ରାଜ୍ୟ ସରକାର ତଳ ସ୍ତରରେ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରୀ ଛାତ୍ର ତଥା ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି କୋରୋନା ଭୂତାଣୁ ସଂକ୍ରମଣ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବା ପରେ ବିଜୟନ କହିଛନ୍ତି ଯେ ୱାର୍ଡ ସ୍ତରୀୟ କମିଟିକୁ ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି ଏବଂ ଏହି ଅଞ୍ଚଳର ଡାକ୍ତରୀ ଛାତ୍ରଙ୍କୁ ରାପିଡ୍ ପ୍ରୋସେସ୍ ଟିମରେ ସାମିଲ କରାଯିବ ।


ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଥର ପାଇଁ ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩୯୮୦ ମୃତ୍ୟୁ


ବୁଧବାର କେରଳରେ ୪୧,୯୫୩ ନୂତନ ମାମଲା ରିପୋର୍ଟ ହୋଇଛି, ଯାହାକି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ । ରାଜ୍ୟ ସରକାର କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୨୩,୧୦୬ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ମୋଟ ସଂଖ୍ୟା ୧୭,୪୩,୯୩୨କୁ ବୃଦ୍ଧି ପାଇଛି । ଯେଉଁଥିରୁ ୧୩.୬୨ ଲକ୍ଷ ସଂକ୍ରମଣ ମୁକ୍ତ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଏହି କାରଣରୁ ଅମ୍ଳଜାନର ଚାହିଦା ମଧ୍ୟ ବୃଦ୍ଧି ପାଇଛି ।