Weather Report: ନୂଆଦିଲ୍ଲୀ: ତମାମ ଦେଶରେ ଏବେ ଶୀତ ଲହରୀ। ପାରଦ ଏବେ ତଳମୁହାଁ। ଦିଲ୍ଲୀରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଲାଣି। ସେହିପରି ଜମ୍ମୁ କାଶ୍ମୀରରେ ତୁଷାରପାତ ହେବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କାଶ୍ମୀରର ପଶ୍ଚିମାଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଜମ୍ମୁ କାଶ୍ମୀରର ସମତଳ ଅଞ୍ଚଳରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଜମ୍ମୁ କାଶ୍ମୀରର ଆକାଶ ମେଘାଚ୍ଛନ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ରବିବାର ମଧ୍ୟ କାଶ୍ମୀରର ଆକାଶ ମେଘାଚ୍ଛନ ରହିବ। 


COMMERCIAL BREAK
SCROLL TO CONTINUE READING

ସେହିପରି କାଶ୍ମୀରରେ ଶୀତ ଲହରୀ ଜାରି ରହିଛି। ଗୁଲମର୍ଗ ଓ ପହଲଗାମର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ରାତିର ତାପମାତ୍ରା ଶୂନ ଡିଗ୍ରୀ କିମ୍ବା ବିଯୁକ୍ତରେ ତାପମାତ୍ରା ରହୁଛି। ବାରମୁଳା ଜିଲ୍ଲୀର ସ୍କି ରିସୋର୍ଟରେ ସବୁଠାରୁ କମ ତାପମାତ୍ରା ୧.୫ ଡିଗ୍ରୀ ରହିଥିଲା। ଅନନ୍ତନାଗ ଜିଲ୍ଲାର ପହଲଗାମ ଅଞ୍ଚଳରେ ୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ତେବେ ଆଜି ସକାଳୁ ଜମ୍ମୁର ବେନିହାଲ ଅଞ୍ଚଳରେ ୩.୮ ଡିଗ୍ରୀ ତାପମାତ୍ରା ରହିଥିଲା। ଏହି ତାପମାତ୍ରା ବର୍ତ୍ତମାନ ସୁଦ୍ଧା ସବୁଠାରୁ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ଲଦାଖର ଦ୍ରାସ ଅଞ୍ଚଳରେ ବିଯୁକ୍ତ ୭.୧ ଡିଗ୍ରୀ ରହିଥିଲା। 


ରାଜଧାନୀ ଦିଲ୍ଲୀରେ ମଧ୍ୟ ଶୀତର ମାତ୍ରା ବଢିବାରେ ଲାଗିଛି। ସକାଳୁ ସକାଳୁ ଦିଲ୍ଲୀ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି। ସାଧାରଣ ତାପମାତ୍ରା ଠାରୁ ଏହା ୩ ଡିଗ୍ରୀ କମ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଦିଲ୍ଲୀର ପାଣିପାଗ ଏବେ ଅତ୍ୟନ୍ତ ଖରାପ ବର୍ଗରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସୂଚନା ଦେଇଛି କି ବାୟୁ ଗୁଣବତ୍ତା ସୂଚକାଙ୍କ ସକାଳ ନ'ଟା ସମୟରେ ୨୮୬ ପଏଣ୍ଟ ରେକର୍ଡ କରାଯାଇଥିଲା। ଶୁନ ରୁ ୫୦ ପଏଣ୍ଟ ମଧ୍ୟରେ ଏକ୍ୟୁଆଇ ଭଲ ରହିଥିବା ବେଳେ ୫୧ ରୁ ୧୦୦ ସନ୍ତୋଷଜନକ, ୧୦୧ ରୁ ୨୦୦ ପଏଣ୍ଟ ମଧ୍ୟମ, ୨୦୧ ରୁ ୩୦୦ ମଧ୍ୟରେ ଖରାପ, ୩୦୧ ରୁ ୪୦୦ ମଧ୍ୟରେ ରହିଲେ ବହୁତ ଖରାପ, ୪୦୧ ଓ ୫୦୦ ପଏଣ୍ଟରେ ରହିଲେ ଗୁରୁତର ବୋଲି ଗଣାଯିବ।