Wrong Traffic Challan: ବର୍ତ୍ତମାନର ଡିଜିଟାଲ ଯୁଗରେ ଖାଇବା ଅର୍ଡ଼ରଠାରୁ ଆରମ୍ଭ କରି ସପିଂଙ୍ଗ, ଟିକେଟ୍ ବୁକିଂ, ଫର୍ମ ଫିଲଅପ୍ , ଟଙ୍କା ନେଣଦେଣ ଭଳି ପ୍ରାୟତଃ ସମସ୍ତ କାର୍ଯ୍ୟ ଅନଲାଇନରେ ମାଧ୍ୟମରେ ବେଶ ସହଜରେ କରି ହେଉଛି । ଆଧୁନିକ ଯୁଗରେ ପ୍ରାୟତଃ ସମସ୍ତ କ୍ଷେତ୍ରରେ ଡିଜିଟାଲ ମାଧ୍ୟମରେ କାର୍ଯ୍ୟ କରାଯାଉଛି । ତେବେ ଏହି କ୍ଷେତ୍ରର ପଛରେ ପଡ଼ିନି ଟ୍ରାଫିକ୍ ପୋଲିସ । ନିୟମ ଖିଲାପକାରୀଙ୍କୁ ଧରିବା ଲାଗି ଏଣିକି ଟ୍ରାଫିକ୍ ପୋଲିସକୁ ଆଉ ବେଶି କସରତ କରିବାକୁ ପଡୁନାହିଁ । ଟ୍ରାଫିକ ଆପରୁ ଫଟୋ ନେଇ ନିୟମ ଖିଲାପକାରୀଙ୍କ ନିକଟକୁ ସହଜରେ ଚାଲାଣ କାଟି ପଠାଉଛି ଟ୍ରାଫିକ୍ ପୋଲିସ । ତେବେ ଅନେକ ସମୟରେ ଶୁଣିବାକୁ ମିଳିଥାଏ ଯେ, କୌଣସି ନିୟମ ନ ଭାଙ୍ଗି ଟ୍ରାଫିକ୍ ପୋଲିସ ଚାଲାଣ କାଟିଛି । ଫୋନକୁ ଆଲର୍ଟ ମେସେଜ ଆସିବା ପରେ ଏନେଇ ସୂଚନା ମିଳିଥାଏ । କିନ୍ତୁ ଏବେ ଏହାକୁ ନେଇ ଆଉ ଚିନ୍ତା କରନ୍ତୁ ନାହିଁ, କାରଣ ସରକାର ଏହା ବିରୋଧରେ ଅଭିଯୋଗ ନେଇ ରାସ୍ତା ବାହାର କରିଛନ୍ତି। ଏଣିକି ଘରେ ବସି ସହଜ ଉପାୟରେ କଟା ଯାଇଥିବା ଭୁଲ୍ ଚାଲାଣ ନେଇ ଆପଣ ଅଭିଯୋଗ ଦାଖଲ କରି ନିଜକୁ କ୍ଷତିରୁ ରକ୍ଷା କରିପାରିବେ ।


COMMERCIAL BREAK
SCROLL TO CONTINUE READING

କିପରି କରିବେ ଅଭିଯୋଗ?


  • ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ (parivahan.gov.in) ଯାଆନ୍ତୁ ।

  • ଲିଙ୍କ୍ ଖୋଲିବା ପରେ, ଅଭିଯୋଗ ବିଭାଗରେ କ୍ଲିକ୍ କରନ୍ତୁ ।

  • ଏହାପରେ ଲଗ୍ ଇନ୍ କରନ୍ତୁ। ସେଠାରେ ନିଜ ନାମ, ନମ୍ବର, ଚାଲାଣ ନମ୍ବର ନେଇ ସବିଶେଷ ତଥ୍ୟ ଦିଅନ୍ତୁ ।

  •  ଏହାପରେ ଚାଲାଣ କପିକୁ ଅପଲୋଡ୍ କରନ୍ତୁ । ଏହାପରେ ଆପଣଙ୍କୁ କ୍ୟାପଚା (CAPTCHA) ଯାଞ୍ଚ କରିବାକୁ ପଡିବ ।

  •  ଅପଲୋଡ୍ ପ୍ରକ୍ରିୟା ସମାପ୍ତ ହେବା ପରେ, ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଅଭିଯୋଗ ଦାଖଲ ହୋଇଯିବ । ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।


ହେଲ୍ପଲାଇନ ନମ୍ବର ମେଲ ମାଧ୍ୟମରେ ଅଭିଯୋଗ ମଧ୍ୟ କରାଯାଇପାରିବେ ।


କେବଳ ଏତିକି ନୁହେଁ, ଆପଣ ହେଲ୍ପଲାଇନ ନମ୍ବର ଓ ମେଲ ମାଧ୍ୟମରେ ମଧ୍ଯ ଅଭିଯୋଗ କରିପାରିବେ । ଏନେଇ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ହେଉଛି 11-2584-4444,1095। ଏହାସହ info@delhitrafficpolice.nic.in ରେ ମେଲ କରି ମଧ୍ଯ ଆପଣ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଆପଣ ସହଜରେ ନିଜ ଅଭିଯୋଗ ଷ୍ଟାର୍ଟସକୁ ମଧ୍ଯ ଟ୍ରାକ୍ କରିପାରିବେ ।


ଏଥିପାଇଁ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport and Highways) (parivahan.gov.in)କୁ ଯାଇ ସେଠାରେ ଟିକେଟ୍ ଷ୍ଟାର୍ଟସ ଉପରେ କ୍ଲିକ୍ କରନ୍ତୁ । ସେଠାରେ ନିଜର ଅଭିଯୋଗ ନମ୍ବର ଏଣ୍ଟ୍ରି କରି ସବମିଟ୍ କରନ୍ତୁ । ଏହାପରେ ଆପଣ ନିଜ ଅଭିଯୋଗର ସ୍ଥିତି ଜାଣିପାରିବେ ।