ନୂଆଦିଲ୍ଲୀ: Condom Addiction in Youth: ନିଶା ଜଣେ ବ୍ୟକ୍ତିଙ୍କ ଶରୀର ସହିତ ତାଙ୍କ ଜୀବନକୁ ମଧ୍ୟ ନଷ୍ଟ କରିଦିଏ । ଆମ ଚାରିପାଖରେ ଏପରି ଅନେକ ଘଟଣା ବିଷୟରେ ଆମକୁ ଶୁଣିବାକୁ ମିଳିଥାଏ । ଏହି ଘଟଣାଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଅପରାଧୀ ନିଶ୍ଚିତ ଭାବରେ ଏପରି କୌଣସି ପ୍ରକାର ନିଶା ସେବନ କରନ୍ତି । ଆଜିର ସମୟରେ ବଜାରରେ ଏପରି ଅନେକ ରାସାୟନିକ ଦ୍ରବ୍ୟ ଅଛି ଯେଉଁଥିରୁ ଲୋକମାନେ ନିଶା କରୁଛନ୍ତି । ପେଣ୍ଟ, କଫ୍ ସିରପ, ପେଟ୍ରୋଲ, ଟାୟାର ପଙ୍କଚର ଟ୍ୟୁବ୍ ଏବଂ ନେଲପଲିସ୍ ମଧ୍ୟ ନିଶା କରିବା ପାଇଁ ବ୍ୟବହାର କରାଯାଉଛି । ନିକଟ ଅତୀତରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏହା ଆପଣଙ୍କ ପାଇଁ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ ଯେ ପଶ୍ଚିମବଙ୍ଗର ଯୁବକମାନେ କଣ୍ଡୋମ ଦ୍ୱାରା ନିଶା କରୁଛନ୍ତି । କଣ୍ଡୋମ ବିକ୍ରିରେ ହଠାତ୍ ବୃଦ୍ଧି ଯୋଗୁଁ ବଜାରରୁ କଣ୍ଡୋମ ଶେଷ ହୋଇଯାଇଛି । ଯୁବକମାନେ କଣ୍ଡୋମ ସାହାଯ୍ୟରେ କିପରି ନିଶା କରୁଛନ୍ତି, ଆସନ୍ତୁ ସେ ବିଷୟରେ ଜାଣିବା...


COMMERCIAL BREAK
SCROLL TO CONTINUE READING

ପଶ୍ଚିମବଙ୍ଗର ଦୁର୍ଗାପୁରର ଯୁବକମାନଙ୍କ ମଧ୍ୟରେ କଣ୍ଡୋମ ନିଶା ବେଶ୍ ଲୋକପ୍ରିୟ ହୋଇସାରିଛି । ସେମାନେ ବଜାରରୁ ଫ୍ଲେଭର୍ଡ କଣ୍ଡୋମ ନିଅନ୍ତି ଓ ଏହାକୁ ଏକ ଘଣ୍ଟା ଗରମ ପାଣିରେ ଭିଜାଇ ରଖନ୍ତି । ଏକ ଘଣ୍ଟା ପରେ ସେମାନେ ସେହି ପାଣି ପିଅନ୍ତି, ଯାହାର ନିଶା ପ୍ରାୟ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।


ବାସ୍ତବରେ, ଦୁର୍ଗାପୁରରେ ଅନେକ ଛାତ୍ର ରୁହନ୍ତି ଓ ଯେଉଁମାନେ ନିଜ ଘରଠାରୁ ଦୂରରେ ହଷ୍ଟେଲରେ ରହୁଛନ୍ତି । ହଷ୍ଟେଲରେ ରହୁଥିବାବେଳେ ସେମାନେ ସିଗାରେଟ୍ ଓ ମଦ ପରି ଅନେକ ପ୍ରକାରର ନିଶାରେ ଅଭ୍ୟସ୍ତ ହୋଇଯାଇଛନ୍ତି । କଣ୍ଡୋମ ଅପେକ୍ଷା ମଦ ଓ ଅନ୍ୟାନ୍ୟ ନିଶା ପଦାର୍ଥ ବହୁତ ମହଙ୍ଗା ହୋଇଥାଏ । ସେମାନେ ସହଜରେ ପକେଟ ମନିରୁ କଣ୍ଡୋମ କିଣି ବ୍ୟବହାର କରିପାରିବେ ଓ ଏହାକୁ ନେବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ମଧ୍ୟ ଆବଶ୍ୟକ ରହି ନଥାଏ । ସେଥିପାଇଁ ଛାତ୍ରମାନେ ଫ୍ଲେୱର୍ଡ କଣ୍ଡୋମରୁ ନିଶା କରୁଛନ୍ତି ।


ଫ୍ଲେୱର୍ଡ କଣ୍ଡୋମକୁ ଏକ ନିଶା ପଦାର୍ଥ ଭାବରେ ବ୍ୟବହାର କରାଯାଉଛି, ଏହାର ଖୁଲାସା ଜଣେ ଛାତ୍ର କରିଛନ୍ତି । ବାସ୍ତବରେ ପଶ୍ଚିମବଙ୍ଗର ଦୁର୍ଗାପୁର ସିଟି ସେଣ୍ଟର, ବିଧାନ ନଗର, ବେନାଚିଟି, ଏବଂ ମୁଚିପାରା, ସି ଜୋନ୍, ଏ ଜୋନ୍ ଦୁର୍ଗାପୁର ଅଞ୍ଚଳରେ କଣ୍ଡୋମର ଚାହିଦା ଅଧିକ ବୃଦ୍ଧି ପାଇଥିଲା । ଯେତେବେଳେ ବିକ୍ରୟ ବୃଦ୍ଧି ପାଇବାରେ ଲାଗିଲା, ଜଣେ ଦୋକାନୀ ଛାତ୍ରଙ୍କୁ ଏହା ବିଷୟରେ ପଚାରିଲେ । ଯେତେବେଳେ ଦୋକାନୀ ତାଙ୍କ ନିୟମିତ ଗ୍ରାହକଙ୍କୁ ପଚାରିଥିଲେ ଯେ ସେ ପ୍ରତିଦିନ କଣ୍ଡୋମ କାହିଁକି ନେଉଛନ୍ତି, ସେ କହିଥିଲେ ଯେ ସେ ନିଶା କରିବା ପାଇଁ ପ୍ରତିଦିନ କଣ୍ଡୋମ କିଣୁଛନ୍ତି ।


କଣ୍ଡୋମରୁ ନିଶା କରିବା ଅତ୍ୟନ୍ତ ବିପଜ୍ଜନକ 


କ୍ରେମିଷ୍ଟ୍ରିର ଶିକ୍ଷକ ନୁରୁଲ ହକଙ୍କ ଅନୁଯାୟୀ, ଫ୍ଲେଭର୍ଡ କଣ୍ଡୋମରୁ ନିଶା କରିବାରୁ ସେଥିରୁ ବିଷାକ୍ତ କମ୍ପାଉଣ୍ଡ ରହିପାରେ ଯାହା କର୍କଟ ରୋଗ ସୃଷ୍ଟି କରିପାରେ । ତେଣୁ ଏହାର ନିଶାରୁ ଦୂରେଇ ରହିବା ଉଚିତ୍ । ବର୍ତ୍ତମାନ ଯୁବକମାନଙ୍କୁ ଏଥିରୁ ନିଶା କରିବାକୁ ଭଲ ଲାଗୁଛି, କିନ୍ତୁ ଭବିଷ୍ୟତରେ ମଧ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।


ଏହା ବି ପଢ଼ନ୍ତୁ:-ମାଗଣା ରାସନ ହିତାଧିକାରୀଙ୍କୁ ଝଟକା, ସରକାର ବନ୍ଦ କରିବାକୁ ଯାଉଛନ୍ତି ମାଗଣା ଖାଦ୍ୟ ଶସ୍ୟ ଯୋଜନା!


ଏହା ବି ପଢ଼ନ୍ତୁ:-'ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଆପଣ ଜୀବିତ ଅଛନ୍ତି'


ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ଘରୁ 'ଏକନାଥ ସିନ୍ଦେ ଅଯୋଧ୍ୟା' ନାମରେ କ'ଣ ପାଇଁ ରଖାଯାଇଥିଲା ୧୦ ଲକ୍ଷ ଟଙ୍କା? ଜାଣନ୍ତୁ ଏହା ପଛର କାରଣ


ମଦ ପରି କାମ କରେ ଫ୍ଲେଭର୍ଡ କଣ୍ଡୋମ 


ଅଜବ ନିଶା ଅଧୀନରେ ଆସିଥିବା ଏହି ଛାତ୍ରମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି । ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା କରି ଦୁର୍ଗାପୁର ଆରଇ କଲେଜ ମଡେଲ ସ୍କୁଲର ରସାୟନ ବିଜ୍ଞାନ ଶିକ୍ଷକ ନୁରୁଲ ହକ କହିଛନ୍ତି ଯେ, ଯଦି କଣ୍ଡୋମକୁ ଦୀର୍ଘ ସମୟ ପାଣିରେ ଭିଜାଇ ରଖାଯାଏ ତେବେ ଏହାର ଫ୍ଲେଭର ପାଣିରେ ଆସେ । ଯଦି କେହି ଏହାକୁ ପିଅନ୍ତି, ତେବେ ତାଙ୍କୁ ନିଶା ହୋଇଯାଏ । ଏହାର କାରଣ ହେଉଛି ଫ୍ଲେଭର୍ଡ କଣ୍ଡୋମର ସ୍ୱାଦରେ ସୁଗନ୍ଧିତ କମ୍ପାଉଣ୍ଡ ଥାଏ । ଯେତେବେଳେ ପାଣିରେ ଭିଜାଯାଏ, ଫ୍ଲେଭର୍ଡର କାର୍ବନ ଅଣୁଗୁଡ଼ିକ ଅଲ୍କୋହଲ କମ୍ପାଉଣ୍ଡରେ ଭାଙ୍ଗି ଯାଏ ଓ ଅଲ୍କୋହଲ ପରି କାର୍ଯ୍ୟ କରନ୍ତି ।