Congress Announced:  ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସୋମବାର ଛତିଶଗଡରେ ଏକ କଂଗ୍ରେସ କାର୍ଯ୍ୟକ୍ରମରେ ରାଜନୀତି ହେଉଥିବା ଦେଖିବାକୁ ମିଳିଛି। ଲୋକମାନଙ୍କୁ ସମ୍ବୋଧିତ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଯଦି ଲୋକସଭା ନିର୍ବାଚନରେ ​​କଂଗ୍ରେସ ଯଦି ବିଜୟ ହାସଲ କରେ ତେବେ ଚାଷୀଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦିଆଯିବ। ଖଡ଼ଗେଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରାୟ ୩ ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ଚାଷୀଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ତାଙ୍କ ବିବୃତ୍ତି ଦେଖାଯାଉଛି।


COMMERCIAL BREAK
SCROLL TO CONTINUE READING

ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାର ପ୍ଲାଟଫର୍ମରୁ ଆଲୋଚନା ହେଉଥିଲେ। ସେ କହିଛନ୍ତି, ମୁଁ ଏହି ଯାତ୍ରାକୁ କେତେ ଭଲପାଇବା ଏବଂ ସମର୍ଥନ କରୁଛି ତାହା ଦେଖିବା ପାଇଁ ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେବାକୁ ଆସିଛି। ଲୋକମାନେ ଏହି ଯାତ୍ରାକୁ ହୃଦୟରୁ ଭଲ ପାଆନ୍ତି ଏବଂ ଅନ୍ୟାୟ ବିରୁଦ୍ଧରେ ଏକଜୁଟ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଯାତ୍ରା ୫ ନ୍ୟାୟ ଉପରେ ଆଧାରିତ - ଯୁବ ନ୍ୟାୟ, କୃଷକ ନ୍ୟାୟ, ମହିଳା ନ୍ୟାୟ, ଶ୍ରମିକ ନ୍ୟାୟ ଏବଂ ଅଂଶଗ୍ରହଣକାରୀ ନ୍ୟାୟ। ସେମାନେ ଏହି ନ୍ୟାୟର ବାର୍ତ୍ତା ସାରା ଦେଶରେ ବିସ୍ତାର କରୁଛନ୍ତି। ତେଣୁ ସମସ୍ତଙ୍କ ତରଫରୁ ମୁଁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଉଛି।


କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆମେ କଂଗ୍ରେସର ଗ୍ୟାରେଣ୍ଟି କଥା କହୁଛୁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କି ଗ୍ୟାରେଣ୍ଟି କହିବା ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଏତେ ଅହଙ୍କାର ରହିଛି ସିଏ ଲୋକତନ୍ତ୍ରରେ ବିଶ୍ୱାସ ରଖିପାରିବେ ନାହିଁ। ବ୍ୟକ୍ତି କେବଳ ନିଜ ପାଇଁ କେବଳ କାମ କରିଥାଆନ୍ତି। ଏହାକୁ ତାନାଶାହି ବ୍ୟତୀତ ଆଉ କିଛି ବି କୁହାଯାଇ ପାରିବ ନାହିଁ ବୋଲି ଶ୍ରୀ ଖଡ଼ଗେ କହିଛନ୍ତି। ଏହି ସମୟରେ ସେ କହିଥିଲେ କି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪-୧୯ରେ କେବଳ ମିଥ୍ୟା ପ୍ରତିଶୃତି ଦେଇ ଶାସନ ଗାଦିକୁ ଫେରିଥିଲେ। ମୋଦୀ କେବଳ ମିଛର ସର୍ଦ୍ଦାର। ସେ କହିଥିଲେ କି ମିଛ ପ୍ରତିଶୃତି ନେଇ ଆମେ କଣ କରିବୁ, ଆମକୁ ଆମର ମାଟି ଦେଇ ଦିଅନ୍ତୁ ବୋଲି ସେ କହିଥିଲେ। 


ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ଚାଷୀଭାଇଙ୍କୁ ଯେଉଁ ଅଧିକାର ମିଳିବା କଥା ତାହା ମିଳିପାରୁନାହିଁ। ନିଜର ଅଧିକାର ପାଇଁ ଚାଷୀଭାଇମାନେ ଦିଲ୍ଲୀ ଆସୁଛନ୍ତି। କିନ୍ତୁ ତାଙ୍କୁ ସୀମାରେ ହିଁ ଅଟକାଇ ଦିଆଯାଉଛି। ତାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଉଛି। ଚାଷୀମାନେ କେବଳ ଏତିକି ହିଁ କହୁଛନ୍ତି କି ଆମକୁ ଆମର ଅଧିକାର ମିଳୁ। ସେ ଆହୁରି ଆଗକୁ କହିଥିଲେ କି ଆଜି ଚାଷୀଭାଇଙ୍କ ପାଇଁ ଏକ ଐତିହାସିକ ଦିନ। କଂଗ୍ରେସ ପ୍ରତିଟି ଚାଷୀଙ୍କ ପାଇଁ କିଶାନଙ୍କ ଫସଲ ଉପରେ ସ୍ୱାମୀନାଥନ କମିଶନ ଅନୁଯାୟୀ MSPକି ଲିଗାଲ ଗ୍ୟାରେଣ୍ଟି ନିଷ୍ପତ୍ତି ନେଇଥିଲେ। ଏହି ପଦକ୍ଷେପ ୧୫ କୋଟି ଚାଷୀଙ୍କ ପରିବାର ସମୃଦ୍ଧି ସୁନିଶ୍ଚିତ କରିବା ସହିତ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା କଂଗ୍ରେସର ଲକ୍ଷ୍ୟ। ଚାଷୀଙ୍କୁ ନ୍ୟାୟ ଦେବା କଂଗ୍ରେସକୁ ପ୍ରଥମ ଗ୍ୟାରେଣ୍ଟି ବୋଲି ରାହୁଲ କହିଥିଲେ।