ଜେନିଭା: କରୋନା ମହାମାରୀ କାରଣରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସମେତ  ଅନ୍ୟ ଦେଶ ପକ୍ଷରୁ ସମାଲୋଚାନର ଶିକାର ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organization-WHO) ବର୍ତ୍ତମାନ ବର୍ତ୍ତମାନ ପୁଣି ଥରେ  ଚର୍ଚ୍ଚାର ପରିସରକୁ ଆସିଯାଇଛି |


COMMERCIAL BREAK
SCROLL TO CONTINUE READING

କୋରୋନା ମାମଲାରେ ପ୍ରତିକ୍ରିୟା ରଖି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଥିଲା ଗତ ବର୍ଷ ଡିସେମ୍ବରରେ ଚୀନ କୋଭିଡ୧୯ ବାବଦରେ ଅବଗତ କରାଇଥିଲା | ହେଲେ ଏବେ ଏ ପ୍ରସଙ୍ଗରେ ୟୁଟର୍ଣ୍ଣ ମାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ | କୋରୋନାକୁ ନେଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମୟସୀମା ଅନୁସାରେ ଏନେଇ କିଛି ଦର୍ଶାଯାଇନାହିଁ | ଡବ୍ଲ୍ୟୁଏଚଓର ଏପରି ଆଭିମୁଖ୍ୟ ବିଶ୍ୱର ଏକ ପ୍ରମୁଖ ସଂସ୍ଥାର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି |


ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁପ୍ତ ଭାବରେ ଏହି ଘଟଣାକ୍ରମକୁ ବଦଳାଇ ଦେଇଛି | ଯେଉଁଥିପାଇଁ ସମଗ୍ର ବିଶ୍ୱରେ କୋଭିଡ୧୯ ମହାମାରୀର ଭଳି ପରିସ୍ଥିତ ସୃଷ୍ଟି ହୋଇଥିଲା | ପ୍ରାୟ ଛଅ ମାସ ପୂର୍ବେ ଡବ୍ଲ୍ୟୁଏଚଓ ପକ୍ଷରୁ ହୋଇଥିବା ଦାବି ଅନୁସାରେ, ଡିସେମ୍ବର ୩୧ ତାରିଖ ବର୍ଷ ୨୦୧୯ ଅନୁସାରେ ଚୀନ ସେମାନଙ୍କୁ କରୋନା ଭୂତାଣୁ ବାବଦରେ ଅବଗତ କରିଥିବା ନେଇ କୁହାଯାଇଥିଲା | କୋରୋନା ଭାଇରସର ଉତ୍ପତ୍ତିସ୍ଥଳ ବୁହାନସ୍ଥିତ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ପ୍ରଥମେ ନିମୋନିଆ ଜନିତ ମାମଲା ରିପୋର୍ଟ କରାଯାଇଥିଲା | ଯାହାପରେ କୋଭିଡ୧୯ ମହାମାରୀରେ ପରିଣତ ହୋଇଥିଲା |  


ଡବ୍ଲ୍ୟୁଏଚଓ ସ୍ପଷ୍ଟ ଭାବରେ କହିଛି ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ଏହି ଭାଇରସ ଚିହ୍ନଟ ହୋଇଥିଲା ଏବଂ ଚୀନ ଏନେଇ ଜଣାଇଥିଲା | କୋରୋନାକୁ ସର୍ବପ୍ରଥମେ ଡବ୍ଲ୍ୟୁଏଚଓ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସମୟସୀମା ଅନୁସାରେ, ବର୍ତ୍ତମାନ ଅପଡେଟ ହୋଇଥିବା ତାରିଖ ସମାନ ରହିଛି, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପୁଣି ଥରେ ପଛକୁ ଫେରିଛି | 


ଡବ୍ଲ୍ୟୁଏଚଓ କହିବା ଅନୁସାରେ ଚୀନ ସ୍ଥିତ କାର୍ଯ୍ୟାଳୟକୁ ବୁହାନସ୍ଥିତ ମ୍ୟୁନିସିପାଲିଟି ମାଧ୍ୟମରେ ଭାଇରାଲ ନିମୋନିଆ ବାବଦରେ ଖବର ମିଳିଥିଲା | ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚତୁରତାର ସହ କରୋନା ଭୂତାଣୁ ସମ୍ପର୍କରେ ଜଣାପଡିବା ଖବରକୁ ସମୟସୀମାରୁ ହଟାଇ ଦେଇଛି | ସରଳ ଭାବରେ କହିବାକୁ ଗଲେ ଗତ ଡିସେମ୍ବର ଶେଷ ସୁଦ୍ଧା ଚୀନ୍ କୋଭିଡ୧୯ ବାବଦରେ କୌଣସି ସୂଚନା ଦେଇନାହିଁ |


କୋରୋନା ଭାଇରସର ମୁକାବିଲା ପାଇଁ ଚୀନ ନେଇଥିବା ପଦକ୍ଷେପକୁ ସାର୍ବଜାନୀନ ଭାବେ ପ୍ରଶଂସା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ | ଏହି ମହାମାରୀକୁ ନେଇ ରାଜନୀତି ନକରିବାକୁ ସେ ଅନୁରୋଧ କରିଛନ୍ତି ଏବଂ ବର୍ତ୍ତମାନ ସେ କହୁଛନ୍ତି ଯେ ଚୀନ୍ କରୋନା ଜୀବାଣୁ ବିଷୟରେ କୌଣସି ସୂଚନା ଦେଇ ନାହିଁ | ସମୟସୀମାରେ ହୋଇଥିବା ଏହି ପରିବର୍ତ୍ତନ କେବଳ ଚୀନର ପ୍ରକୃତ ଚେହେରାକୁ ପ୍ରକାଶ କରିନାହିଁ, ବରଂ ଡବ୍ଲ୍ୟୁଏଚଓ ବିଶ୍ୱସନୀୟତା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି |