ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାରେ ଆଉ ପାଦେ ଆଗେଇଲା ଓଡିଶା। ଖୁବଶୀଘ୍ର ରାଜ୍ୟରେ ପ୍ରସ୍ତୁତ ହେବ କୋରୋନା ଟିକା। ୩୦୦ କୋଟି ବ୍ୟୟରେ ପ୍ରକଳ୍ପ ପ୍ରତିଷ୍ଠା କରିବ ଭାରତ ବାୟୋଟେକ। ଆଉ ଏହି ପ୍ରସ୍ତାବକୁ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠରେ ରାଜ୍ୟ ସରକାର ମଞ୍ଜୁର ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଆସନ୍ତା ୧୫ ଦିନ ମଧ୍ୟରେ ଭୁବନେଶ୍ବରସ୍ଥିତ ଅନ୍ଧାରୁଆରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିରେ କୋରୋନା, ମ୍ୟାଲେରିଆ, ରାବିଜ ଓ ଜାପାନିଜ୍ ଏନସେଫାଲାଇଟିସ, ତରଳଝାଡା ପରି ୧୦ଟି ସଂକ୍ରମଣ ଜନିତ ରୋଗର ପ୍ରତିଷେଧକ ତିଆରି ହେବ। ଏଥିପାଇଁ ସମସ୍ତ ପ୍ରକାରର ସୁବିଧା ଭାରତ ବାୟୋଟେକକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।


ଅନ୍ଧାରୁଆରେ ବାୟୋଟେକର ପ୍ରକଳ୍ପ ପ୍ରତିଷ୍ଠା ହେଲେ ବାୟୋଟେକ୍ ଇକ୍ୟୁଭେସନ ସେଣ୍ଟର ବିକାଶ ହେବ। ପ୍ରାୟ ୭୫ଟି ସ୍ଥାନୀୟ ଷ୍ଟାର୍ଟପଙ୍କୁ ମଧ୍ୟ ସୁଯୋଗ ମିଳିବ। କମ୍ପାନୀର ବିଲ୍ଡିଂ ପ୍ଲାନକୁ ସରକାରୀ ମୋହର ଲାଗିଥିବା ବେଳେ ଅନ୍ୟାନ୍ୟ ଅନୁମତି ଖୁବଶୀଘ୍ର ଦିଆଯିବ ବୋଲି କୁହାଯାଇଛି।


ଶୁକ୍ରବାର ବସିଥିବା ବୈଠକରେ ଭାରତ ବାୟୋଟେକର ନିର୍ଦ୍ଦେଶକ, ଇମ୍ଫା ଅଧିକାରୀ, ଆଇଆଇଏଏସ୍ ନିର୍ଦ୍ଦେଶକ, ଉନ୍ନୟନ କମିସନର ପ୍ରମୂଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭାରତ ବାୟୋଟେକର ସମ୍ପସାରଣ ପାଇଁ ରାଜ୍ୟରେ ସରକାର ସବୁ ପ୍ରକାରର ସୁବିଧା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଅନ୍ଧାରୁଆରେ କରୋନା ଟିକା ପ୍ରସ୍ତୁତ ହେଲେ ରାଜ୍ୟବାସୀଙ୍କ ପାଇଁ ଏହା ସହଜରେ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି।