ଏହି ଦେଶରେ ଆସିଲା କୋରୋନା ସୁନାମି, ଦିନକରେ ଚିହ୍ନଟ ହେଲେ ୧୦ ଲକ୍ଷ ସଂକ୍ରମିତ
ରୋଗ ନିୟନ୍ତ୍ରଣ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଡିସେମ୍ବର ୨୯, ୨୦୨୧ରେ ଆମେରିକାରେ ୪.୮୬ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ଏହିପରି ଡିସେମ୍ବର ୩୧ରେ ଏଠାରେ ୪.୪୬ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା ।
ୱାଶିଂଟନ: Coronavirus in America: କୋରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍ (COVID-19 New Variant Omicron) ଦ୍ରୁତ ଗତିରେ କାୟା ବିସ୍ତାର କରୁଛି । କୋରୋନାର ଏହି ନୂଆ ଭାରିଆଣ୍ଟ ଯୋଗୁଁ ପୁଣି ଥରେ ସମଗ୍ର ବିଶ୍ୱରେ କୋରୋନା ମାମଲାରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ୟୁରୋପ ସମେତ ଆମେରିକାରେ ମଧ୍ୟ ଓମିକ୍ରନ୍ (Omicron) ତାଣ୍ଡବ ଦେଖିବାକୁ ମିଳୁଛି । ଆମେରିକା (America) ରେ ଗୋଟିଏ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ କୋରୋନା ମାମଲା (Coronavirus Cases) ଚିହ୍ନଟ ହୋଇଛି । ମିଳିଥିବା ତଥ୍ୟ ଅନୁଯାୟୀ, ସୋମବାର ଆମେରିକାରେ ୧୦,୦୩,୦୪୩ ମାମଲା ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ସୋମବାର ଯେଉଁ ମାମଲା ଚିହ୍ନଟ ହୋଇଇଛି ପ୍ରାୟ ଚାରି ଦିନ ପୂର୍ବରୁ ଆମେରିକା (US) ରେ ରେକର୍ଡ ହୋଇଥିବା ୫,୯୦,୦୦୦ର ପୂର୍ବ ରେକର୍ଡର ପ୍ରାୟ ଦୁଇଗୁଣ ଅଟେ ଓ ଏହି ଅତ୍ୟଧିକ ପରିବର୍ତ୍ତନ ହୋଇଥିବା ଭାରିଆଣ୍ଟ ଆମେରିକାର ମାମଲାକୁ ଏକ ରେକର୍ଡ ସ୍ତରକୁ ପହଞ୍ଚାଇଛି । ବଢୁଥିବା ମାମଲା ଯୋଗୁଁ ଅନେକ ବିମାନ ଚଳାଚଳ ବାତିଲ କରାଯାଇଛି । ବିଦ୍ୟାଳୟ ଓ କାର୍ଯ୍ୟାଳୟ ବନ୍ଦ ରହିଛି । ଇଂଲଣ୍ଡ ଓ ସ୍କଟଲ୍ୟାଣ୍ଡରେ ୧.୫୭ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ନୂତନ ମାମଲାରେ ୬୦ ପ୍ରତିଶତରୁ ଅଧିକ ମାମଲା ଓମିକ୍ରନ୍ରୁ ଆସିଛି । ଏହା ପରେ ପ୍ରାୟ ୩୮-୪୦ ପ୍ରତିଶତ ମାମଲା ଡେଲଟା ଭାରିଆଣ୍ଟର ରହିଛି । ଏହାପୂର୍ବରୁ ସେପ୍ଟେମ୍ବର ଓ ଅକ୍ଟୋବରରେ ଆମେରିକାରେ ୧ ଲକ୍ଷରୁ ଅଧିକ କୋରୋନା ମାମଲା ଚିହ୍ନଟ ହୋଇଥିଲା ।
ରୋଗ ନିୟନ୍ତ୍ରଣ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଡିସେମ୍ବର ୨୯, ୨୦୨୧ରେ ଆମେରିକାରେ ୪.୮୬ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ଏହିପରି ଡିସେମ୍ବର ୩୧ରେ ଏଠାରେ ୪.୪୬ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା ।
ୱାଲ୍ ଷ୍ଟ୍ରିଟ୍ ଜେନେରାଲ୍ ରିପୋର୍ଟ ଅନୁଯାୟୀ, ଜାନୁୟାରୀ ୨, ୨୦୨୨ରେ ଆମେରିକାରେ ନୂତନ ମାମଲା ସଂଖ୍ୟା ୪.୦୩ ଲକ୍ଷରୁ ଅଧିକ ଥିଲା । ଏଥି ସହିତ ସିଡିସି ଅନୁଯାୟୀ, ଆମେରିକାରେ କୋରୋନାର ମୋଟ ମାମଲା ୫୩,୭୯,୦୫,୪୦୭ ରେ ପହଞ୍ଚିଛି ଓ ଏପର୍ଯ୍ୟନ୍ତ କୋରୋନା ଯୋଗୁଁ ୮୨ ଲକ୍ଷ ୩୫୫ ଲୋକଙ୍କର ମୃତ୍ୟୁ ଘଟିଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ଯୁକ୍ତରାଷ୍ଟ୍ରରେ ବୁଷ୍ଟର୍ ଡୋଜର ଅନୁମତି ଦିଆଯାଇଥିଲା । ୧୫ରୁ ୧୮ ବର୍ଷ ବୟସର ବର୍ଗଙ୍କୁ ଟିକା ଦେବା କାମ ମଧ୍ୟ ଆରମ୍ଭ ହୋଇଛି । ଏହା ସତ୍ତ୍ୱେ ମାମଲାରେ ବହୁତ ବୃଦ୍ଧି ଘଟିଛି ।