ପୁଣି ଟେନସନ୍ ବଢ଼ାଇଲା କୋରୋନା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ
ଏଥି ସହିତ କେରଳର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୫୩୧ ଲୋକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଗତ ୫୧ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ । ଏହାପୂର୍ବରୁ ଜୁନ୍ ୩ରେ ୧୮,୮୫୩ ସଂକ୍ରମିତ ମାମଲା ଚିହ୍ନଟ କରାଯାଇଥିଲା ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାସହ ପ୍ରାୟ ଦିନ ୫ ଶହ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ବିଗତ କିଛି ଦିନ ଧରି ପ୍ରତିଦିନ ପ୍ରାୟ ୪୦ ହଜାର କୋରୋନା ମାମଲା ସାମ୍ନାକୁ ଆସୁଛି । ରବିବାର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୨୭୯ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହାସହ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୦୩୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୩୦୦ ମାମଲାରେ ହ୍ରାସ ଘଟିଛି ।
ଏଥି ସହିତ କେରଳର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୫୩୧ ଲୋକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଗତ ୫୧ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ । ଏହାପୂର୍ବରୁ ଜୁନ୍ ୩ରେ ୧୮,୮୫୩ ସଂକ୍ରମିତ ମାମଲା ଚିହ୍ନଟ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ଯୁବକଙ୍କୁ ଯିବାର ଥିଲା ୟୁପିର ହମିରପୁର, କିନ୍ତୁ ପହଞ୍ଚିଗଲେ ଏହି ରାଜ୍ୟର ହମିରପୁରରେ, ଜାଣନ୍ତୁ କ'ଣ ହେଲା ତା'ପରେ...
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୩ ଲକ୍ଷ ୭୧ ହଜାର କୋରୋନା ୯୦୧ ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୫ ଲକ୍ଷ ୪୩ ହଜାର ୧୩୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୮ ହଜାର ୨୧୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୦ ହଜାର ୫୫୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜୁଲାଇ ୨୪ ପର୍ଯ୍ୟନ୍ତ ସାରା ଦେଶରେ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧ ଲକ୍ଷ ୧୮ ହଜାର ୨୧୦ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୫ କୋଟି ୬୨ ଲକ୍ଷ ୮୯ ହଜାର ୫୬୭ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୧୮ ହଜାର ୭୫୬ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ କମ୍ ରହିଛି ।
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୩୦ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
୮ଟି ରାଜ୍ୟରେ ଲକଡାଉନ୍ ପରି ପ୍ରତିବନ୍ଧକ
ଦେଶର ୮ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପ୍ରତିବନ୍ଧକ ଅଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଓଡିଶା, ତାମିଲନାଡୁ, ମିଜୋରାମ, ଗୋଆ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ ରହିଛି । ପୂର୍ବ ଲକଡାଉନ୍ ପରି ଏଠାରେ କଡା ପ୍ରତିବନ୍ଧକ ଲଗାଯାଇଛି ।
୨୩ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ଲକଡାଉନ୍
ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ତାଲା ପଡିଛି । ଏଠାରେ ପ୍ରତିବନ୍ଧକ ସହିତ ରିହାତି ମଧ୍ୟ ଅଛି । ଏଥିମଧ୍ୟରେ ଛତିଶଗଡ, କର୍ଣ୍ଣାଟକ, କେରଳ, ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀର, ଲଦାଖ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ, ମେଘାଳୟ, ନାଗାଲାଣ୍ଡ, ଆସାମପୁର ପ୍ରଦେଶ ଏବଂ ଗୁଜରାଟ ଅନ୍ତର୍ଭୁକ୍ତ ରହିଛି ।
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍