ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ଏହି ୮ଟି ରାଜ୍ୟରେ ୮୦ ପ୍ରତିଶତ ମାମଲା, ଗୋଟିଏ ସପ୍ତାହରେ ୬୭ ପ୍ରତିଶତ ବଢ଼ିଛି ସଂକ୍ରମଣ
Coronavirus in India: ଏହି ରାଜ୍ୟଗୁଡିକରେ ନୂତନ ରୋଗର ବୃଦ୍ଧି ସକ୍ରିୟ ରୋଗୀଙ୍କ ସଂଖ୍ୟା ଉପରେ ବଡ ପ୍ରଭାବ ପକାଇଛି । ଗୋଟିଏ ଦିନରେ ଦେଶରେ ୨୫,୫୫୯ ସକ୍ରିୟ ମାମଲା ବୃଦ୍ଧି ପାଇଛି । ଏହା ହେଉଛି ଚଳିତ ବର୍ଷରେ ଗୋଟିଏ ଦିନର ସବୁଠାରୁ ବଡ ରେକର୍ଡ ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା (Coronavirus) ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେତେକ ରାଜ୍ୟରୁ ୮୦ ପ୍ରତିଶତରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ୯୩.୧୪ ପ୍ରତିଶତ ନୂଆ ମାମଲା ଏହି ରାଜ୍ୟଗୁଡିକରେ ମିଳିଛି । ଏଥିମଧ୍ୟରେ ମହାରାଷ୍ଟ୍ର (Maharashtra), ପଞ୍ଜାବ (Punjab), କେରଳ (Kerala), କର୍ଣ୍ଣାଟକ (Karnataka), ଗୁଜୁରାଟ (Gujrat) ଏବଂ ମଧ୍ୟପ୍ରଦେଶ (Madhya Pradesh) ସାମିଲ ରହିଛି । ଗତ ସୋମବାର ଏଠାରେ ୮୬.୮ ପ୍ରତିଶତ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-କମ୍ ବଜେଟରେ ବୁଲି ପାରିବେ ଏହି ସବୁ ସ୍ଥାନ...
ଏହି ରାଜ୍ୟଗୁଡିକରେ ନୂତନ ରୋଗର ବୃଦ୍ଧି ସକ୍ରିୟ ରୋଗୀଙ୍କ ସଂଖ୍ୟା ଉପରେ ବଡ ପ୍ରଭାବ ପକାଇଛି । ଗୋଟିଏ ଦିନରେ ଦେଶରେ ୨୫,୫୫୯ ସକ୍ରିୟ ମାମଲା ବୃଦ୍ଧି ପାଇଛି । ଏହା ହେଉଛି ଚଳିତ ବର୍ଷରେ ଗୋଟିଏ ଦିନର ସବୁଠାରୁ ବଡ ରେକର୍ଡ । ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୨୬ରେ ୨୪,୬୧୦ ସକ୍ରିୟ ମାମଲା ବଢ଼ିଥିଲା । ଏହା ଦ୍ୱାରା ସକ୍ରିୟ ହାର ୨.୮ ପ୍ରତିଶତ ବୃଦ୍ଧି ହୋଇଯାଇଛି । ସେହିପରି ସୋମବାର ୨୧,୧୮୦ କୋରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଦରମା ଓ ଅବସର ବୟସ ସୀମା
ମନ୍ତ୍ରଣାଳୟ ଅନୁଯାୟୀ ଗତ ୧୩ ଦିନ ଧରି ସକ୍ରିୟ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ସଂଖ୍ୟା ୩,୪୫,୩୭୭ ରହିଛି । ଯାହା ମୋଟ ମାମଲାର ୨.୮୭ ପ୍ରତିଶତ ଅଟେ । ଫେବୃଆରୀ ୧୨ରେ ସକ୍ରିୟ ମାମଲା ସଂଖ୍ୟା ୧,୩୫,୯୨୬ରେ ପହଞ୍ଚି ଥିଲା । ଯାହାକି ମୋଟ ମାମଲାର ୧.୨୫ ପ୍ରତିଶତ ଥିଲା ।
ଗୋଟିଏ ସପ୍ତାହରେ ସଂକ୍ରମଣ ୬୭ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ସପ୍ତାହରେ ନୂତନ ମାମଲାରେ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ଏଥି ସହିତ କେବଳ ମାର୍ଚ୍ଚ ୧୫ରୁ ୨୧ ମଧ୍ୟରେ ୧ ଲକ୍ଷ କୋରୋନା ସଂକ୍ରମିତ ମିଳିଛି । ମନ୍ତ୍ରଣାଳୟ ଅନୁଯାୟୀ ସୋମବାର ୨୧୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି, ଯାହା ଗତ ୭୨ ଦିନ ମଧ୍ୟରେ ସର୍ବାଧିକ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଦେଶରେ ୧,୬୦,୧୬୬ କୋରୋନା ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳୁଛି ଆୟକରର ଅନେକ ନିୟମ, ଆପଣଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୭୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୯୯ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୭୮୫ କୋରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ଯାହା ପରେ ଦେଶରେ ବର୍ତ୍ତମାନ ଯାଏ ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ସେଥିରୁ ୧ କୋଟି ୧୧ ଲକ୍ଷ ୮୧ ହଜାର ୨୫୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ୩,୪୫,୩୭୭ ସକ୍ରିୟ କୋରୋନା ମାମଲା ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧,୬୦,୧୬୬ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ଏହା ମଧ୍ୟ ଚିନ୍ତାର ବିଷୟ ଯେ ନୂତନ ମାମଲା ବୃଦ୍ଧି ଏବଂ ରୋଗୀଙ୍କ ସୁସ୍ଥ ହେବା ହାର ଲଗାତର କମିବାରେ ଲାଗିଛି । ଫେବୃଆରୀ ୧୭ରେ ରୋଗୀଙ୍କ ସୁସ୍ଥ ହାର ୯୭.୩୩ ପ୍ରତିଶତରେ ପହଞ୍ଚିଥିଲା ଯାହା ବର୍ତ୍ତମାନ ୯୫.୭୫ ପ୍ରତିଶତକୁ ଖସି ଆସିଛି । ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହା ୧.୩୭ ପ୍ରତିଶତ ରହିଛି ।