କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ସଂକ୍ରମଣ ଦର ଛୁଇଁଲା ୧୯.୫ ପ୍ରତିଶତ
ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୯.୫ ପ୍ରତିଶତ ରହିଛି । ଗତକାଲି ଦେଶରେ ଦୈନିକ ସଂକ୍ରମଣ ଦର ୧୬.୧୬ ଥିଲା ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ସଙ୍କଟ ବଢ଼ିବାରେ ଲାଗିଛି । ଲଗାତର ଦେଶରେ କୋରୋନା ମାମଲା ବଢ଼ିବାରେ ଲାଗିଛି । ଏହାସହ ମୃତ୍ୟୁ ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଗତକାଲି ଅପେକ୍ଷା ଆଜି କୋରୋନା ମାମଲାରେ ବୃଦ୍ଧି ଘଟିଛି । ସେହିପରି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭୩ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୬,୩୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୨୦,୫୪୬ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୯.୫ ପ୍ରତିଶତ ରହିଛି । ଗତକାଲି ଦେଶରେ ଦୈନିକ ସଂକ୍ରମଣ ଦର ୧୬.୧୬ ଥିଲା ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩ ଲକ୍ଷ ୮୫ ହଜାର ୫୦୦ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୭୬ ଲକ୍ଷ ୭୭ ହଜାର ୩୨୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨୨ ଲକ୍ଷ ୨ ହଜାର ୪୭୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୯୧ ହଜାର ୭୦୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ବିଦା ହେଲେ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକାରେ ଖରାପ ପ୍ରଦର୍ଶନ ପାଇଁ ମିଳିଲା 'ଦଣ୍ଡ'
ଏହା ବି ପଢ଼ନ୍ତୁ:-ସର୍ଭେ: ଉତ୍ତରାଖଣ୍ଡରେ ବିଜେପିକୁ ଲାଗିବ ଝଟକା! ଜାଣନ୍ତୁ କେଉଁ ଦଳ ଗଢ଼ିବାକୁ ଯାଉଛି ସରକାର
ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ କି ସୋରେନ ସରକାର? ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ କେବଳ ଏତିକି ବିଧାୟକ
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଜାନୁଆରୀ ୨୬ ପର୍ଯ୍ୟନ୍ତ ସାରା ଦେଶରେ ୧୬୩ କୋଟି ୮୪ ଲକ୍ଷ ୩୯ ହଜାର ୨୦୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ଲକ୍ଷ ୩୫ ହଜାର ୨୬୭ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୨ କୋଟି ୨୧ ଲକ୍ଷ ୬୬ ହଜାର ୨୪୮ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୬୨ ହଜାର ୨୬୧ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୬ ପ୍ରତିଶତରୁ ଅଧିକ ରହିଛି ।