ନୂଆଦିଲ୍ଲୀ: Coronavirus in India: ଭାରତରେ ପୁଣିଥରେ କୋରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି । ଯାହା ଚିନ୍ତା ବଢ଼ାଉଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୩୬୪ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୨୨୮ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ଗତକାଲି କୋରୋନାର ୧,୮୨୯ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା ।


COMMERCIAL BREAK
SCROLL TO CONTINUE READING

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୧ ଲକ୍ଷ ୨୯ ହଜାର ୫୬୩ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୮୯ ହଜାର ୮୪୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୫ ହଜାର ୪୧୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୪ ହଜାର ୩୦୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।


ଏହା ବି ପଢ଼ନ୍ତୁ:-କଂଗ୍ରେସ ଛାଡ଼ି ଥିବା ହାର୍ଦ୍ଦିକ 'ବନ୍ଧ୍ୟାକରଣ' ଯୋଗୁଁ ଥିଲେ ଚିନ୍ତିତ, ନା ଅନ୍ୟ କିଛି ଥିଲା କାରଣ?


ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଜବରଦସ୍ତ ଲାଭ


ଏହା ବି ପଢ଼ନ୍ତୁ:-ହିନ୍ଦୁ ଧର୍ମକୁ ନେଇ ଏ କ’ଣ କହିଗଲେ ଅଖିଳେଶ?


ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ମେ' ୧୯ ପର୍ଯ୍ୟନ୍ତ ସାରା ଦେଶରେ ୧୯୧ କୋଟି ୭୯ ଲକ୍ଷ ୯୬ ହଜାର ୯୦୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ଲକ୍ଷ ୭୧ ହଜାର ୬୦୩ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୮୪ କୋଟି ୫୪ ଲକ୍ଷ ୦୪ ହଜାର ୧୭୨ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୭୭ ହଜାର ୫୭୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୦.୫୦ ପ୍ରତିଶତ ରହିଛି । ଦେଶରେ ସକ୍ରିୟ ମାମଲା ମୋଟ ମାମଲାର ୦.୦୪ ପ୍ରତିଶତ ରହିଛି ।


କୋରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ଦ୍ରୁତ ଟିକାକରଣ ମଧ୍ୟ ଚାଲିଛି । ବର୍ତ୍ତମାନ ଲୋକମାନଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ଧ୍ୟାନ ଦିଆଯାଉଛି । ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ବୁଷ୍ଟର ଡୋଜ ଲଗାଇପାରିବେ । ଏ ସମ୍ପର୍କରେ ସରକାର ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ଯେଉଁଥିରେ ଏହା କୁହାଯାଇଛି ଯେ ଦ୍ୱିତୀୟ ଡୋଜ୍ ଗ୍ରହଣ କରିବାର ୯ ମାସ ପରେ ଆପଣ ତୃତୀୟ ଅର୍ଥାତ୍ ବୁଷ୍ଟର୍ ଡୋଜ ନେଇ ପାରିବେ । ତେବେ କୁହାଯାଉଛି ଯେ ସରକାର ଶୀଘ୍ର ଦ୍ୱିତୀୟ ଓ ତୃତୀୟ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିପାରନ୍ତି ।