କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୦ ସଂକ୍ରମିତ
Coronavirus in India: ଦୁନିଆର କିଛି ଭାଗରେ ପୁଣି ଥରେ କୋରୋନା ମାମଲା ବଢ଼ିବାରେ ଲାଗିଛି । ଚୀନରେ ମଧ୍ୟ କୋରୋନା ତାଣ୍ଡବ କରୁଛି । ଭାରତରେ ମଧ୍ୟ ପ୍ରତିଦିନ କୋରୋନା ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା
ନୂଆଦିଲ୍ଲୀ: Coronavirus in India: ଦୁନିଆର କିଛି ଭାଗରେ ପୁଣି ଥରେ କୋରୋନା ମାମଲା ବଢ଼ିବାରେ ଲାଗିଛି । ଚୀନରେ ମଧ୍ୟ କୋରୋନା ତାଣ୍ଡବ କରୁଛି । ଭାରତରେ ମଧ୍ୟ ପ୍ରତିଦିନ କୋରୋନା ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୬୮୮ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୭୫୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୮୮୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ଗତକାଲି କୋରୋନାର ୩,୩୭୭ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୬୦ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ପରେ ବିଜେପିର ଉତ୍ତରାଧିକାରୀ କିଏ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ
ଏହା ବି ପଢ଼ନ୍ତୁ:-ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ବିଜେପି ମେଣ୍ଟକୁ ଲାଗିଲା ଲଟେରୀ, ବିରୋଧୀ ଦଳର ୨୫ରୁ ୨୧ ବିଧାୟକ ସରକାରରେ ସାମିଲ
ଏହା ବି ପଢ଼ନ୍ତୁ:-ଆପଣ ଜାଣିଛନ୍ତି କି ଜିନ୍ସ ପ୍ୟାଣ୍ଟର ଚେନରେ କାହିଁକି ଲେଖା ହୋଇଥାଏ 'YKK'?
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୭୫ ହଜାର ୮୬୪ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୩୩ ହଜାର ୩୭୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୮ ହଜାର ୬୮୪ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୩ ହଜାର ୮୦୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଏପ୍ରିଲ ୨୯ ପର୍ଯ୍ୟନ୍ତ ସାରା ଦେଶରେ ୧୮୮ କୋଟି ୮୯ ଲକ୍ଷ ୯୦ ହଜାର ୯୩୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ଲକ୍ଷ ୫୮ ହଜାର ୦୫୯ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୮୩ କୋଟି ୭୪ ଲକ୍ଷ ୪୨ ହଜାର ୦୨୩ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୯୬ ହଜାର ୬୪୦ କୋରୋନା ନମୁନା ପରୀକ୍ଷା କରାଯାଇଛି ।
ସଂକ୍ରମଣର ମୋଟ ମାମଲା ୧୬ ସେପ୍ଟେମ୍ବର ୨୦୨୦ରେ ୫୦ ଲକ୍ଷ, ୨୮ ସେପ୍ଟେମ୍ବର ୨୦୨୦ରେ ୬୦ ଲକ୍ଷ, ୧୧ ଅକ୍ଟୋବର ୨୦୨୨ରେ ୭୦ ଲକ୍ଷ, ୨୯ ଅକ୍ଟୋବର ୨୦୨୦ରେ ୮୦ ଲକ୍ଷ ଏବଂ ୨୦ ନଭେମ୍ବରରେ ୯୦ ଲକ୍ଷ ଅତିକ୍ରମ କରିଛି । ୧୯ ଡିସେମ୍ବର ୨୦୨୦ରେ ଏହି ମାମଲା ଦେଶରେ ଏକ କୋଟି ଅତିକ୍ରମ କରିଥିଲା । ଗତ ବର୍ଷ ମେ ୪ରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରିଥିଲା ଓ ୨୩ ଜୁନ୍ ୨୦୨୧ରେ ଏହା ୩ କୋଟି ଅତିକ୍ରମ କରିଥିଲା । ଚଳିତ ବର୍ଷ ଜାନୁଆରୀ ୨୬ରେ ଏହି ମାମଲା ୪ କୋଟି ଅତିକ୍ରମ କରିଥିଲା ।