ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ମାମଲାରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଛି । ବିଗତ ୬ ଦିନ ପରେ ଦେଶରେ ୩୦ ହଜାରରୁ କମ୍ ମାମଲା ଚିହ୍ନଟ ହୋଇଛି । କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କୋରୋନା ମାମଲା ସର୍ବାଧିକ ଚିହ୍ନଟ ହେଉଛି । ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୭୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪,୧୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦିନକରେ ୧୯,୪୭୪ ସଂକ୍ରମିତ ମାମଲା ହ୍ରାସ ଘଟିଛି । 


COMMERCIAL BREAK
SCROLL TO CONTINUE READING

ଦେଶରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ପ୍ରତିଦିନ କେରଳରୁ ଆସୁଛି । ରବିବାର କେରଳରେ ୧୦,୪୦୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଅର୍ଥାତ୍ ୪୦ ପ୍ରତିଶତ ମାମଲା କେବଳ କେରଳରେ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୬ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି । ସେପଟେ ରାଜ୍ୟରେ ମୋଟ ମାମଲା ୩୮ ଲକ୍ଷ ୧୪ ହଜାର ୩୦୫ରେ ପହଞ୍ଚିଛି । ମାଲାପୁରାମରେ ସର୍ବାଧିକ ୧,୫୭୭ ନୂତନ ମାମଲା ସାମ୍ନାକୁ ଆସିଛି । ଏହା ପରେ କୋଜିକୋଡେରେ ୧୩୭୬ ମାମଲା ଓ ପାଲକ୍କଡରେ ୧୧୩୩ ମାମଲା ମିଳିଛି ।


ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୪ ଲକ୍ଷ ୪୯ ହଜାର ୩୦୬ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୬ ଲକ୍ଷ ୮୦ ହଜାର ୬୨୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୩୩ ହଜାର ୯୨୪ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୪ ହଜାର ୭୫୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିଲା ଲାଡେନ, ୨୦୧୦ରେ ହିଁ ଦେଇଥିଲା ଏହି ଚେତାବନୀ


ଅଧିକ ପଢ଼ନ୍ତୁ:-ଆମେରିକାର ଦାବି, ଏହି କାରଣରୁ ତାଲିବାନ ସହ ହାତ ମିଳାଇଛି ପାକିସ୍ତାନ


ଅଧିକ ପଢ଼ନ୍ତୁ:-ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ କ’ଣ ରହିଛି ଯୋଜନା?


ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୨୨ ପର୍ଯ୍ୟନ୍ତ ସାରା ଦେଶରେ ୫୮ କୋଟି ୨୫ ଲକ୍ଷ ୪୯ ହଜାର ୫୯୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ଲକ୍ଷ  ୯୫ ହଜାର ୫୪୩ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୦ କୋଟି ୭୫ ଲକ୍ଷ ୫୧ କୋରୋନା ୩୯୯ ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨ ଲକ୍ଷ ୯୫ ହଜାର ୧୬୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।


ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୦୯ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦଶମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।