କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍
Coronavirus in India: ଭାରତରେ କୋରୋନା ମାମଲାରେ ହଠାତ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ୫ ମାସ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମମଲା ଚିହ୍ନଟ ହୋଇଛି । ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୧୬୬ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର
ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ମାମଲାରେ ହଠାତ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ୫ ମାସ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମମଲା ଚିହ୍ନଟ ହୋଇଛି । ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୧୬୬ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୮୩୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦିନକରେ ୧୨,୧୦୧ ସଂକ୍ରମିତ ମାମଲା ହ୍ରାସ ଘଟିଛି ।
ଦେଶରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ପ୍ରତିଦିନ କେରଳରୁ ଆସୁଛି । ବିଗତ ଦିନରେ ମଧ୍ୟ କେରଳରେ ଅଧାରୁ ଅଧିକ ମାମଲା କେରଳରୁ ଆସିଛି । ସୋମବାର ୧୨,୨୯୪ ନୂତନ କୋରୋନା ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୭ ଲକ୍ଷ ୨ ହଜାରକୁ ବୃଦ୍ଧି ପାଇଛି । ଏଥି ସହିତ ୧୪୨ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୮,୭୪୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮,୫୪୨ ରୋଗୀ ମଧ୍ୟ ସଂକ୍ରମଣମୁକ୍ତ ହୋଇଛନ୍ତି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୨ ଲକ୍ଷ ୫୦ ହଜାର ୬୭୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୪ ଲକ୍ଷ ୪୮ ହଜାର ୭୫୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୬୯ ହଜାର ୮୪୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୨ ହଜାର ୭୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୧୬ ପର୍ଯ୍ୟନ୍ତ ସାରା ଦେଶରେ ୫୫ କୋଟି ୪୭ ଲକ୍ଷ ୩୦ ହଜାର କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୮ ଲକ୍ଷ ୧୩ ହଜାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୯ କୋଟି ୬୬ ଲକ୍ଷ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ୬୩ ହଜାର କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।
ଅଧିକ ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପରେ ସବୁଠାରୁ ବଡ଼ ପ୍ରଶ୍ନ-କିଏ ହେବ ତାଲିବାନର ଚେହେରା? ରେସରେ ସବୁଠାରୁ ଆଗରେ ରହିଛି ଏହି ୫ ନାଁ
ଅଧିକ ପଢ଼ନ୍ତୁ:-ପ୍ରଥମ ଥର ଯୌନ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଅଧିକ ପଢ଼ନ୍ତୁ:-ତାଲିବାନର ବର୍ତ୍ତମାନର ନେତୃତ୍ୱ ବିଷୟରେ ଜାଣନ୍ତୁ, କାହା ପାଖରେ ରହିଛି କେଉଁ ଦାୟିତ୍ୱ...
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୧୯ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦଶମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।