ମୁମ୍ବାଇ: Platform Ticket: ମହାରାଷ୍ଟ୍ରରେ କୋରୋନା ଭାଇରସ ମାମଲା ବୃଦ୍ଧି ପାଇବା ପରେ ଭାରତୀୟ ରେଳ ( indian railway) ଏକ ବଡ ନିଷ୍ପତ୍ତି ନେଇଛି । ତୁରନ୍ତ ପ୍ରଭାବ ସହ ମୁମ୍ବାଇର ୬ଟି ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ କରି ଦେଇଛି । ରେଲୱେ ଷ୍ଟେସନରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନେଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍


ଏହି ୬ଟି ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ଉପଲବ୍ଧ ହେବ ନାହିଁ 


କେନ୍ଦ୍ରୀୟ ରେଳବାଇ (central railway) ମୁଖପାତ୍ର ଶିବାଜୀ ସୂତାର କହିଛନ୍ତି ଯେ, ମୁମ୍ବାଇର ଲୋକ ନାୟକ ତିଲକ ଟର୍ମିନାଲ (LTT), କଲ୍ୟାଣ, ଥାନେ, ଦାଦର, ପାନଭେଲ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ (CSMT) ରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ବନ୍ଦ ହୋଇଯାଇଛି । ଏଠାରୁ ଲମ୍ୱା ଦୂରତାର ଟ୍ରେନ ଚାଲିଥାଏ ।


ଅଧିକ ପଢ଼ନ୍ତୁ:-ସରକାର ବଦଳାଇଲେ ପେନସନର ନିୟମ, ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ହେବ ବଡ଼ ଲାଭ


ଗତ ମାସରେ ରେଳବାଇ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବୃଦ୍ଧି କରିଥିଲା


ଶିବାଜୀ ସୂତାର କହିଛନ୍ତି, ଷ୍ଟେସନରେ ଅନାବଶ୍ୟକ ସମସ୍ୟାକୁ ଏଡ଼ାଇବା ଏବଂ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏଠାରେ କହି ରଖୁଛୁ ଯେ ଚଳିତ ମାସ ଆରମ୍ଭରେ କେନ୍ଦ୍ରୀୟ ରେଳବାଇ ମହାରାଷ୍ଟ୍ରର କେତେକ ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ରୁ ୫୦ ଟଙ୍କାକୁ ବୃଦ୍ଧି କରିଥିଲା । 


ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୫ ହଜାର ନୂତନ ସଂକ୍ରମିତ ଚିହ୍ନଟ, ୧୦ ଲକ୍ଷ ପାର କଲା ସକ୍ରିୟ ମାମଲା


ମହାରାଷ୍ଟ୍ରରେ ଲଗାତର ବୃଦ୍ଧି ପାଉଛି କୋରୋନା ମାମଲା


ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୮,୯୯୩ ନୂଆ କୋରୋନା ଭୂତାଣୁ ମାମଲା ଚିହ୍ନଟ ହୋଇଛି । ଏହା ପରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୨,୮୮,୫୪୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ୫୭,୩୨୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ରାଜ୍ୟରେ ୫୫,୦୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଚଳିତ ବର୍ଷ ଏପ୍ରିଲ ୭ରେ ଗୋଟିଏ ଦିନରେ ସର୍ବାଧିକ ୫୯,୯୦୭ ସଂକ୍ରମିତ ଚିହ୍ନଟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୨୬,୯୫,୧୪୮ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ୫,୩୪,୬୦୩ ସକ୍ରିୟ ମାମଲା ରହିଛି ।