୪ ମାସରେ ଭାରତୀୟଙ୍କୁ ମିଳିଯିବ କୋରୋନା ଭ୍ୟାକ୍ସିନ, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ
ପୁନାୱାଲା କହିଛନ୍ତି ଯେ ଅକ୍ସଫୋର୍ଡ ଟୀକା (Oxford Vaccine) ୨୦୨୧ ମସିହା ଫେବୃଆରୀ ସୁଦ୍ଧା ବୃଦ୍ଧ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଦିଆଯିବ । ଆଉ ଏପ୍ରିଲ ସୁଦ୍ଧା ଏହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ।
ନୂଆଦିଲ୍ଲୀ: ସାରା ବିଶ୍ୱ କୋରୋନା ସଙ୍କଟ (Coronavirus Crisis) ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ କୋରୋନା ଭୂତାଣୁ ଭ୍ୟାକ୍ସିନ ବା ଟୀକା (Coronavirus Vaccine) ବିଷୟରେ ସାରା ବିଶ୍ୱରୁ ଭଲ ଖବର ଆସିବା ଆରମ୍ଭ କରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India) ର ସିଇଓ ଆଦର ପୁନାୱାଲା (Adar Poona walla) କହିଛନ୍ତି ଯେ ଭାରତରେ ଅକ୍ସଫୋର୍ଡର କୋଭିଡ-19 ଟୀକା (COVID-19 Vaccine) ଏପ୍ରିଲରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୦ ରେ ପୁନାୱାଲା ଏହି ସୂଚନା ଦେଇଛନ୍ତି ।
ପୁନାୱାଲା କହିଛନ୍ତି ଯେ ଅକ୍ସଫୋର୍ଡ ଟୀକା (Oxford Vaccine) ୨୦୨୧ ମସିହା ଫେବୃଆରୀ ସୁଦ୍ଧା ବୃଦ୍ଧ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଦିଆଯିବ । ଆଉ ଏପ୍ରିଲ ସୁଦ୍ଧା ଏହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ । ସେ କହିଛନ୍ତି ଯେ ୨୦୨୪ ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କୁ ଟୀକା ଦିଆଯିବାର ସମ୍ଭାବନା ରହିଛି । ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଟୀକା ଲଗାଇବା ପାଇଁ ଦୁଇରୁ ତିନି ବର୍ଷ ସମୟ ଲାଗିବ । ଏହାର କାରଣ ଟୀକା ଯୋଗାଣର ଅଭାବ ନୁହେଁ ବରଂ ଆବଶ୍ୟକ ବଜେଟ୍, ଉପଯୁକ୍ତ ବ୍ୟବସ୍ଥା ଏବଂ ଭିତ୍ତିଭୂମିର ଆବଶ୍ୟକତା ହେବ । ଏହା ବ୍ୟତୀତ ଏହା ଟୀକା ପାଇବା ପାଇଁ ଲୋକଙ୍କ ଇଚ୍ଛା ଉପରେ ମଧ୍ୟ ନିର୍ଭର କରେ । ସମଗ୍ର ଜନସଂଖ୍ୟାର ୮୦-୯୦ ପ୍ରତିଶତ ଲୋକଙ୍କୁ ଟୀକା ଲଗାଇବା ପାଇଁ ଏହି ସମସ୍ତ ଜିନିଷ ଆବଶ୍ୟକ ।
ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ 'ଦିଦି'ଙ୍କ ଖେଳ ବିଗାଡ଼ିବ ଓୱେସୀ, ବିଜେପି ପାଇଁ ସହଜ ହେବ ଲଢ଼େଇ!
ଟୀକା ମୂଲ୍ୟ ଉପରେ ପୁନାୱାଲା କହିଛନ୍ତି ଯେ ଏହି ଟୀକାର ଦୁଇ ଡୋଜ ପାଇଁ ଲୋକଙ୍କୁ ସର୍ବାଧିକ ଏକ ହଜାର ଟଙ୍କା ଦେବାକୁ ପଡିବ । ଏହା ଚୂଡ଼ାନ୍ତ ପରୀକ୍ଷା ଫଳାଫଳ ଏବଂ ନିୟାମକ ଅନୁମୋଦନ ଉପରେ ମଧ୍ୟ ନିର୍ଭର କରିବ । ଟୀକା କ୍ଷମତା ଉପରେ ପୁନାୱାଲା କହିଛନ୍ତି ଯେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟୀକା ବୟସ୍କଙ୍କ ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଏହି ଟୀକା ଟି-ସେଲରେ ଭଲ କାମ କରେ, ଯାହା ଦୀର୍ଘକାଳୀନ ପ୍ରତିରକ୍ଷା ଏବଂ ଆଣ୍ଟିବଡି ପ୍ରତିକ୍ରିୟା ପାଇଁ ଜରୁରୀ ବୋଲି ମନେ କରାଯାଏ । ତେବେ ଏହି ଟୀକା କେତେ ଦିନ ସୁରକ୍ଷା ଦେବ ତାହା କେବଳ ସମୟ କହିବ । ଟୀକା ଉପରେ ଏଭଳି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ କାହା ପାଖରେ ନାହିଁ ।
ଅଧିକ ପଢ଼ନ୍ତୁ:-ପୁଣି ଥରେ ପାକିସ୍ତାନକୁ ବଡ଼ ଝଟକା ଦେଲା ଚୀନ, ସଙ୍କଟରେ ଇମ୍ରାନ ସରକାର!
ନିରାପତ୍ତା ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଅଭିଯୋଗ, ଟୀକା ସହ ଜଡିତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ । ଆମକୁ ଅପେକ୍ଷା କରିବାକୁ ପଡିବ । ଭାରତରେ ଚାଲିଥିବା ପରୀକ୍ଷଣର ଫଳାଫଳ ଦେଢ଼ ମାସ ମଧ୍ୟରେ ପ୍ରକାଶ ପାଇବ । ଯାହା ଏହାର ସମ୍ଭାବ୍ୟତା ଏବଂ ପ୍ରଭାବ ବିଷୟରେ ଅଧିକ ସୂଚନା ଦେବ ।