ନୂଆଦିଲ୍ଲୀ: କୋରୋନା ସଙ୍କଟ (Coronavirus Crisis) ର ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ଟିକାକରଣ (COVID-19 Vaccination) ଆରମ୍ଭ ହୋଇଯାଇଛି । ସେହିପରି ଜାନୁଆରୀ ୧୬ରୁ ଭାରତରେ କୋରୋନା ଟିକାକରଣ (Coronavirus Vaccination) ଅଭିଯାନ ଆରମ୍ଭ ହୋଇସାରିଛି । ବିଶ୍ୱର ଅନ୍ୟାନ୍ୟ ଦେଶରେ ପ୍ରଥମେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଅନ୍ୟାନ୍ୟ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ କୋରୋନା ଟିକା ଦିଆଯାଉଛି । ଭାରତରେ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ପ୍ରଥମେ କୋରୋନା ଟିକା ଦିଆଯାଉଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଶାହ ଦିଲ୍ଲୀରେ ୩ ଘଣ୍ଟା କଲେ ମନ୍ଥନ, ମମତାଙ୍କୁ ମାତ୍ ଦେବା ପାଇଁ ହେଲା ଚିନ୍ତନ


ଏକ ଘରୋଇ ଚ୍ୟାନେଲର କାର୍ଯ୍ୟକ୍ରମକୁ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh) ଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଓ ଅନ୍ୟ ମନ୍ତ୍ରୀମାନେ କୋରୋନା ଟିକା (Coronavirus Vaccine) କେବେ ଲଗାଇବେ । ରାଜନାଥ ସିଂ ଏହାର ଉତ୍ତରରେ କହିଛନ୍ତି ଯେ, "ପିଏମ ମୋଦି ବୈଜ୍ଞାନିକମାନଙ୍କୁ ସମୟ ସମୟରେ ଟିକା ପାଇଁ ଉତ୍ସାହିତ କରିଆସିଛନ୍ତି । ପ୍ରଶ୍ନ ଯେ କେବେ ଆମେ ଟିକା ଲଗାଇବୁ । ମୁଁ ବୁଝିପାରୁଛି ଯେ ଆମର କୋଭିଡ-19 (COVID-19) ର ପ୍ରଣ୍ଟ ଯୋଦ୍ଧାମାନଙ୍କର ଟିକାକରଣ ଯେବେ ଶେଷ ହେବ । ଯେତେବେଳେ ପଚାଶ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ, ସେତେବେଳେ ଆମେ ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଟିକା ଲଗାଇବୁ ।"


ଅଧିକ ପଢ଼ନ୍ତୁ:-ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମିଳିବ କ୍ଷତିପୂରଣ, ଘୋଷଣା କଲା ଭାରତ ବାୟୋଟେକ୍


ଏହାସହ ସେ ଦେଶର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଏହି ଲୋକମାନେ ଶୀଘ୍ର ଟିକା ପ୍ରସ୍ତୁତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ପ୍ରଶ୍ନ କରିଛନ୍ତି ଯେ, ବିଦେଶରେ ପ୍ରଥମେ ରାଜନୈତିକର ପରିଚିତ ମୁହଁମାନେ ଭ୍ୟାକ୍ସିନ ଲଗାଉଛନ୍ତି, କିନ୍ତୁ ଏହା ଆମ ଦେଶରେ ଏପରି ହେଉନାହିଁ । ଆପଣ ଭାବୁନାହାଁନ୍ତି ଯେ ଟିକା ପ୍ରତି ବିଶ୍ୱାସ ବଢ଼ାଇବାକୁ ନେତାମାନେ ପ୍ରଥମେ ଟିକା ଲଗାଇବା ଉଚିତ୍ । ଏହା ଉପରେ ରାଜନାଥ ସିଂ କହିଛନ୍ତି ଯେ, "ନା, ମୁଁ ଭାବୁଛି ଦେଶର ଲୋକମାନେ ଏହାକୁ ସେପରି ଗ୍ରହଣ କରିବେ ନାହିଁ । କାରଣ ଅନ୍ତିମ ଟ୍ରାଏଲ ହୋଇସାରିଛି । ଦେଶର ବୈଜ୍ଞାନିକ ଓ ଡାକ୍ତରମାନେ ପରୀକ୍ଷା କରିଛନ୍ତି । ମୁଁ ବୁଝିପାରୁଛି ଯେ ଦେଶର ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉପରେ ଲୋକଙ୍କର ବିଶ୍ୱାସ ରହିଛି ।"