ୱାଶିଂଟନ୍: କିଛି ଘଣ୍ଟାର ବିରତି ପରେ ପୁଣିଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦ (USA Election 2020) ଲାଗି ପୁନର୍ବାର ଭୋଟ ଗଣନା ଆରମ୍ଭ କରାଯାଇଛି। ଆମେରିକାରେ ରାତି ହୋଇଥିବାରୁ ୫ ଘଣ୍ଟା ପାଇଁ ଭୋଟ୍ ଗଣନା ବନ୍ଦ ରହିଥିଲା। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ଅଛି। ଡେମୋକ୍ରାଟିକ ପାର୍ଟି (Democratic Party) ପ୍ରାର୍ଥୀ ଜୋ ବିଡେନ (Joe Biden) ଏବେ ଭୋଟ ଗଣନାରେ ଆଗୁଆ ଅଛନ୍ତି। ବହୁମତ ହାସ କରିବା ଲାଗି ୨୭୦ ସମର୍ଥନ ଆବଶ୍ୟକ। 


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ପେନସିଲଭାନିଆ, ଜର୍ଜିଆ, ମିଚିଗାନ୍ ଏବଂ ୱିସ୍କିନାନ୍ସି ଠାରେ ଭୋଟ ଗଣନା ବନ୍ଦ ହୋଇଯାଇଛି। ରାତି ହେବା  କାରଣରୁ ଭୋଟୋ ଗଣନା ବନ୍ଦ ହୋଇଥିଲା। ଫଳାଫଳ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (USA President Trump) ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନରେ ​​ଠକେଇ ବିରୋଧରେ ସେ ସୁପ୍ରିମକୋର୍ଟ ଯିବେ ବୋଲି ସେ କହିଛନ୍ତି। ଏଥିସହ ସେ ଏକ ବଡ ବିଜୟ ଦାବି କରିଛନ୍ତି।



ନ୍ୟୁ ମେକ୍ସିକୋ, ମାସଚୁସେଟସ୍, ନ୍ୟୁ ଜର୍ସି, ମେରିଲ୍ୟାଣ୍ଡ, କନେକ୍ଟିକଟ୍, ଡେଲାୱେର୍, କଲୋରଡୋ ଏବଂ ନ୍ୟୁ ହାମ୍ପସାୟର୍ ଆଦି ରାଜ୍ୟରେ ଡେମୋକ୍ରାଟିକ ପ୍ରାର୍ଥୀ ବିଡେନ ବାଜିମାତ କରିଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ଫ୍ଲୋରିଡା, ଆଲାବାମା, ମିସିସିପି, ଓକାଲୋହୋମା ପ୍ରଦେଶରେ ବିଜୟ ହାସଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ମତ ଦେଇ ରାଜନୈତିକ ବିଶେଷଜ୍ଞ କହିଛନ୍ତି ପ୍ରାରମ୍ଭିକ ଧାରା ଏବଂ ଫଳାଫଳ ମଧ୍ୟରେ ବହୁତ ପାର୍ଥକ୍ୟ ହୋଇପାରେ। ଏହାର କାରଣ ହେଉଛି ଅଧିକାଂଶ ଭୋଟ୍ ମେଲ୍ ମାଧ୍ୟମରେ ହୋଇଛି। 


 



ସୁଇଂ ଷ୍ଟେଟ (Swing State) ଅର୍ଥାତ ନିର୍ଣ୍ଣାୟକ ରାଜ୍ୟ ରାଜ୍ୟ ଅର୍ଥାତ୍ ଫ୍ଲୋରିଡା, ଓହିଓ, ପେନସିଲଭାନିଆ, ମିଚିଗାନ୍, ୱିସ୍କନ୍ସିନ୍ ଏବଂ ଆରିଜୋନା ଆଦି ପ୍ରଦେଶରରେ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ଆଗରେ ଅଛନ୍ତି। ଆରିଜୋନା ରାଜ୍ୟରେ ବିଡେନ ଆଗରେ ଅଛନ୍ତି ହେଲେ ପେନସିଲଭାନିଆ, ୱିସକନ୍ସିନ୍, ମିଚିଗାନ୍ ଆଦି ରାଜ୍ୟରେ ରିପବ୍ଲିକାନ ପାର୍ଟି (Republican Party) ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ (Donald Trump) ଆଗରେ ଅଛନ୍ତି। ଏହି ରାଜ୍ୟ ହେଉଛି ନିର୍ଣ୍ଣାୟକ ରାଜ୍ୟ ଯେଉଁଠାରେ ନିର୍ବାଚନୀ ଗଣିତ ଓଲଟପାଲଟ ହୋଇଯାଇପାରେ। 


ନିର୍ବାଚନରେ ଜାଲିଆତି ହୋଇଥିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ ଅଭିଯୋଗ ଆଣିଛନ୍ତି। ହେଲେ ଏହାକୁ ଖଣ୍ଡନ କରିଛନ୍ତି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଡେନ। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ କୁହାଯାଇଛି ଆମେ ନିର୍ବାଚନରେ ​​ଆଗକୁ ଯାଉଛୁ। ଫଳାଫଳକୁ ପ୍ରଭାବିତ କରିବାକୁ ପ୍ରୟାସ କରାଯାଉଛି। ନିର୍ବାଚନରେ ଠକେଇ କରିବାକୁ ଚେଷ୍ଟା ଚାଲିଛି। ମତଦାନ ବନ୍ଦ ହେବା ପୁନର୍ବାର କାହିଁକି ଭୋଟଦାନ କରାଯାଉଛି ବୋଲି ବର୍ତ୍ତମାନର ରାଷ୍ଟ୍ରପତି ପ୍ରଶ୍ନ ଉଠାଇଛନ୍ତି।


 


ରିପବ୍ଲିକାନ ପ୍ରାର୍ଥୀଙ୍କ ଅଭିଯୋଗ ଉପରେ ଜବାବ ରଖି ଡେମୋକ୍ରାଟିକ୍ ପ୍ରାର୍ଥୀ ଟ୍ୱିଟ୍ କରି କହିଛନ୍ତି, ଏହି ନିର୍ବାଚନରେ ​​ବିଜେତା ଘୋଷଣା କରିବା ମୋର କିମ୍ବା ତାଙ୍କର କାମ ନୁହେଁ। ଏହା ହେଉଛି ଭୋଟରଙ୍କ ଅଧିକାର। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ଦଙ୍ଗାର ଭୟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଚେଷ୍ଟା କରି ଟ୍ରମ୍ପ ଏକ ଟୁଇଟ୍ କରି ଫଳାଫଳ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଲେଖିଛନ୍ତି, 'ଆମେ ସାରା ଦେଶରେ କିଛି ଭଲ ଦେଖୁଛୁ। ଧନ୍ୟବାଦ।'



ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏହି ନିର୍ବାଚନ ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଏବଂ ଆମେରିକାର ସମ୍ପର୍କ ମଜବୁତ ହୋଇଛି। ଭାରତ ଚାହୁଁଛି ଡୋନାଲ୍ଡ ଟ୍ରମ୍ପ ପୁଣି କ୍ଷମତାକୁ ଆସନ୍ତୁ। ହେଲେ ଚୀନ୍ ଭଳି କେତେକ ଦେଶ ଟ୍ରମ୍ପ ପୁଣି ଥରେ ନିର୍ବାଚିତ ହୁଅନ୍ତୁ ଏହା ଚାହୁଁନାହାଁନ୍ତି। କାରଣ ବାଣିଜ୍ୟ ଯୁଦ୍ଧରେ (Trade War) ଚୀନ୍ ବିରୋଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟ ବେଶ କଠୋର ରହିଛି।