ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ର ନୂଆ ଭାରିଆଣ୍ଟ ଓମିକ୍ରନ୍ (New Variant Omicron) ସାମ୍ନାକୁ ଆସିବା ପରଠାରୁ ସାରା ଦୁନିଆରେ ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାର ୧,୯୪,୭୨୦ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ସଂକ୍ରମଣ ହାର ୧୧.୦୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୪,୮୬୮ ଓମିକ୍ରନ୍ ମାମଲା ଚିହ୍ନଟ ହୋଇସାରିଛି । କୋରୋନା ମହାମାରୀର ନୂଆ ଲହର ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization-WHO) ପୁଣି ଥରେ ଦୁନିଆର ସମସ୍ତ ଦେଶକୁ ଟିକା (Vaccine) ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବାକୁ କହିଛି ।


COMMERCIAL BREAK
SCROLL TO CONTINUE READING

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ମୁଖ୍ୟ ସୋମବାର କହିଛନ୍ତି ଯେ, ଏହି ମହାମାରୀକୁ ସମାପ୍ତ କରିବା ସମ୍ଭବ କିନ୍ତୁ ଏଥିପାଇଁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ । WHO ମୁଖ୍ୟ ଟେଡ୍ରୋସ୍ ଆଡାନମ୍ (WHO Chief Tedros Adhanom) କହିଛନ୍ତି, "ନିଶ୍ଚିତ ରୂପରେ COVID-19 କୁ ପରାଜିତ କରିହେବ, କିନ୍ତୁ ଦୁନିଆର ସମସ୍ତ ସରକାର ଓ ଟିକା ଉତ୍ପାଦକଙ୍କୁ ୨ଟି ଜିନିଷ ନିଶ୍ଚିତ କରିବାକୁ ପଡିବ । ପ୍ରଥମେ, ଏପରି ଦେଶ ଯେଉଁଠାରେ ଟିକା ପହଞ୍ଚୁନାହିଁ କିନ୍ତୁ କୋରୋନା ମାମଲା ବଢ଼ିବାର ଆଶଙ୍କା ଅଛି । ସେହି ଦେଶଗୁଡିକୁ ଟିକା ଯୋଗାଣ ବଢ଼ାଇବା ଏବଂ ଦ୍ୱିତୀୟତଃ ଲୋକଙ୍କୁ ଟିକା ଦେବା ପାଇଁ ଆବଶ୍ୟକ ଉତ୍ସଗୁଡିକ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବ । ଆମେ ସେପର୍ଯ୍ୟନ୍ତ କୌଣସି ସ୍ଥାନରେ ସୁରକ୍ଷିତ ନୁହେଁ, ଯେପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ନ ହେବେ ।"


WHO ମୁଖ୍ୟ ୨୦୨୧ ର ନିଜର ଅନ୍ତିମ ସମ୍ୱୋଧନରେ କହିଛନ୍ତି ଯେ "ଏହି ମହାମାରୀରୁ କୌଣସି ଦେଶ ରକ୍ଷା ପାଇ ନାହାଁନ୍ତି । COVID-19 ରୋକିବା ତଥା ଚିକିତ୍ସା କରିବା ପାଇଁ ଆମର ଅନେକ ନୂତନ ଉପକରଣ ଅଛି । ଟିକାର ଅସମାନତା (ଅନେକ ଛୋଟ କିମ୍ବା ଗରିବ ଦେଶକୁ ଟିକା ନ ପହଞ୍ଚାଇବା) ଯେତେ ଅଧିକ ରହିବ, ଏହି ଭୂତାଣୁ ବିକଶିତ ହେବାର ଆଶଙ୍କା ଅଧିକ, ଯାହାକୁ ଆମେ ରୋକି ପାରିବୁ ନାହିଁ । ଯଦି ଆମେ ଟିକା ଅସମାନତାକୁ ସମାପ୍ତ କରୁ, ତେବେ ମହାମାରୀକୁ ମଧ୍ୟ ସମାପ୍ତ କରିପାରିବୁ ।"


ଏହା ବି ପଢ଼ନ୍ତୁ:-ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଶକ୍ତ ଧକ୍କା, ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂ ଚୌହାନ


ଏହା ବି ପଢ଼ନ୍ତୁ:-ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


 


କେତେକ ଛୋଟ ଓ ଗରିବ ଦେଶରେ ଟିକାକରଣ ଏତେ ଭଲ ଭାବରେ ହୋଇପାରୁ ନାହିଁ, ଯେପରି ଧନୀ ଦେଶମାନଙ୍କରେ ଟିକାକରଣ କରାଯାଉଛି ।


WHO ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, "COVID-19 ମହାମାରୀର ତୃତୀୟ ବର୍ଷରେ ପ୍ରବେଶ କରିଛି, ଯଦି ଆମେ ସମସ୍ତେ ଏକାଠି ହୋଇ ଲଢ଼ିବା ତେବେ ମୋର ବିଶ୍ୱାସ ଯେ ଏହି ବର୍ଷ ହେବ ଯେତେବେଳେ ଆମେ ସମସ୍ତେ ଏହି ମହାମାରୀକୁ ସମାପ୍ତ କରିବୁ । ୨୦୨୨ ମଧ୍ୟଭାଗ ସୁଦ୍ଧା ସମସ୍ତ ଦେଶରେ ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବାର ବିଶ୍ୱ ସ୍ତରୀୟ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସମସ୍ତ ଦେଶ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ।