ନୂଆଦିଲ୍ଲୀ: Covishield: ଦେଶରେ ପୁଣି ଥରେ କୋରୋନା ମାମଲା ବଢ଼ିବାରେ ଲାଗିଛି ।  ଫଳରେ ପୁଣି କୋରୋନା କଟକଣା ମଧ୍ୟ ଲାଗୁ କରାଯାଉଛି । ଏହି କ୍ରମରେ କୋରୋନା ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟ ସାରା ଦୁନିଆ ପାଇଁ ବିପଦ ସୃଷ୍ଟି କରିଛି । ଏହି ସମୟରେ ଓମିକ୍ରନର BA.1 ଭାରିଆଣ୍ଟ ବିରୁଦ୍ଧରେ କୋଭିଶିଲ୍ଡ ଟିକା (Covishield Vaccine) ର ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ କୋଭିଶିଲ୍ଡର ଉଭୟ ଡୋଜ୍ ଗ୍ରହଣ କରିଛନ୍ତି ଓ ସେମାନେ ପୂର୍ବରୁ କେବେ ମଧ୍ୟ ସଂକ୍ରମିତ ହୋଇନାହାଁନ୍ତି, ଓମିକ୍ରନ୍ (Omicron) BA.1 ଭାରିଆଣ୍ଟ ବିରୁଦ୍ଧରେ ସେମାନଙ୍କର ନ୍ୟୁଟ୍ରଲାଇଜିଙ୍ଗ୍ ଶକ୍ତି ବହୁତ କମ୍ ବୋଲି ଜଣାପଡିଛି । ସଂକ୍ରମଣରୁ ମୁକ୍ତି ପାଇଥିବା ଓ କୋଭିଶିଲ୍ଡର ଉଭୟ ଡୋଜ୍ ନେଇଥିବା ଲୋକଙ୍କ ତୁଳନାରେ ଏପରି ଲୋକଙ୍କର ଅଧିକ ବିପଦ ଥିବା ଦେଖାଯାଇଛି ।


COMMERCIAL BREAK
SCROLL TO CONTINUE READING

ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ICMR-NIV) ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଶୀଘ୍ର ବୁଷ୍ଟର ଡୋଜ (Booster Dose) ଗ୍ରହଣ କରିବାର ଆବଶ୍ୟକତା ଦର୍ଶାଯାଇଛି । ଏହି ଅନୁସନ୍ଧାନ ପାଇଁ କୋଭିଶିଲ୍ଡ (Covishield) ର ଦ୍ୱିତୀୟ ଡୋଜର ୧୮୦ ଦିନ ପରେ ୨୪ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେରମ୍ ନମୁନା ସଂଗ୍ରହ କରାଯାଇଥିଲା । ଏହା ସହିତ ୧୭ ଜଣଙ୍କ ନମୁନା ମଧ୍ୟ ନିଆଯାଇଥିଲା, ଯେଉଁମାନଙ୍କୁ କୋରୋନା ହୋଇ ନଥିଲା ଏବଂ ସେମାନେ କୋଭିଶିଲ୍ଡର ଉଭୟ ଡୋଜ ନେଇଥିଲେ । କୋଭିଶିଲ୍ଡର ଉଭୟ ଡୋଜ୍ ଗ୍ରହଣ କରିବା ପରେ ମଧ୍ୟ ଏହି ଲୋକମାନଙ୍କଠାରେ ଓମିକ୍ରନ୍ (Omicron) ସଂକ୍ରମଣ ଦେଖିବାକୁ ମିଳିଥିଲା ​​।


ତୃତୀୟ ଗ୍ରୁପରେ ଏପରି ଲୋକମାନେ ସାମିଲ ହୋଇଥିଲେ ଯେଉଁମାନେ କୋଭିଶିଲ୍ଡ ଟିକା ଗ୍ରହଣ କରିବା ପରେ SARS-CoV-2 ର ସଂସ୍ପର୍ଶରେ ଆସିଥିଲେ । ସଂକ୍ରମଣର ସଂସ୍ପର୍ଶରେ ଆସିବାର ୧୪-୩୦ ଦିନ ପରେ ଏହି ଗୋଷ୍ଠୀର ଲୋକଙ୍କ ସେରମ୍ ନମୁନା ସଂଗ୍ରହ କରାଯାଇଥିଲା । ଏଥିମଧ୍ୟରୁ କେବଳ ୨୧ଟି ମାମଲାରେ ସମ୍ପୂର୍ଣ୍ଣ ଜିନୋମକୁ ପୁଣି ଥରେ ପ୍ରାପ୍ତ କରାଯାଇପାରିଛି ।


ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ସମସ୍ତ ନମୁନାଗୁଡ଼ିକ ଓମିକ୍ରନ୍ ଅପେକ୍ଷା B.1, ବିଟା, ଏବଂ ଡେଲଟା ଭାରିଆଣ୍ଟକୁ ଅଧିକ ନିଷ୍କ୍ରିୟ କରିଛି । ଅବଶ୍ୟ, ଓମିକ୍ରନ୍ ବିପକ୍ଷରେ ଆଣ୍ଟିବଡିର ସର୍ବନିମ୍ନ ହାରାହାରି ସେରମ୍ ନମୁନାରେ ୦.୧୧ ବୋଲି ଜଣାପଡିଛି । ଅନ୍ୟାନ୍ୟ କ୍ଷେତ୍ରରେ ଏହାର ହାରାହାରି ୧୧.୨୮ ଓ ୨୬.୨୫ ଥିଲା ।


ଏହା ବି ପଢ଼ନ୍ତୁ:-ହାର୍ଦ୍ଦିକ ପଟେଲଙ୍କ ଗେରୁଆ ଅବତାର, ହାତ ଛାଡ଼ି ଧରିବେ ପଦ୍ମ!


ଏହା ବି ପଢ଼ନ୍ତୁ:-SBI ଜାରି କଲା ଆଲର୍ଟ! ଯଦି ଏହି ଦୁଇଟି ନମ୍ବରରୁ କଲ୍ ଆସେ ତ କିଛି କୁହନ୍ତୁନି, ନଚେତ୍ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ


ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି


 


ଜଣେ ବୈଜ୍ଞାନିକଙ୍କ କହିବାନୁସାରେ, ସର୍ବାଧିକ ମ୍ୟୁଟେଶନ ହେଉଥିବା ଓମିକ୍ରୋନକୁ ଟିକା ଲଗାଇଥିବା ଲୋକମାନଙ୍କ ମଧ୍ୟରେ ଡେଲଟା କିମ୍ବା ଅନ୍ୟାନ୍ୟ ଭାରିଆଣ୍ଟ ଅପେକ୍ଷା ଇମ୍ୟୁନିକୁ ଏଡ଼ାଇ ପାଇଁ ସର୍ବାଧିକ ସହଜ ହୋଇଥାଏ । ଏହାପୂର୍ବରୁ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏକ ଅଧ୍ୟୟନ ପରେ ଓମିକ୍ରନ୍ ଭାରିଆଣ୍ଟ ବିଷୟରେ କହିଥିଲା ​​ଯେ କୋଭିଡ ଟିକାର ଡବଲ୍ ଡୋଜର ଆଣ୍ଟିବଡି ସ୍ତର ଛଅ ମାସ ପରେ ହ୍ରାସ ପାଇବାରେ ଲାଗେ ।