Currency Printing Process: ଅନେକ ଥର ଲୋକ ସାଧାରଣରେ କଥାବାର୍ତ୍ତା ହେଉଥିବା ବେଳେ କହିଥାନ୍ତି ଯେ କେବଳ ଟଙ୍କା ଛାପିବାର ଏକମାତ୍ର ଅଧିକାର କେବଳ ସରକାରଙ୍କ ପାଖରେ ରହିଛି। ହେଲେ ବହୁଳ ମାତ୍ରାରେ ନୋଟ୍ ଛାପିବା ଦ୍ୱାରା ଦାରିଦ୍ର୍ୟତା କିମ୍ବା ଗରିବୀ ଭଳି ସମସ୍ୟାର ସମାଧାନ ହୁଏ ନାହିଁ କାହିଁକି? ଅନେକ ଲୋକ ଏହାର ଉତ୍ତର ଜାଣନ୍ତି ନାହିଁ। ଯଦି ଆପଣ ମଧ୍ୟ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଏହି ବିଷୟରେ ଜାଣି ନାହାଁନ୍ତି, ତାହେଲ ଆଦୌ ଚିନ୍ତା କରନ୍ତୁ ନାହିଁ। ଏବେ ଆମେ ଆପଣଙ୍କୁ ଏକ ଉଦାହରଣ ଦେଇ ବୁଝାଇଦେବୁ ଯେ କୌଣସି ଦେଶର ସରକାରଙ୍କ ଲାଗି ନୋଟ ଛାପିବା ଏକ ଅତି ସହଜ କାର୍ଯ୍ୟ ହୋଇଥାଏ। ହେଲେ ମନଇଚ୍ଛା ନୋଟ ଛାପିବା ଦ୍ୱାରା କୌଣସି ଦେଶ ବିକାଶ ପରିବର୍ତ୍ତେ ବିନାଶ ପଥରେ ଅଗ୍ରସର ହୋଇପାରେ। ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏପରି କାହିଁକି ହୋଇଥାଏ, ସେ ସମ୍ପର୍କରେ ଆମେ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଇ ଦେଉଛୁ। 


COMMERCIAL BREAK
SCROLL TO CONTINUE READING

ଯଦି ସରକାର ମୁଦ୍ରାର ଅସୀମିତ ମୁଦ୍ରଣ ଆରମ୍ଭ କରିଦିଅନ୍ତି, ତାହେଲେ ଏହା ଦ୍ୱାରା ମୁଦ୍ରାସ୍ଫୀତି ଏତେ ବଢିବ ଯେ, କୌଣସି ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯିବ। ଚାହିଦା ଏବଂ ଯୋଗାଣ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମନେ କରାଯାଉ ଯଦି ସରକାର ବହୁଳ ମାତ୍ରା ମୁଦ୍ରା ମୁଦ୍ରଣ କରିବା ଏହାକୁ ବଜାରରେ ଉପଲବ୍ଧ କରିଦିଅନ୍ତି, ତାହେଲେ ଏହା ଦ୍ୱାରା ଲୋକଙ୍କ ପାଖରେ ଅଧିକ ଟଙ୍କା ରହିବ। ଯଦି ଟଙ୍କା ବୃଦ୍ଧି ହୁଏ, ତାହେଲେ ସାମଗ୍ରୀ ଏବଂ ସେବା ପାଇଁ ଚାହିଦା ମଧ୍ୟ ବୃଦ୍ଧି ପାଇବ। ହେଲେ ଚାହିଦା ହଠାତ୍ ବୃଦ୍ଧି ପାଇବା ଦ୍ୱାରା, ତାହେଲେ ଏହାକୁ ପୂରଣ କରିବା କୌଣସି ଉତ୍ପାଦନ ଶିଳ୍ପ ଏବଂ ସେବା କ୍ଷେତ୍ର ହଠାତ ପ୍ରସ୍ତୁତ ହୋଇପାରିବ ନାହିଁ। ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାହା ଦ୍ୱାରା ଅଧିକ ଚାହିଦା ଏବଂ କମ୍ ଯୋଗାଣ ହେବ। ଏହି କାରଣରୁ ସୀମିତ ଦ୍ରବ୍ୟର ମୂଲ୍ୟ ଆକାଶକୁ ଛୁଇଁବା ଆରମ୍ଭ କରିବ। ଯାହାର ଫଳ ସ୍ୱରୂପ, ଅର୍ଥର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବ ଏବଂ ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇବ ଯେ ଏହାକୁ ପରିଚାଳନା କରିବା ପ୍ରାୟତଃ ଅସମ୍ଭବ ହୋଇଯିବ। ତଥାପି, ଯଦି ଭାରତୀୟ ମୁଦ୍ରା ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରେ, ତାହେଲେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯିବ।


ସାମ୍ପ୍ରତିକ ଉଦାହରଣ ହେଉଛି ଜିମ୍ବାୱେ
୧୯୯୦ ଦଶକରେ ଜିମ୍ବାୱେରେ ଅର୍ଥନୈକ ସଂସ୍କାର ଆରମ୍ଭ ହେବା ପରେ ଏହି ଆଫ୍ରିକୀୟ ଦେଶରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଜିମ୍ବାୱେ ସରକାର ଅନୁଭବ କରୁଥିଲେ ଯେ ଯଦି ନୂତନ ମୁଦ୍ରା ଛପା ଯାଇ, ଦେଶବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ, ତାହେଲେ ସେମାନେ କିଛି ଆଶ୍ୱସ୍ତି ପାଇବେ ଏବଂ ସେମାନେ ସହଜରେ ସେମାନଙ୍କର ଚାହିଦା ମୁତାବକ କୌଣସି ସାମଗ୍ରୀ କିଣି ପାରିବେ। ଏହାକୁ ଦୃଷ୍ଟିରେ ରଖି ଜିମ୍ବାୱେରେ ପ୍ରାୟ ୮୦ ଲକ୍ଷ କୋଟି ମୂଲ୍ୟ ନୂତନ ଟଙ୍କା ଛପା ଯାଇଥିଲା। ହେଲେ ଏନେଇ ଯେଉଁ ଫଳାଫଳ ଆଶା କରାଯାଉଥିଲା, ତାହାର ବିପରୀତ ଆସିଥିଲା। ଲୋକଙ୍କ ହାତକୁ ଟଙ୍କା ଆସିବା ମାତ୍ରେ ଦେଶରେ ଚାହିଦାର ପରିମାଣ ବହୁଗୁଣିତ ହୋଇଥିଲାବେଳେ, ସେଠାରେ ଯୋଗାଣ ଅଭାବ ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ ଜିମ୍ବାୱେ ନାଗରିକ କୋଟି କୋଟି ମୂଲ୍ୟର ଜିମ୍ବାୱେ ଡଲାର ନୋଟ ପାଉଁରୁଟି କିଣିବା ପାଇଁ ଦେଶର ବଜାରକୁ ଯାଉଥିଲେ। ହେଲେ ଏହାର ପରିଣାମ ଏତେ ଭୟାନକ ହେଲା ଯେ ଯାହାର କଳ୍ପନା ମଧ୍ୟ କରାଯାଇ ପାରିଲା ନାହିଁ। କୋଟି କୋଟି ମୂଲ୍ୟର ସେହି ଜିମ୍ବାୱେ ଡଲାର ମୂଲ୍ୟ ଭାରତୀୟ ମୁଦ୍ରା ୧୦-୨୦ ଟଙ୍କା ରହିଥିଲା। ସେହି ସମୟରେ ଜିମ୍ବାୱେ ଅଳ୍ପ ମୂଲ୍ୟର ନୋଟ୍ ଛାପିବା ପରିବର୍ତ୍ତେ ୧୦ ଟ୍ରିଲିୟନ୍ ଡଲାର୍, ୨୦ ଟ୍ରିଲିୟନ୍ ଡଲାର୍ ଭଳି ମୂଲ୍ୟର ନୋଟ୍ ଛାପିଥିଲା। ଗତ ୨୦୦୮ ବର୍ଷ ବେଳକୁ ଜିମ୍ବାୱେ ଭଳି ଦେଶରେ ମୁଦ୍ରାସ୍ଫୀତି ହାର ୨୩୧ କୋଟି ପ୍ରତିଶତ ବୃଦ୍ଧି ପାଇଥିଲା।


ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶ କ୍ଷେତ୍ରରେ ଲାଗୁ ହୁଏ ନାହିଁ ଏହି ନିୟମ 
କୋରୋନା ମହାମାରୀ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଟଙ୍କା ମୁଦ୍ରଣ ପରିମାଣକୁ ବୃଦ୍ଧି କରିଥିଲା। ପ୍ରାୟ ସାଢେ ୩ ମାସ ମଧ୍ୟରେ ଆମେରିକା ଏହା ଏହାର ବାଲାନ୍ସ ସିଟ୍ ପରିମାଣ ୪.୧୬ ଟ୍ରିଲିୟନ ଡଲାର ମୂଲ୍ୟରୁ ୭.୧୭ ଟ୍ରିଲିୟନ ଡଲାର ମୂଲ୍ୟକୁ ବୃଦ୍ଧି କରିଥିଲା। ପରବର୍ତ୍ତୀ କିଛି ମାସ ମଧ୍ୟରେ ଏହାର ପରିମାଣ ପୁଣି ବୃଦ୍ଧି ୯ ଟ୍ରିଲିୟନ ଡଲାର ହୋଇଥିଲା। ଏହି ଘଟଣାକ୍ରମ ୨୦୨୦ ମାର୍ଚ୍ଚରୁ ୨୦୨୨ ଅପ୍ରେଲ ପର୍ଯ୍ୟନ୍ତ ଚାଲିଥିଲା। ଟଙ୍କା ମୁଦ୍ରଣ ବ୍ୟତୀତ ଦେଶର ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ବାଲାନ୍ସ ସିଟ୍ ମାଧ୍ୟମରେ ଦୃଶ୍ୟମାନ ହୋଇଥାଏ। ନୋଟ୍ ପ୍ରିଣ୍ଟିଂ ବୃଦ୍ଧି କରି କୋରୋନା ସମୟରେ ଯୁକ୍ତରାଷ୍ଟ୍ର ଆମେରିକା, ଆମେରିକୀୟ ନାଗରିକଙ୍କ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିଥିଲା। ଆମେରିକା ସରକାରୀ କାର୍ଯ୍ୟରେ ଅତିରିକ୍ତ ମୁଦ୍ରିତ ଅର୍ଥ ବିନିଯୋଗ କରିଥାଏ। ଏହି କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେବାର କୌଣସି ସମ୍ଭାବନା ରହେ ନାହିଁ।


ବିଶ୍ୱାସ କରାଯାଏ ଯେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ସାମରିକ କାର୍ଯ୍ୟ ପାଇଁ ଏଭଳି ପଦକ୍ଷେପ ନେଇସାରିଛି। ଡଲାର ହେଉଛି ସମଗ୍ର ବିଶ୍ୱରେ ଗ୍ରହଣ କରାଯାଇଥିବା ଏକ ମୁଦ୍ରା। ଅଧିକାଂଶ ଆନ୍ତର୍ଜାତୀୟ ବାଣିଜ୍ୟ କେବଳ ଆମେରିକୀୟ ଡଲାର ମାଧ୍ୟମରେ କରାଯାଇଥାଏ। ବ୍ୟବସାୟ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିଭିନ୍ନ ଦେଶର ଫୋରକ୍ସ ଭଣ୍ଡାର କେବଳ ଡଲାର ମୁଦ୍ରାରେ ମହଜୁଦ କରି ରଖାଯାଇଥାଏ। ସେଥିପାଇଁ ଆମେରିକା ଅତି ସହଜରେ ଯେ କୌଣସି ସଂଖ୍ୟାରେ ଡଲାର ମୁଦ୍ରଣ କରିପାରିବ। କାରଣ ସମଗ୍ର ବିଶ୍ୱରେ ହେଉଥିବା ବାଣିଜ୍ୟ କାରବାର ଆମେରିକୀୟ ଡଲାର ମାଧ୍ୟମରେ ହୋଇଥାଏ। ଜିଡିପି ତୁଳନାରେ ଆମେରିକା ଭଳି ଦେଶ ଉପରେ ବର୍ତ୍ତମାନ ୧୦୦ ପ୍ରତିଶତରୁ ଅଧିକ ଋଣ ରହିଛି। ହେଲେ ଆମେରିକୀୟ ଡଲାର ଏକ ଆନ୍ତର୍ଜାତୀୟ ମୁଦ୍ରା ହୋଇଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶର ଅର୍ଥନୀତିକୁ ଏତେ ସହଜରେ ଦୋହଲିଯିବାର ପ୍ରଶ୍ନ ଉଠୁନାହିଁ।