Cyrus Mistry: ମୁମ୍ବାଇ: ଟାଟା ସନ୍ସର (Tata Sons) ପୂର୍ବତନ ଅଧ୍ୟକ୍ଷ (Chairman) ସାଇରସ ମିସ୍ତ୍ରୀଙ୍କ (Cyrus Mistry) ଆଜି ମୁମ୍ବାଇରେ ଅନ୍ତିମ ସଂସ୍କାର (Last Rites) ଶେଷ ହୋଇଛି। ୫୪ ବର୍ଷ ବୟସରେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଆଜି ମଧ୍ୟ ମୁମ୍ବାଇର ଓ୍ୱର୍ଲି ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାର ସମୟରେ  ପାର୍ସି ସମୁଦାୟର ସଦସ୍ୟ, ବ୍ୟବସାୟୀ, ରାଜନେତା ପ୍ରମୁଖ ସାମିଲ ରହିଥିଲେ।  ସେପଟେ ସାଇରସଙ୍କ ଅନ୍ତିମ ସଂସ୍କାରରେ ଉଦ୍ୟୋଗପତି ରତନ ଟାଟାଙ୍କ (Ratan Tata) ସାବତ ମା ସିମୋନ (Simon Tata) ଟାଟା ମଧ୍ୟ ସାମିଲ ହୋଇଥିବା ଦେଖାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

୯୨ ବର୍ଷିୟ ସିମୋନଙ୍କୁ ଏକ ହ୍ୱିଲ ଚେୟାର ଜରିଆରେ ଅନ୍ତିମ ସଂସ୍କାର ସ୍ଥଳକୁ ଅଣାଯାଇଥିଲା। ସେହିପରି ଟିସିଏସର ପୂର୍ବତନ ମୁଖ୍ୟ ଏସ ରାମଦୁରାଇ ମଧ୍ୟ ସଂସ୍କାର ସ୍ଥଳକୁ ଆସିଥିଲେ। ତେବେ ଏମାନଙ୍କୁ ଛାଡ଼ିଦେଲେ ଟାଟାର ଅନ୍ୟ କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳିନଥିଲା। ଟାଟା ସମୂହ ସହିତ ମିସ୍ତ୍ରୀଙ୍କୁ ଅନ୍ତିମ ପର୍ଯ୍ୟନ୍ତ ଏକ ଲମ୍ବା ଲଢେଇ ଲଢିବାକୁ ପଢିଥିଲା। 


ଟାଟା ସନ୍ସର ଚେୟାରମ୍ୟାନ ରହିଥିବା ବେଳେ ସାଇରସଙ୍କ ଦ୍ୱାରା ଚୟନ କରାଯାଇଥିବା ପ୍ରମୁଖ ଅଧିକାରୀଙ୍କ ମଧ୍ୟରୁ ମଧୁ କନ୍ନନଙ୍କୁ ଅନ୍ତିମ ସଂସ୍କାରରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସାଇରସ ମିସ୍ତ୍ରୀଙ୍କ ବଡ଼ ଭାଇ ଶାପୁର ମିସ୍ତ୍ରୀ, ଶ୍ୱଶୁର ତଥା ବରିଷ୍ଠ ଓକିଲ ଇକବାଲ ଛାଗଲା, ଉଦ୍ୟୋଗପତି ଅନୀଲ ଅମ୍ବାନୀ, ଅଜୀତ ଗୁଲାବଚାନ୍ଦ, ଦୀପକ ପାରେଖ ଓ ବିଶାଲ କମ୍ପାନୀ, ରୋନୀ ସ୍କୃଓ୍ୱାଲା, ବାସ୍ତୁକାର ହାଫିଜ କଣ୍ଟ୍ରାକ୍ଟର, ରାଜନେତା ସୁପ୍ରିୟା ସୁଲେ, ଗଣେଶ ନାୟକ, ପୂର୍ବତନ ସାଂସଦ ମିଲିନ୍ଦ ଦେଓ୍ୱଡ଼ା ପ୍ରମୁଖ ତାଙ୍କ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ। 


ସୂଚନାଯୋଗ୍ୟ ସାଇରସ ୩୦ ବିଲିୟନ ଡଲାରର ବିଶାଳ ସାମ୍ରାଜ୍ୟ ଛାଡି ଯାଇଛନ୍ତି। ପାରିବାରିକ ବ୍ୟବସାୟ ସାମ୍ରାଜ୍ୟ ସାପୋର୍ଜି ପାଲୋଞ୍ଜି ଗ୍ରୁପର ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି। ପୂର୍ବରୁ ସାଇରସଙ୍କ ବାପାଙ୍କ ମୃତ୍ୟୁ ପରେ ସାଇରସଙ୍କ ଉପରେ ଥିଲା ସମ୍ପୂର୍ଣ୍ଣ ଦାୟିତ୍ୱ। ବଡ଼ ଭାଇଙ୍କ ସହିତ ମିଶି ଋଣ ଟଙ୍କା ପରିସୋଧ କରିବା ଲାଗି ଉଦ୍ୟମ କରୁଥିଲେ। ଏଥିପାଇଁ ସେ ଦୁଇଟି କମ୍ପାନୀକୁ ମଧ୍ୟ ବିକ୍ରି କରିଦେଇଥିଲେ। ତଥାପି ଆହୁରି ପ୍ରାୟ ୨୪ ହଜାର କୋଟି ଟଙ୍କା ଋଣ ରହିଥିଲା ପରିଶୋଧ ପାଇଁ। 


ସୂଚନାଯୋଗ୍ୟ ସାଇରସଙ୍କ ପାରିବାରିକ ବ୍ୟବସାୟିକ କାରବାର ପ୍ରାୟତଃ ରିଅଲ ଇଷ୍ଟେଟ ଉପରେ ରହିଥିଲା। ସେହି କ୍ଷେତ୍ରରେ ଅନେକ ଆହ୍ୱାନ ଦେଇ ଗତି କରୁଛି। ଋଣ କମ କରିବା ଲାଗି ବ୍ୟାଙ୍କ ଗୁଡ଼ିକ ନିୟମିତ ବ୍ୟବଧାନରେ କମ୍ପାନୀ ଉପରେ ଚାପ ପ୍ରୟୋଗ କରି ଆସୁଛନ୍ତି। ଫଳରେ ଆପକନ ଇନଫ୍ରାଷ୍ଟ୍ରକଚରକୁ ବିକ୍ରି କରିବାକୁ ସାଇରସ ଓ ତାଙ୍କ ଭାଇ ଚିନ୍ତା କରୁଥିଲେ। ସାପୋର୍ଜି ପାଲୋଞ୍ଜି ଗ୍ରୁପ ଦେଶରେ ବହୁ ଆକର୍ଷଣୀୟ ଓ ଐତିହାସିକ କୋଠା ନିର୍ମାଣ କରିଛି। 
ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ କୋଠା, ମୁମ୍ବାଇ ଓବରଏ ହୋଟେଲ, ଓମାନ ରାଜାଙ୍କ ରାଜା ପ୍ରସାଦ, ରାଜସ୍ଥାନର ନଥଦ୍ୱାରରେ ପ୍ରଭୁ ଶିବଙ୍କ ପ୍ରତିମା, ଦୁମାଇର ଜୁମାଇରା ଲେକ ଟାଓ୍ୱାର, ମରିସସର ଇବେନି ସାଇଭର ସିଟି, ଚେନାବ ରେଳ ବ୍ରିଜ, ଅଟଳ ଟନେଲ, ଢାକା-ଚିଟାଗଙ୍ଗ ରେଳ କରିଡର, ଜବାହାର ନେହରୁ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ ଭଳି ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରିଥିଲେ।