ନୂଆଦିଲ୍ଲୀ: ଆନ୍ତର୍ଜାତିକ ବିମାନ ବନ୍ଦର ଏକ ନମ୍ବର ଟର୍ମିନାଲ୍‍ର ଛାତ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ ବିମାନ ବନ୍ଦର ଛାତ ଭୁଷୁଡିବା ଖବର ପାଇବା ପରେ ମୁଁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଯାତ୍ରୀମାନଙ୍କ ସୁରକ୍ଷା ଆମର ପ୍ରାଥମିକତା ତେଣୁ ଅନ୍ୟ ଟର୍ମିନାଲ ଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଛି । ଯେଉଁ ବିମାନ ବାତିଲ ହୋଇଛି ତାହାର ସମ୍ପୂର୍ଣ୍ଣ ଟିକଟ ପଇସା ଯାତ୍ରୀଙ୍କୁ ଫେରସ୍ତ କରାଯିବ ।


ସୂଚନାଯୋଗ୍ୟ, ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ବିମାନ ବନ୍ଦର ୧ ନମ୍ୱର ଟର୍ମିନାଲର ଛାଚ ଭୁଷୁଡି ପଡିଥିଲା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ରିପୋର୍ଟ ଅନୁସାରେ ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଛାତ ଭୁଶୁଡ଼ିବା ଦ୍ୱାରା ଅନେକ ଗାଡ଼ି ନଷ୍ଟ ହୋଇଛି। ଏହା ସହ ଯାତ୍ରୀଙ୍କ ଯାତାୟାତ ପ୍ରଭାବିତ ହୋଇଛି। ଖାଲି ସେତିକି ନୁହେଁ ବିମାନ ମଧ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି। ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍‍ପିଟାଲ୍‍କୁ ପଠାଇଛନ୍ତି।


ଏହି ସମୟରେ, ଟର୍ମିନାଲ୍ ୧ ରୁ ଯାଉଥିବା ସମସ୍ତ ବିମାନକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି । ଅବଶ୍ୟ, ଟର୍ମିନାଲ୍-୨ ଏବଂ ଟର୍ମିନାଲ୍ -୩ରୁ ବିମାନ ଉଡ଼ାଣ ଏବଂ ଅବତରଣ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ ବୋଲି ଦିଲ୍ଲୀ ବିମାନ ବନ୍ଦର କାର୍ଯ୍ୟାଳୟ ସୂଚନା ଦେଇଛି। ମେହରାମ ନଗର ଅଣ୍ଡରପାସ୍ ରେ ଟର୍ମିନାଲ୍ ୩ ଆଡକୁ ଯିବା ରାସ୍ତା ଜଳମଗ୍ନ ରହିଛି, ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଏହି ମାର୍ଗରୁ ଦୂରେଇ ରହିବାକୁ ଏବଂ ସେମାନଙ୍କ ଯାତ୍ରା ପୂର୍ବରୁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। 


ସୋସିଆଲ ମିଡିଆ ପ୍ଲାଟଫର୍ମରେ Xରେ ଟ୍ଲିଟ୍ କରି ଦିଲ୍ଲୀ ବିମାନବନ୍ଦର(Delhi Airport) ସୂଚନା ଦେଇଛି । ଏଥିସହିତ ଭିସ୍ତାରା ଯାତ୍ରୀମାନଙ୍କୁ କୁହାଯାଇଛି ଯେ 'ପାଣିପାଗ ପରିସ୍ଥିତି ଯୋଗୁଁ ଆଜି ଦିଲ୍ଲୀ ବିମାନବନ୍ଦରରେ ଭାରି ଟ୍ରାଫିକ୍ ଜାମ୍ ଏବଂ ଯାନବାହାନର ମନ୍ଥର ଗତି ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ବିମାନ ବନ୍ଦରରେ ଶୀଘ୍ର ପହଞ୍ଚିବାକୁ ଓ ପ୍ରୋସେସିଂ କୁ ଅଧିକ ସମୟ ଦେବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆଜି ସକାଳୁ ପ୍ରବଳ ବର୍ଷା ହେତୁ ଦିଲ୍ଲୀର ବିମାନବନ୍ଦରର ଟର୍ମିନାଲ୍ ୧ର ପୁରୁଣା ପ୍ରସ୍ଥାନ ହଲ୍ର ଛାତର ଏକ ଅଂଶ ସକାଳ ପ୍ରାୟ ୫ ଟାରେ ଖସିପଡିଥିଲା। ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି ଏବଂ ଜରୁରୀକାଳୀନ କର୍ମଚାରୀମାନେ ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଏବଂ ଚିକିତ୍ସା ସହାୟତା ଯୋଗାଉଛନ୍ତି।


ମୁଖପାତ୍ର କହିଛନ୍ତି ଯେ ଏହି ଘଟଣା ହେତୁ ଟର୍ମିନାଲ୍ ୧ ରୁ ସମସ୍ତ ବିମାନ ଉଡ଼ାଣ(Flight Takeoff) ସାମୟିକ ସ୍ଥଗିତ ରଖାଯାଇଛି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଚେକ୍ ଇନ୍ କାଉଣ୍ଟର ବନ୍ଦ କରାଯାଇଛି। ମୁଖପାତ୍ର କହିଛନ୍ତି ଯେ ବିମାନର ଆଗମନ ଉପରେ କୌଣସି ପ୍ରଭାବ ପଡିନାହିଁ। ଆମେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ (IGR Airport) ତିନୋଟି ଟର୍ମିନାଲ୍ ଅଛି -T1, T2 ଏବଂ T3, କେବଳ ଟର୍ମିନାଲ୍-୧ ରୁ କେବଳ ଘରୋଇ ବିମାନ(Domestic Flight) ଚଳାଚଳ କରିଥାଏ। 


Also Read- Astrology: ୪ଟି ବଡ଼ ଗ୍ରହ ବଦଳାଇଦେବ ଜୀବନର ଗତିପଥ, ଏହି ରାଶି ସାବଧାନ


Also Read- Lucky Zodiac Sign: ଜୁନ୍ ୨୮ରେ ସୌଭାଗ୍ୟ ଯୋଗର ଶୁଭ ସଂଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ